ETV Bharat / bharat

ଆସାମ-ମିଜୋରାମ ସଙ୍ଘର୍ଷ: ଆହତ ପୋଲିସଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ - ଆସାମ ମୁଖ୍ୟମନ୍ତ୍ରୀ

ଆସାମ-ମିଜୋରାମ ସୀମା ସଙ୍ଘର୍ଷରେ ଆହତ ପୋଲିସ କର୍ମଚାରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ଉନ୍ନତମାନର ଚିକିତ୍ସା ପାଇଁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଆସାମ-ମିଜୋରାମ ସଙ୍ଘର୍ଷ: ଆହତ ପୋଲିସଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

author img

By

Published : Jul 27, 2021, 11:02 AM IST

ଦିଶପୁର: ଆସାମ-ମିଜୋରାମ ସୀମା ସଙ୍ଘର୍ଷରେ ଆହତ ପୋଲିସ କର୍ମଚାରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ହସ୍ପିଟାଲକୁ ଯାଇ ମୁଖ୍ୟମନ୍ତ୍ରୀ ଆହତଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନା ଅନୁଯାୟୀ ଗତକାଲି(ସୋମବାର) ଆସାମ ସୁରକ୍ଷାକର୍ମୀ ଏବଂ ମିଜୋରାମ ନାଗରିକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସୀମା ବିବାଦକୁ ନେଇ ଘଟିଥିବା ଏହି ସଙ୍ଘର୍ଷରେ ଆସାମର 6 ଜଣ ପୋଲିସ ସହିଦ ହୋଇଥିଲେ । ଏଥିସହ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇ ଆସାମର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଆଜି(ମଙ୍ଗଳବାର) ଆହତ ସୁରକ୍ଷାକର୍ମୀଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ । ହସ୍ପିଟାଲ କତ୍ତୃପକ୍ଷଙ୍କୁ ଭେଟି ଉନ୍ନତମାନର ଚିକିତ୍ସା ପାଇଁ କହିବା ସହ ଗୁରୁତର ସୁରକ୍ଷାକର୍ମୀଙ୍କୁ ଯଦି ଆବଶ୍ୟକ ପଡେ ଏୟାର ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.