ନୂଆଦିଲ୍ଲୀ: ଜାତୀୟ ପରିବହନକାରୀ ଭାରତୀୟ ରେଳବାଇ ନବସୃଜନ (ଇନୋଭେସନ) କ୍ଷେତ୍ରରେ ଷ୍ଟାର୍ଟଅପ ଓ ଅନ୍ୟାନ୍ୟ ସଂସ୍ଥାମାନଙ୍କର ସହଯୋଗ ପାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀସ୍ଥିତ ରେଳଭବନଠାରେ ‘ଷ୍ଟାର୍ଟଅପ୍ସ ଫର ରେଲୱେଜ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ନୂଆନୀତି ଫଳରେ ଭାରତୀୟ ରେଳବାଇ ନବ ଉନ୍ମେଷିତ ଷ୍ଟାର୍ଟଅପ ଉଦ୍ୟୋଗର ସହଯୋଗରେ ନିଜର କାର୍ଯ୍ୟଦକ୍ଷତା, ପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଭିତ୍ତିଭୂମି ସୃଷ୍ଟି କ୍ଷେତ୍ରରେ ବିଶେଷ ଉପକୃତ ହୋଇପାରିବ ।
-
Startups for Railways. pic.twitter.com/yDKDN6Cqy6
— Ashwini Vaishnaw (@AshwiniVaishnaw) June 13, 2022 " class="align-text-top noRightClick twitterSection" data="
">Startups for Railways. pic.twitter.com/yDKDN6Cqy6
— Ashwini Vaishnaw (@AshwiniVaishnaw) June 13, 2022Startups for Railways. pic.twitter.com/yDKDN6Cqy6
— Ashwini Vaishnaw (@AshwiniVaishnaw) June 13, 2022
ସମ୍ପୃକ୍ତ ଉଦ୍ୟୋଗ ତାହାର ନବସୃଜନକାରୀ ପ୍ରଯୁକ୍ତି (ଇନୋଭେଟିଭ ଟେକନୋଲୋଜି) ମାଧ୍ୟମରେ ଭାରତୀୟ ରେଳବାଇର ବିକାଶ ଯାତ୍ରାରେ ଅଂଶୀଦାର ହୋଇପାରିବେ । ଭାରତରେ ଏବେ ଯେଉଁ ଷ୍ଟାର୍ଟଅପ ଉଦ୍ୟୋଗ ରହିଛି ତାହାର ସାମର୍ଥ୍ୟର ଯଥାର୍ଥ ଉପଯୋଗ ଏଯାବତ ହୋଇନାହିଁ । ଏହି ଉଦ୍ୟୋଗ ଦ୍ୱାରା ବିକଶିତ ଇନୋଭେଟିଭ ଟେକନୋଲୋଜିର ଲାଭ ରେଳବାଇ ଉଠାଇ ପାରିବ । ଏହାଦ୍ୱାରା ରେଳବାଇର ନିରାପତ୍ତା ବ୍ୟବସ୍ଥାର ଯଥେଷ୍ଟ ଉନ୍ନତି ଆସିବ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ବୈଷ୍ଣବ କହିଛନ୍ତି, "ଭାରତୀୟ ରେଳବାଇରେ ନୂଆ ନୂଆ ଟେକନୋଲୋଜିକୁ ସମନ୍ୱିତ କରିବା ଦୀର୍ଘକାଳ ଧରି ଯେଉଁ ଆଲୋଚନା ଓ ଚର୍ଚ୍ଚା ଚାଲିଥିଲା, ଆଜି ତାହାର ଅବସାନ ଘଟିଛି । ଆଜି ରେଳବାଇ ଦ୍ୱାରା ଆରମ୍ଭ କରାଯାଇ ଥିବା ନୂଆ ଯୋଜନା ଓ ପ୍ରୟାସ ମାଧ୍ୟମରେ ଦ୍ୱାରା ଏହି ଟେକନୋଲୋଜି ସମନ୍ୱୟ ପ୍ରକ୍ରିୟା ଏକ ନିର୍ଦ୍ଦିଷ୍ଟ ରୂପପାଇଛି ।"
ଏହି ନୀତି ବା ଯୋଜନାର ଶୁଭାରମ୍ଭ କରିବା ଅବସରରେ ସନ୍ତୋଷ ପ୍ରକାଶ କରି ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ,"ଏହି ପ୍ଲାଟଫର୍ମ ମାଧ୍ୟମରେ ଭାରତୀୟ ରେଳବାଇ ସହିତ ସମ୍ପୃକ୍ତ ହେବାକୁ ଷ୍ଟାର୍ଟ ଅପ ସମୂହ ଏକ ଭଲ ସୁଯୋଗ ପାଇବେ । ରେଳବାଇର ବିଭିନ୍ନ ଡିଭିଜନ, ଜୋନର ଆଦିରୁ ମିଳୁଥିବା ଶତାଧିକ ସମସ୍ୟା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାରର ୧୧ଟିକୁ ଗ୍ରହଣ କରାଯାଇ ତାହାର ସ୍ଥାୟୀ ସମାଧାନ ବ୍ୟବସ୍ଥା କରାଯିବ । ଏହି ସବୁ ସମସ୍ୟାର ସମାଧାନ କରିବାକୁ ସୂତ୍ର ବାହାର କରିବା ଦାୟିତ୍ୱ ଷ୍ଟାର୍ଟଅପ ଗୁଡିକୁ ଦିଆଯିବ । ସେମାନେ ନିଜର ଇନେଭେଟିଭ ଟେକନୋଲୋଜି ମାଧ୍ୟମରେ ତାହାର ସମାଧାନ କରିବେ ।"
ଦେଶର ଷ୍ଟାର୍ଟଅପ ସମୂହ ସରକାରଙ୍କ ଏହି ସୁଯୋଗର ସଦୁପଯୋଗ କରିବାକୁ ରେଳମନ୍ତ୍ରୀ ଅନୁରୋଧ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, "ଏକ୍ଷେତ୍ରରେ ରେଳବାଇ ସମ୍ପୃକ୍ତ ଷ୍ଟାର୍ଟଅପଗୁଡିକୁ ସମସ୍ତ ସହାୟତା ଯୋଗାଣ ସୁନିଶ୍ଚିତ କରିବ । ଏଥିରେ ୫୦ ପ୍ରତିଶତ ପୁଞ୍ଜି ଅନୁଦାନ, ନିଶ୍ଚିତ ବଜାର, ଉପଯୁକ୍ତ ପରିବେଶ ଯୋଗାଇ ଦିଆଯିବ ।"