ETV Bharat / bharat

ରାଜସ୍ଥାନରେ ସଭାମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିଷ ଓଗାଳିଲେ ଓଓ୍ବେସୀ - ଅସଦୁଦ୍ଦିନ ଓଓ୍ବେସୀଙ୍କ ରାଜସ୍ଥାନ ଗସ୍ତ

ରାଜସ୍ତାନରେ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ଓଓ୍ବେସୀ (Asaduddin Owaisi Targets BJP and Congress) । କହିଲେ ସରକାର ଯାହା କରିବାର କଥା କରୁ । ରାଜସ୍ଥାନ ପ୍ରଶାସନକୁ କହିଲେ ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କ ଚାମଚା । ଅଧିକ ପଢନ୍ତୁ

ରାଜସ୍ଥାନରେ ସଭାମଞ୍ଚରେ ନରେନ୍ଦ୍ର ମୋଦି ମୁର୍ଦ୍ଦାବାଦ କହିଲେ ଓଓ୍ବେସୀ

author img

By

Published : Sep 15, 2022, 10:35 PM IST

ଜୟପୁର: ରାଜସ୍ତାନରେ ଏକ ଜନସଭାକୁ ସମ୍ବୋଧିତ କରି (Asaduddin Owaisi Public Meeting in Ladnun) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି AIMIM ମୁଖ୍ୟ ଆସାଦୁଦ୍ଦିନ ଓଓ୍ବେସୀ (Asaduddin Owaisi Targets BJP and Congress) । ଏତେ ଉତ୍ତେଜିତ ହୋଇପଡିଥିଲେ ଯେ, ନରେନ୍ଦ୍ର ମୋଦି ମୁର୍ଦ୍ଦାବାଦ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି ଓଓ୍ବେସୀ । ତାଙ୍କର ଏପରି ମନ୍ତବ୍ୟ ପରେ ସେ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେବା କଥା ନେଉ ବୋଲି ମଧ୍ୟ ଦମ୍ଭୋକ୍ତି ଦେଖାଇଛନ୍ତି । ଆବଶ୍ୟକ ପଡିଲେ ତାଙ୍କୁ ଜେଲ କମ୍ବା ଫାଶୀରେ ଚଢାଇ ଦିଅନ୍ତୁ କିନ୍ତୁ ସେ ଡରିବେ ନାହିଁ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଓ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିବାକୁ ଛାଡିନାହାନ୍ତି ଓଓ୍ବେସୀ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିଷ ଓଗାଳିଲେ ଓଓ୍ବେସୀ

ରାଜସ୍ଥାନ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍ ଚାମଚା ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ସତ କହିବି । କାହାକୁ ଡରିବି ନାହିଁ । ଯେତେବେଳେ ଲୋକମାନେ ମୋଦିଜୀଙ୍କୁ ମୁଦ୍ରାସ୍ପିତି ବିଷୟରେ ପଚାରନ୍ତି, ସେତେବେଳେ ଉତ୍ତର ହେଉଛି ଆମେ ରାମ ମନ୍ଦିର ନିର୍ମାଣ କରିଛୁ । ଯେତେବେଳେ ଧାନର ମୂଲ୍ୟ ସମ୍ପର୍କରେ ଚାଷୀ ପଚାରନ୍ତି, ସେତେବେଳେ ବିଜେପି ସରକାର କୁହେ ଆମେ ଜ୍ଞାନବ୍ୟାପୀ ମସଜିଦ ମାମଲା ଜାରି ରଖିଛୁ । ଏପରି କରି ବିଜେପି ପ୍ରତ୍ୟେକ ସାଧାରଣ ପ୍ରସଙ୍ଗ ଠାରୁ ଦୂରେଇ ଯାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି ।

ଓୱେସି କହିଛନ୍ତି ଯେ ଦେଶ ଏବଂ ରାଜସ୍ଥାନର ଯୁବକମାନେ ବିଜେପି ସେମାନଙ୍କୁ କ’ଣ ଦେଇଛି ସେ ବିଷୟରେ ଚିନ୍ତା କରିବା ଆବଶ୍ୟକତା ଆସିଛି । ଆଜି ପ୍ରତ୍ୟେକ ସାମଗ୍ରୀ ଉପରେ ଜିଏସଟି ଲାଗୁ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପେନସିଲ ଟିଏ କିଣିବା ମଧ୍ୟ ଜିଏସିଟି ଦେବାକୁ ପଡୁଛି । ବର୍ତ୍ତମାନ ସମୟରେ ଲୋକେ କିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ବିଜେପି ସରକାର ବୁଝି ପାରୁନାହିଁ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଏହି ସବୁ ପ୍ରସଙ୍ଗରେ ମୁଁ ସତ କହିଆସିଛି, କାହାକୁ ଡରି ନାହିଁ । ଉତ୍ତର ପ୍ରଦେଶରେ ମୋ ଉପରେ ଗୁଳିମାଡ ହେଲା, ମତେ ହତ୍ୟା କରିବା ପାଇଁ ଉଦ୍ୟମ ହେଲା । ତଥାପି ମୁଁ କେବେ ଭୟଭୀତ ନୁହେଁ । ଏହି 5 ବର୍ଷର ସରକାର କଣ କରିବ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।" ପୂର୍ବରୁ ମଧ୍ୟ ଓଓ୍ବେସୀ ଏପରି ଅନେକ ଉତ୍ତେଜନାପୂର୍ଣ୍ଣ ଭାଷଣ ଓ ବିବାଦୀୟ ଟିପ୍ପଣୀ ମଧ୍ୟ ଦେଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.