ETV Bharat / bharat

ସୀମାନ୍ତ ସଂଘର୍ଷ: ସୁପ୍ରିମକୋର୍ଟ ଯିବେ ଆସାମ ସରକାର

ସୀମାନ୍ତ ସଂଘର୍ଷକୁ ନେଇ ସୁପ୍ରିମକୋର୍ଟ ଯିବେ ଆସାମ ସରକାର । ଗୋଟିଏ ଇଞ୍ଚ ଜମି କାହାରିକୁ ଦିଆଯିବ ନାହିଁ ବୋଲି କହିଛନ୍ତି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଅଧିକ ପଢନ୍ତୁ...

ସୀମାନ୍ତ ସଂଘର୍ଷ: ସୁପ୍ରିମକୋର୍ଟ ଯିବେ ଆସାମ ସରକାର
ସୀମାନ୍ତ ସଂଘର୍ଷ: ସୁପ୍ରିମକୋର୍ଟ ଯିବେ ଆସାମ ସରକାର
author img

By

Published : Jul 27, 2021, 3:45 PM IST

ଗୌହାଟୀ: ପଡୋଶୀ ରାଜ୍ୟ ମିଜୋରାମ ସହିତ ସୀମା ବିବାଦକୁ ନେଇ ଏବେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବେ ଆସାମ ସରକାର । ଗୋଟିଏ ଇଞ୍ଚ ଜମି କାହାରିକୁ ଦିଆଯିବ ନାହିଁ ବୋଲି କହିଛନ୍ତି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ସଂସଦ ବରାକ ଉପତ୍ୟକା ମିଜୋରାମକୁ ଦେଇଦେବା ପାଇଁ ଆଇନ ଗଠନ କରୁଛି, ତେବେ ଏଥିରେ କୌଣସି ଆପତ୍ତି ନାହିଁ । ହେଲେ ଯେ ପର୍ଯ୍ୟନ୍ତ ସଂସଦ ଏହି ନିଷ୍ପତ୍ତି ନ ନେଇଛି କୌଣସି ବ୍ୟକ୍ତିକୁ ଆସାମର ଜମିରୁ ଗୋଟଏ ଇଞ୍ଚ ନେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ବିଶ୍ବଶର୍ମା ।

କେହି ବି ଆସାମ ସୀମାରେ ପ୍ରବେଶ କରୁ ଆମେ ଚାହୁଁନାହୁଁ । ହିଂସା ସମୟରେ ୩୦ରୁ ୩୫ ମିନିଟ ପର୍ଯ୍ୟନ୍ତ ଗୁଳିମାଡ ହୋଇଛି । ଯେଉଁଥିରେ ଆସାମ ପୋଲିସର ଯବାନ ଶହୀଦ ହୋଇଛନ୍ତି । ୪ ହଜାର କମାଣ୍ଡୋ ସୀମାରେ ମୁତୟନ କରାଯାଇଛି । ଏହା କୌଣସି ନୂଆ ବିଷୟ ନୁହେଁ ବରଂ ବର୍ଷବର୍ଷ ଧରି ଚାଲିଆସୁଥିବା ବିବାଦ । ଆସାମ ସରକାର ଏହି ବିବାଦକୁ ନେଇ ସୁପ୍ରିମକୋର୍ଟ ଯିବେ ବୋଲି ବିଶ୍ବଶର୍ମା କହିଛନ୍ତି ।

ଏହା ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବିବାଦ ନୁହେଁ ଏହା ଦୁଇ ରାଜ୍ୟ ମଧ୍ୟରେ ଏକ ସମସ୍ୟା । ଆମେ କୌଣସି ଜମି ଚାହୁଁନାହୁଁ । ଆସାମ ଶାନ୍ତି ପାଇଁ କାମ କରେ | ଏହି ପ୍ରସଙ୍ଗ ଜମି ପାଇଁ ନୁହେଁ ବରଂ ଜଙ୍ଗଲ ପାଇଁ । ଆସାମ ଲୋକଙ୍କ ମଙ୍ଗଳ ପାଇଁ ଜଙ୍ଗଲକୁ ବଞ୍ଚାଇବା କାର୍ଯ୍ୟ କରୁଛି। ମିଜୋରାମ ସହିତ ଆମର କୈଣସି ଯୁଦ୍ଧ ନାହିଁ | କିନ୍ତୁ ଆମେ ଆମର ଜମି କାହାକୁ ଦେବୁ ନାହିଁ ବୋଲି ଜୋର ଦେଇ କହିଛନ୍ତି ହିମନ୍ତ ।

ସିଏମ ଶର୍ମା କହିଛନ୍ତି, ମିଜୋରାମର ଅନେକ ପିଲା ଆସାମରେ ଅଛନ୍ତି। ଆମେ ଭାରତ ଚୀନ ସୀମାରେ ନାହୁଁ। ଆସାମ ପୋଲିସକୁ ଏକ ମାମଲା ରୁଜୁ କରିବାକୁ ପଡ଼ିବ। କେଉଁଠାରୁ ଲୋକମାନେ ଅସ୍ତ୍ରଶସ୍ତ୍ର ପାଇଲେ, ଏହାର ତଦନ୍ତ କରିବାକୁ ପଡିବ। ଯେଉଁମାନେ ମରିଛନ୍ତି ସେମାନେ କେଉଁଠାର ବୋଲି ଅନୁସନ୍ଧାନ କରାଯିବା ଉଚିତ ନୁହେଁ। ମିଜୋରାମର ଲୋକମାନେ ଯାହା କହୁଛନ୍ତି ତାହା ଭୁଲ ବୋଲି ଯୁକ୍ତି ରଖିଛନ୍ତି ବିଶ୍ବଶର୍ମା ।

ଯଦି କେନ୍ଦ୍ର ସରକାର ନିଷ୍ପତ୍ତି ନିଅନ୍ତି, ତା’ହେଲେ ଆମେ ଏହାର ନିଷ୍ପତ୍ତି ଅନୁପାଳନ କରିବୁ କିନ୍ତୁ ଆମ ଜମି କାହାକୁ ଦେବୁ ନାହିଁ। କିଛି ଲୋକଙ୍କ ପାଖରେ ଅସ୍ତ୍ର ଥିଲା | ମିଜୋରାମର ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ କରିବା ଉଚିତ୍। ଶାନ୍ତି ପାଇଁ ଏହା ଆବଶ୍ୟକ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.