ETV Bharat / bharat

ସିସୋଦିଆଙ୍କୁ ଆସାମ କୋର୍ଟଙ୍କ ସମନ, ଅପରାଧିକ ମାମଲା ଦାଏର କରିଥିଲେ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା - ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆସାମ କୋର୍ଟରୁ ନୋଟିସ । ଅପରାଧିକ ମାମଲା ଦାଏର କରିଥିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା (Himanta Biswa Sarma filed case on Manish Sisodia)। ଅଧିକ ପଢନ୍ତୁ

ସିସୋଦିଆଙ୍କୁ ଆସାମ କୋର୍ଟଙ୍କ ସମନ, ଅପରାଧିକ ମାମଲା ଦାଏର କରିଥିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

author img

By

Published : Nov 7, 2022, 10:06 PM IST

ଗୌହାଟୀ: ଆସାମ କୋର୍ଟରେ ହାଜର ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଆଜି ଆସାମର ଏକ କୋର୍ଟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଦ୍ବାରା ଦାଏର କରାଯାଇଥିବା ମାମଲାରେ ସିସୋଦିଆଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର 19 ତାରଖରେ ହାଜର ହେବା ପାଇଁ ଜାରି ହୋଇଥିବା ସମନରେ କୁହାଯାଇଛି (Himanta Biswa Sarma filed case on Manish Sisodia)। ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ତାଙ୍କ ବିରୋଧରେ ମିଥ୍ୟା ଓ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ଏକ ଅପରାଧିକ ମାମଲା ଦାଏର କରିଥିଲେ ।

ଜୁନ ମାସରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ତାଙ୍କ ପତ୍ନୀଙ୍କ ବିରୋଧରେ ସଙ୍ଗୀନ ଦୁର୍ନୀତି ଅଭିଯୋଗ ଆଣିଥିଲେ ସିସୋଦିଆ । କୋଭିଡ ସମୟରେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ନିଜ କ୍ଷମତାର ଅପବ୍ୟବହାର କରି ନିଜ ପତ୍ନୀଙ୍କ ଦ୍ବାରା ପରିଚାଳିତ ଏକ କମ୍ପାନୀକୁ ପିପିଇ କିଟ କିଣିବାର ଟେଣ୍ଡର ଦେଇଥିବା ଅଭିଯୋଗ କରିଥିଲେ ସିସୋଦିଆ । ତେବେ ଏହି ଟେଣ୍ଡର ପାଇଁ ସ୍ବାଭାବିକ ବଜାର ଦର ଠାରୁ ବହି ପରିମାଣର ଅଧିକ ରାଶି ପ୍ରଦାନ କରାଯାଇବା ମଧ୍ୟ କହିଥିଲେ ସିସୋଦିଆ ।

ସିସୋଦିଆ କହିଥିଲେ, ଅନ୍ୟମାନେ 600 କୋଟି ଟଙ୍କାରେ ଏହାକୁ କିଣିଥିବା ବେଳେ ନିଜ ପତ୍ନୀଙ୍କ ଦ୍ବାରା ଚଳାଯାଉଥିବା କମ୍ପାନୀକୁ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା 990 କୋଟି ଟଙ୍କାରେ ଏହି ଟେଣ୍ଡର ଦେଇଥିଲେ । ଯାହା ମହାମାରୀ ସମୟରେ ଏକ ବଡ ଅପରାଧ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଅମୂଳକ ବୋଲି ଦର୍ଶାଇ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ସିସୋଦିଆଙ୍କ ବିରୋଧରେ ସେ ଏକ ଅପରାଧିକ ମାମଲା ଦାଏର କରିଥିବା ବେଳେ ଚଳିତ ମାସ 19 ତାରିଖରେ ସିସୋଦିଆଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.