ETV Bharat / bharat

ନା ଚାଲିଲା ପ୍ରିୟଙ୍କାଙ୍କ ଚେହେରା, ନା ଭୂପେଶଙ୍କ ଚାଲ

author img

By

Published : May 2, 2021, 1:10 PM IST

ଆସାମ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କମାଣ ସମ୍ଭାଳି ଥିଲେ । ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ 2 ମାସରୁ ଅଧିକ ସମୟ ଧରି ଆସାମରେ ଡେରା ପକାଇଥିଲେ । ଏହା ସତ୍ତ୍ବେ ବଘେଲଙ୍କ ରଣନୀତି ଫେଲ ମାରିଛି ।

ଆସାମ ବିଧାନସଭା ନିର୍ବାଚନ
ଆସାମ ବିଧାନସଭା ନିର୍ବାଚନ

ଗୌହାଟୀ : ଆସାମ ବିଧାନସଭା ନିର୍ବାଚନର ଫଳାଫଳ ପୁଣିଥରେ ବିଜେପି ସପକ୍ଷରେ ଯାଉଛି । ଆସାମ ଜନତା ବିଜେପି ମହାମେଣ୍ଟକୁ ସ୍ପଷ୍ଟ ବହୁମତ ଦେଇଥିବା ବେଳେ କଂଗ୍ରେସ ମହାମେଣ୍ଟ ନିଜ ପୁରୁଣା ଆସନରେ ସୀମିତ ରହିପାରେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେହେରା 5 ବର୍ଷର ବିକାଶକୁ ନେଇ ବିଜେପି କ୍ଷମତା ବଜାୟ ରଖିବାକୁ ଯାଉଛି ।

ସେପଟେ କଂଗ୍ରେସ ମହାମେଣ୍ଟକୁ କ୍ଷମତାକୁ ଫେରାଇ ଆଣିବା ପାଇଁ ଖୋଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମୈଦାନକୁ ଆସିଥିଲେ । ଦଳ ରାଜ୍ୟରେ ପ୍ରିୟଙ୍କା ଗାନ୍ଧୀଙ୍କ ଚେହେରାକୁ ନେଇ ମୈଦାନକୁ ଓହ୍ଲାଇଥିଲା । ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ କ୍ଷମତା ଦଖଲ ପାଇଁ ନିଜ ରାଜ୍ୟ ଛାଡି ଆସାମରେ ମାସାଧିକ କାଳ ଚାଲ ଚଲେଇଥିଲେ । ହେଲେ ଶେଷରେ ନା ପ୍ରିୟଙ୍କାଙ୍କ ଚେହେରା ଚାଲିଲା ନା ଭୂପେଶଙ୍କ ଚାଲ ।

ଆସାମ ବିଧାନସଭା ନିର୍ବାଚନରେ ମୋଟ 126 ସିଟ ରେ ମତଦାନ ହୋଇଥିଲା । ବର୍ତ୍ତମାନ ସୁ୍ଦ୍ଧା ଆସିଥିବା ଫଳାଫଳ ଅନୁସାରେ ବିଜେପି 81 ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ 45 ଟି ଆସନରେ ଆଗୁଆ ରହିଛି । ଫଳରେ ବିଜେପି ଗତ ନିର୍ବାଚନର ପ୍ରଦର୍ଶନ ବଜାୟ ରଖିବାକୁ ଯାଉଛି । ଅନ୍ୟପଟେ କଂଗ୍ରେସ ଓ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ, ବିପିଏଫ, ଓ ଲେଫ୍ଟର ମହାମେଣ୍ଟ ରଣନୀତି ଫେଲ ମାରିଛି ।

ଆସାମ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କମାଣ ସମ୍ଭାଳି ଥିଲେ । ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ 2 ମାସରୁ ଅଧିକ ସମୟ ଧରି ଆସାମରେ ଡେରା ପକାଇଥିଲେ । ଏହା ସତ୍ତ୍ବେ ବଘେଲଙ୍କ ରଣନୀତି ଫେଲ ମାରିଛି ।

ପରିସଂଖ୍ୟନ ଅନୁସାରେ ବିଜେପି ଅପର ଆସାମ, ମଧ୍ୟକ୍ଷେତ୍ର, ଉତ୍ତର କ୍ଷେତ୍ରରେ ରାଜନୀତି ଓ ସଂଗଠନକୁ ଆହୁରି ଦୃଢ କରିପାରିଛି । ସେହିଭଳି ବରାକ ଘାଟି ମୁସଲିମ ବହୁଳ ଅଞ୍ଚଳରେ କଂଗ୍ରେସ ମହାମେଣ୍ଟ ସଫଳତା ପାଇଛି ।

ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁସାରେ ବିଜେପିର ବିକାଶ ଏଜେଣ୍ଡାକୁ ଆସାମ ଜନତା ଗ୍ରହଣ କରିବା ସହ ସରକାରଙ୍କ ପ୍ରତିଶୃତି କୁ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.