ETV Bharat / bharat

ମୋଦିଙ୍କୁ ଓବେସିଙ୍କ ଖୋଲା ଚ୍ୟାଲେଞ୍ଜ; ‘ହାଇଦ୍ରାବାଦରେ କ୍ୟାମ୍ପେନ କରି, ଜିତି କି ଦେଖାଅ’

author img

By

Published : Nov 26, 2020, 5:21 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓବେସିଙ୍କ ଚ୍ୟାଲେଞ୍ଜ । ମୋଦି ହାଇଦ୍ରାବାଦ ମ୍ୟୁନିସପାଲ୍ ନିର୍ବାଚନରେ ପ୍ରଚାର କରି ବିଜେପିକୁ ବିଜୟୀ କରି ଦେଖାନ୍ତୁ । ଅଧିକ ପଢ଼ନ୍ତୁ...

ମୋଦିଙ୍କୁ ଓବେସିଙ୍କ ଚ୍ୟାଲେଞ୍ଜ, ହାଇଦ୍ରାବାଦରେ କ୍ୟାମ୍ପେନ କରି ବିଜୟୀ ହୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଏଆଇଏମଆଇଏମ (aimim) ଅଧ୍ୟକ୍ଷ ଅସାଦୁଦ୍ଦିନ ଓବେସି । ଡିସେମ୍ବର 1 ତାରିଖରେ ହାଇଦ୍ରାବାଦରେ ମ୍ୟୁନିସପାଲ ନିର୍ବାଚନ ହେବାକୁ ଯାଉଛି । ଗ୍ରେଟର ମ୍ୟୁନିସପାଲ ହାଇଦ୍ରାବାଦ ନିର୍ବାଚନ ପାଇଁ ମୋଦି ପ୍ରଚାର କରନ୍ତୁ ଏବଂ ବିଜେପିକୁ ଏଠାରେ ବିଜୟୀ କରି ଦେଖାନ୍ତୁ ବୋଲି କହିଛନ୍ତି ଓବେସି ।

ଆଗକୁ ତେଲଙ୍ଗାନାରେ ମୁନ୍ୟିସିପାଲ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ବିଭିନ୍ନ ସ୍ଥାନୀୟ ରାଜନୈତିକ ଦଳ ସହ ଜାତୀୟ ରାଜନୈତିକ ଦଳ ଏଠାରେ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ପୁରୁଣା ହାଇଦ୍ରାବାଦରେ ଓବେସିଙ୍କ ଏଆଇଏମଆଇଏମର ଦବଦବା ରହିଛି। ପ୍ରତି ନିର୍ବାଚନରେ ଏଠାରୁ ଏଆଇଏମଆଇଏମ ବିପୁଳ ବିଜୟ ହାସଲ କରିଛି ।

ଏହାକୁ ନେଇ ଏକ ସାକ୍ଷାତକାରରେ ଅସାଦୁଦ୍ଦିନ ଓବେସି କହିଛନ୍ତି ଯେ, " ପୁରୁଣା ହାଇଦ୍ରାବାଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିବ ସହ ସଭା କରି ଦେଖାନ୍ତୁ। ଆପଣ ବି ଦେଖିବେ। ଆମେ ବି ଦେଖିବୁ, ମୋଦିଙ୍କ ପ୍ରଚାର ପରେ ବିଜେପି ଏଠାରୁ କେତୋଟି ଆସନରେ ବିଜୟୀ ହେବ।"

ବର୍ତ୍ତମାନ ହାଇଦ୍ରାବାଦ ଏକ ବିକଶିତ ସହର ଭାବରେ ପରିଗଣିତ ହେଉଛି । ଏଠାରେ ବିଜେପି ବିକାଶର କଥା କହୁନାହିଁ । ଏଠାରେ ବହୁ ବିଶ୍ବ ସ୍ତରୀୟ କମ୍ପନୀମାନେ ନିଜ ଶାଖା ଖୋଲିଛନ୍ତି। ଏହାକୁ ଧ୍ବଂସ କରିବାକୁ ମନୋବୃତ୍ତି ରଖିଛି ବିଜେପି । ହାଇଦ୍ରାବାଦକୁ ବଦନାମ କରିବାକୁ ଚେଷ୍ଟା କରୁଛି ବିଜେପି ବୋଲି କହିଛନ୍ତି ଏଆଇଏମଆଇଏମ ଅସାଦୁଦ୍ଦିନ ଓବେସୀ

ତେଲେଙ୍ଗାନା ବିଜେପି ସଭାପତି ବାନ୍ଦି ସଞ୍ଜୟ ହାଇଦ୍ରାବାଦକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ, "ହାଇଦ୍ରାବାଦରେ ରୋହିଙ୍ଗ୍ୟା ମୁସଲିମ୍ ଓ କିଛି ପାକିସ୍ତାନୀ ରହିଛନ୍ତି । ଏଠାରେ ଏକ ସର୍ଜିକାଲ ଷ୍ଟ୍ରାଇକର ଆବଶ୍ୟକତା ରହିଛି । ଏହାପରେ ହିଁ ହାଇଦ୍ରାବାଦର ଅବସ୍ଥାରେ ସୁଧାର ଆସିବ ।"

ମ୍ୟୁନିସପାଲ ନିର୍ବାଚନକୁ ନେଇ ବିଜେପି ପକ୍ଷରୁ ବାରମ୍ବାର ବିବାଦୀୟ ବୟାନ ଦିଆଯାଇଛି । ଗତ କଛିଦିନ ତଳେ ଦକ୍ଷିଣ ବେଙ୍ଗାଲୁରୁ ସାଂସଦ ହାଇଦ୍ରାବାଦରେ ଏକ ଆଧୁନିକ ମହମ୍ମଦ ଅଲ୍ଲୀ ଜିନ୍ନା ରହିଥିବା କଥା କହିଥିଲେ । ଏଭଳି ବୟାନକୁ ନେଇ ଅସାଦୁଦ୍ଦିନ ଓବେସି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।

ଏହାକୁ ନେଇ ଅସାଦୁଦ୍ଦିନ ଓବେସୀ କହିଛନ୍ତି, "ହାଇଦ୍ରାବାଦରେ ପାକିସ୍ତାନୀ ପ୍ରବେଶ କଲା ବେଳେ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ମୋଦି ଶୋଇଥିଲେ ବୋଧେ । ମୁଁ କେବେ ଏଠାରେ କୌଣସି ପାକିସ୍ତାନୀଙ୍କୁ ଦେଖିନାହିଁ। ଯଦି ସେମାନେ ଏଠାରେ ପ୍ରବେଶ କରିଥିବେ। ତେବେ ଏଥିପାଇଁ ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଦାୟୀ । "

ବିଜେପିର ସର୍ଜିକାଲ ଷ୍ଟ୍ରାଇକ କଥାକୁ ନେଇ ତେଲେଙ୍ଗାନା ରାଷ୍ଟ୍ର ସମିତି ଓ କଂଗ୍ରେସ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି । ଏଭଳି ମନ୍ତବ୍ୟ ଦେଇ ହାଇଦ୍ରାବାଦରେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବାକୁ ବିଜେପି ଚାହୁଁଥିବା ନେଇ ଅଭିଯୋଗ କରିଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତି ଓ କଂଗ୍ରେସ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.