ETV Bharat / bharat

ପ୍ରୟାଗରାଜରେ ଅସଦକୁ ଦିଆଗଲା କବର, ପୁଅର ଶେଷ ଦର୍ଶନ କରିପାରିଲାନି ଅତିକ ଅହମ୍ମଦ - ଅତିକ ଅହମ୍ମଦ

ପ୍ରୟାଗରାଜ କବରସ୍ଥାନରେ ଅସଦକୁ ଦିଆଗଲା ସମାଧି । ଅନୁମତି ନମିଳିବାରୁ ପୁଅର ଶେଷକୃତ୍ୟରେ ସାମିଲ ହୋଇପାରିଲାନି ଅତିକ ଅହମ୍ମଦ । ଅଧିକ ପଢନ୍ତୁ

ପ୍ରୟାଗରାଜରେ ଅସଦକୁ ଦିଆଗଲା କବର
ପ୍ରୟାଗରାଜରେ ଅସଦକୁ ଦିଆଗଲା କବର
author img

By

Published : Apr 15, 2023, 1:05 PM IST

Updated : Apr 19, 2023, 12:39 PM IST

ଲକ୍ଷ୍ନୌ: ଝାନ୍ସିରେ ପୋଲିସ ଏନକାଉଣ୍ଟରରେ ଆଖି ବୁଜିଥିବା ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦଙ୍କ ପୁଅ ଅସଦର ଆଜି(ଶନିବାର) ସକାଳେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପ୍ରୟାଗରାଜ ସ୍ଥିତ କସାରୀ ମସାରୀ କବରସ୍ଥାନରେ ଅସଦକୁ ସମାଧି ଦିଆଯାଇଛି । ହେଲେ ନିଜ ପୁଅର ଅନ୍ତିମ ଦର୍ଶନ କରିପାରି ନାହିଁ ଅତିକ ଅହମ୍ମଦ । ଅସଦର ଶେଷକୃତ୍ୟରେ ସାମିଲ ହେବାକୁ ଅତିକକୁ ଅନୁମତି ମିଳିନି । କେବଳ ଆତ୍ମୀୟ ପରିଜନଙ୍କ ଉପସ୍ଥିତିରେ ଅସଦର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି । ପୋଲିସ ପକ୍ଷରୁ ମାତ୍ର ୩୫ ଜଣ ସମ୍ପର୍କୀୟଙ୍କୁ ଏଥିରେ ସାମିଲ ହେବା ପାଇଁ ଅନୁମତି ଦିଆଯାଇଥିଲା ।

ଡିସିପି ସତୀଶ ଚନ୍ଦ୍ର କହିଛନ୍ତି ଯେ, ଅସଦ ଶେଷକୃତ୍ୟ ପାଇଁ ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆରଏଏଫ ଯବାନ ମଧ୍ୟ କବରସ୍ଥାନରେ ମୁତୟନ ରହିଛନ୍ତି । କେବଳ ଆତ୍ମୀୟ ପରିଜନଙ୍କୁ ଶେଷକୃତ୍ୟରେ ସାମିଲ ପାଇଁ ଅନୁମତି ଦିଆଯାଇଛି । ଅତିକ ଅହମ୍ମଦର ସମର୍ଥକଙ୍କୁ କବରସ୍ଥାନରେ ପ୍ରବେଶ ପାଇଁ ବାରଣ କରାଯାଇଛି । ଗ୍ୟାଙ୍ଗଷ୍ଟାର ଅତିକର ବହୁ ସମର୍ଥକ ଅସଦର ଶେଷକୃତ୍ୟରେ ସାମିଲ ହେବା ପାଇଁ ଗତକାଲି ଠାରୁ ତାଙ୍କର ବାସଭବନରେ ପହଞ୍ଚି ଥିଲେ । ଯେଉଁ କାରଣରୁ ଘର ଠାରୁ କବରସ୍ଥାନ ଯାଏଁ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା ।

ଅତିକ ଅହମ୍ମଦ ପୁଅ ଅସଦର ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ଅନୁମତି ଦେବାକୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ କୋର୍ଟ କୌଣସି ନିର୍ଦ୍ଦେଶ ଦେବା ପୂର୍ବରୁ ପୋଲିସ ଆଦୌ ବିଳମ୍ବ ନକରି ଅସଦକୁ ସମାଧି ଦେଇଛି । ଯେଉଁ କାରଣରୁ ଶେଷ ଥର ପାଇଁ ଅତିକ ନିଜ ପୁଅକୁ ଦେଖିବାର ସୁଯୋଗରୁ ବଞ୍ଚିତ ରହିଛି । ସେହିପରି ପୁଅର ଶେଷକୃତ୍ୟରେ ସାମିଲ ହେବାକୁ ଅତିକ ଅହମ୍ମଦର ପତ୍ନୀ ଶାଇସ୍ତା ପରବୀନ ପହଞ୍ଚିବେ ବୋଲି ପୋଲିସ ଅନୁମାନ କରୁଥିଲା । ଏଥିପାଇଁ ଗତକାଲି ପୋଲିସ କୌଶାମ୍ବୀ ବର୍ଡରରୁ ପ୍ରୟାଗରାଜ ଆଡକୁ ଯାଉଥିବା ସମସ୍ତ ଗାଡିର ତଲାସି ନେଇଥିଲା । ମାତ୍ର କିଛି ଲାଭ ହୋଇନଥିଲା । କବରସ୍ଥାନରେ ମଧ୍ୟ ପୋଲିସ ତୀକ୍ଷ୍ଣ ନଜର ରଖିଥିବାବେଳେ ଶାଇସ୍ତାଙ୍କ ଦେଖା ମିଳିନଥିଲା ।

ପ୍ରକାଶଥାଉ କି, ଉମେଶ ପାଲ ହତ୍ୟା ମାମଲାରେ ଜଡିତ ଥିବା ଅତିକ ଅହମ୍ମଦର ପୁଅ ଅସଦ ଓ ତାର ସହଯୋଗୀ ଗୁଲାମଙ୍କୁ ଉତ୍ତରପ୍ରଦେଶ ଏସଟିଏଫ ଟିମ୍ ଦୁଇ ଦିନ ତଳେ ଝାନ୍ସିରେ ଏନକାଉଣ୍ଟର କରିଥିଲା । ଏହି ଦୁଇ ଜଣଙ୍କ ଉପରେ ୫ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା । ଅତିକ ପ୍ରୟାଗରାଜ କୋର୍ଟରେ ହାଜର ହେଉଥିବା ବେଳେ ଅସଦକୁ ଏନକାଉଣ୍ଟର କରାଯାଇଥିଲା । ଏହି ଖବର ଶୁଣି ଗ୍ୟାଙ୍ଗଷ୍ଟାର କୋର୍ଟରୁମରେ ଭାଙ୍ଗି ପଡିବା ସହ ଭୋ ଭୋ ହୋଇ କାନ୍ଦିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 19, 2023, 12:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.