ETV Bharat / bharat

Congress President Election: କଂଗ୍ରେସ ଅଧ୍ୟକ୍ଷ ରେସରୁ ଓହରିଲେ ଗେହଲଟ

author img

By

Published : Sep 29, 2022, 3:19 PM IST

Updated : Sep 29, 2022, 4:41 PM IST

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ (Congress President Election) ଲଢ଼ିବେନି ଅଶୋକ ଗେହଲଟ । ରାଜସ୍ଥାନ କଂଗ୍ରେସରେ ସଙ୍କଟ ପରେ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦିତାରୁ ଓହରି ଯାଇଛନ୍ତି । ଅଧିକ ପଢ଼ନ୍ତୁ

Ashok Gehlot will not contest in Congress president elections
Congress president elections: ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବେନି ଗେହେଲଟ

ଜୟପୁର: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବେନି ଅଶୋକ ଗେହଲଟ । ରାଜସ୍ଥାନରେ ରାଜାନୈତିକ ସଙ୍କଟ ପରେ ନୈତିକତା ଦୃଷ୍ଟିରୁ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦିତାରୁ ଓହରି ଯାଇଛନ୍ତି ଗେହଲଟ । କଂଗ୍ରେସର ଅନେକ ଛାମୁଆ ନେତା ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଏନେଇ ଘୋଷଣା କରିଛନ୍ତି ।

ଅଶୋକ ଗେହଲଟ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୁଁ ରାହୁଲ ଗାନ୍ଧୀଙ୍କୁ କୋଚିରେ ଭେଟିଥିଲି । କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ତାଙ୍କୁ ମୁଁ ନିବେଦନ କରିଥିଲି । କିନ୍ତୁ ସେ ଲଢ଼ିବେ ନାହିଁ ବୋଲି କହିବା ପରେ, ମୁଁ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦିତା କରିବି ବୋଲି କହିଥିଲି । ରାଜସ୍ଥାନର ସଙ୍କଟ ସ୍ଥିତି ପରେ ମୁଁ ଏହି ପଦ ପାଇଁ ପ୍ରତିଦ୍ବନ୍ଦିତା ନକରିବାକୁ ନିଷ୍ପତ୍ତି ନେଇଛି ।"

I met Rahul Gandhi in Kochi & requested him to fight in the polls (for Congress President). When he didn't accept, I said I'll contest but now with that incident (#RajasthanPoliticalCrisis), I've decided not to contest the elections: Rajasthan CM Ashok Gehlot, in Delhi pic.twitter.com/2VnqTcQUAu

— ANI (@ANI) September 29, 2022 " class="align-text-top noRightClick twitterSection" data=" ">

ରାଜାସ୍ଥାନରେ ଉପୁଜିଥିବା ରାଜନୈତିକ ସଙ୍କଟକୁ ନେଇ ଗେହଲଟ ସୋନିଆ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବାକୁ ପ୍ରସ୍ତୁତ ହେଉଥିବାରୁ ରାଜସ୍ଥାନ ଗାଦିରେ କିଏ ବସିବ ତାହାକୁ ନେଇ ଗେହଲଟ ଗୋଷ୍ଠୀ ବିଦ୍ରୋହ କରିଥିଲେ । ଏହାକୁ ନେଇ ଗେହଲଟ କହିଛନ୍ତି ଯେ, ଯାହା ବି ଘଟିଲା ତାହା ପ୍ରତ୍ୟେକଙ୍କୁ ସ୍ତବ୍ଧ କରିଛି ।

ଏହି କ୍ରମରେ ଗୁରୁବାର ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ଅଶୋକ ଗେହଲଟ । ଗେହଲଟ କହିଛନ୍ତି, "ମୁଁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲି । ଯାହା ବି ଘଟିଛି ତାହାକୁ ନେଇ ଆମେ ସ୍ତବ୍ଧ । ପ୍ରତ୍ୟେକ ଭାବୁଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରି ରଖିବାକୁ ଚାହୁଁଛି । ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରିଛି ।"

ଗେହଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ତାହାକୁ ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ତାହାକୁ ନେଇ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । କଂଗ୍ରେସ କର୍ମୀ ଅଧ୍ୟକ୍ଷଙ୍କ ତତ୍ତ୍ବବଧାନରେ କାମ କରୁଛନ୍ତି । ସେ ହିଁ ଆଗାମୀ ସ୍ଥିତିକୁ ନେଇ ଯାହା ନିଷ୍ପତ୍ତି ନେବା କଥା ନେବେ ବୋଲି କହିଛନ୍ତି ଗେହଲଟ ।

ଜୟପୁର: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବେନି ଅଶୋକ ଗେହଲଟ । ରାଜସ୍ଥାନରେ ରାଜାନୈତିକ ସଙ୍କଟ ପରେ ନୈତିକତା ଦୃଷ୍ଟିରୁ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦିତାରୁ ଓହରି ଯାଇଛନ୍ତି ଗେହଲଟ । କଂଗ୍ରେସର ଅନେକ ଛାମୁଆ ନେତା ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଏନେଇ ଘୋଷଣା କରିଛନ୍ତି ।

ଅଶୋକ ଗେହଲଟ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୁଁ ରାହୁଲ ଗାନ୍ଧୀଙ୍କୁ କୋଚିରେ ଭେଟିଥିଲି । କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ତାଙ୍କୁ ମୁଁ ନିବେଦନ କରିଥିଲି । କିନ୍ତୁ ସେ ଲଢ଼ିବେ ନାହିଁ ବୋଲି କହିବା ପରେ, ମୁଁ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦିତା କରିବି ବୋଲି କହିଥିଲି । ରାଜସ୍ଥାନର ସଙ୍କଟ ସ୍ଥିତି ପରେ ମୁଁ ଏହି ପଦ ପାଇଁ ପ୍ରତିଦ୍ବନ୍ଦିତା ନକରିବାକୁ ନିଷ୍ପତ୍ତି ନେଇଛି ।"

  • I met Rahul Gandhi in Kochi & requested him to fight in the polls (for Congress President). When he didn't accept, I said I'll contest but now with that incident (#RajasthanPoliticalCrisis), I've decided not to contest the elections: Rajasthan CM Ashok Gehlot, in Delhi pic.twitter.com/2VnqTcQUAu

    — ANI (@ANI) September 29, 2022 " class="align-text-top noRightClick twitterSection" data=" ">

ରାଜାସ୍ଥାନରେ ଉପୁଜିଥିବା ରାଜନୈତିକ ସଙ୍କଟକୁ ନେଇ ଗେହଲଟ ସୋନିଆ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବାକୁ ପ୍ରସ୍ତୁତ ହେଉଥିବାରୁ ରାଜସ୍ଥାନ ଗାଦିରେ କିଏ ବସିବ ତାହାକୁ ନେଇ ଗେହଲଟ ଗୋଷ୍ଠୀ ବିଦ୍ରୋହ କରିଥିଲେ । ଏହାକୁ ନେଇ ଗେହଲଟ କହିଛନ୍ତି ଯେ, ଯାହା ବି ଘଟିଲା ତାହା ପ୍ରତ୍ୟେକଙ୍କୁ ସ୍ତବ୍ଧ କରିଛି ।

ଏହି କ୍ରମରେ ଗୁରୁବାର ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ଅଶୋକ ଗେହଲଟ । ଗେହଲଟ କହିଛନ୍ତି, "ମୁଁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲି । ଯାହା ବି ଘଟିଛି ତାହାକୁ ନେଇ ଆମେ ସ୍ତବ୍ଧ । ପ୍ରତ୍ୟେକ ଭାବୁଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରି ରଖିବାକୁ ଚାହୁଁଛି । ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରିଛି ।"

ଗେହଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ତାହାକୁ ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ତାହାକୁ ନେଇ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । କଂଗ୍ରେସ କର୍ମୀ ଅଧ୍ୟକ୍ଷଙ୍କ ତତ୍ତ୍ବବଧାନରେ କାମ କରୁଛନ୍ତି । ସେ ହିଁ ଆଗାମୀ ସ୍ଥିତିକୁ ନେଇ ଯାହା ନିଷ୍ପତ୍ତି ନେବା କଥା ନେବେ ବୋଲି କହିଛନ୍ତି ଗେହଲଟ ।

Last Updated : Sep 29, 2022, 4:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.