ETV Bharat / bharat

ହିମନ୍ତ ବିଶ୍ବଶର୍ମା ହେଲେ ଆସାମ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳ ମଧ୍ୟ ନେଲେ ଶପଥ - ହିମନ୍ତ ବିଶ୍ବଶର୍ମା

ଶପଥ ଗ୍ରହଣ ପୂର୍ବରୁ ହିମନ୍ତ ବିଶ୍ବଶର୍ମା ମା କାମାକ୍ଷାଙ୍କ ନେଲେ ଆର୍ଶୀବାଦ । ମନ୍ଦିର ଯାଇ କଲେ ପୂଜାର୍ଚ୍ଚନା । ଅଧିକ ପଢନ୍ତୁ:

Assam CM Himanta Biswa Sarma
Assam CM Himanta Biswa Sarma
author img

By

Published : May 10, 2021, 3:53 PM IST

Updated : May 10, 2021, 4:14 PM IST

ଗୌହାଟି: ବିଜେପି ବରିଷ୍ଠ ନେତା ହିମନ୍ତ ବିଶ୍ବଶର୍ମା ଆଜି ଆସାମର 15 ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଜଗଦୀଶ ମୁଖି ହିମନ୍ତ ଓ ତାଙ୍କ ଟିମକୁ ଶପଥ ପାଠ କରାଇଛନ୍ତି ।

ହିମନ୍ତ ବିଶ୍ବଶର୍ମା ହେଲେ ଆସାମ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳ ମଧ୍ୟ ନେଲେ ଶପଥ

ଶପଥ ଗ୍ରହଣ ପାଇଁ ଆଜି ଗୌହାଟିରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପୂର୍ବାହ୍ନ 12.30 ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ହିମନ୍ତ ବିଶ୍ବଶର୍ମା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ପରେ ରାଜ୍ୟ ବିଜେପି ସଭାପତି ରଣଜୀତ ଦାସ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହାବାଦ ବିଜେପି ସଞ୍ଜୟ କିଶନ, ଜଗନ ମୋହନ, ଅଜନ୍ତା ନିୟୋଙ୍ଗ, ଅଶୋକ ସଂଘଲ, ପିୟୁଷ ହଜାରିକା, ବିମଳ ବୋରା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସେହିପରି ଏଜିପି ମୁଖ୍ୟ ଅତୁଲ ବୋରା, କେଶବ ମହନ୍ତା, ୟୁପିପିଏଲ ବିଧାୟକ ୟୁଜି ବ୍ରହ୍ମା ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

ଶପଥ ଗ୍ରହଣ ପୂର୍ବରୁ ହିମନ୍ତ ବିଶ୍ବଶର୍ମା ମା କାମାକ୍ଷାଙ୍କ ମନ୍ଦିର ଯାଇ କରିଛନ୍ତି ପୂଜାର୍ଚ୍ଚନା । ସେହିପରି ଡୋଉଲ ଗୋବିନ୍ଦ ମନ୍ଦିର ଯାଇ ମଧ୍ୟ ହିମନ୍ତ କରିଛନ୍ତି ପୂଜା । ସପରିବାର ଶପଥ ଗ୍ରହଣ ସ୍ଥଳକୁ ଆସିଥିଲେ ହିମନ୍ତ ।

ପୂ୍ର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ରାଜସାକ୍ଷୀ...

ହିମନ୍ତ ବିଶ୍ବଶର୍ମା ଓ ତାଙ୍କ ଟିମର ଶପଥ ଗ୍ରହଣ ଉତ୍ସବରେ ପୂର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭିଡ ଜମିଥିଲା । ଯେଉଁମାନଙ୍କ ମଧ୍ୟରେ ଥିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ, ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା, ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ଓ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ।

ବିଜେପିର ବରିଷ୍ଛ ମଧ୍ୟ ଥିଲେ ଉପସ୍ଥିତ...

ହିମନ୍ତ ବିଶ୍ବଶର୍ମାଙ୍କ ଶପଥ ଗ୍ରହଣ ଉତ୍ସବରେ ବିଜେପିର ବଡ ନେତାଙ୍କ ଭିଡ ଲାଗିଥିଲା । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଭାରୀ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ, ସାଂସଦ ଓ ବିଏଲ ସନ୍ତୋଷ ମଧ୍ୟ ଥିଲେ ଉପସ୍ଥିତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 10, 2021, 4:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.