ETV Bharat / bharat

ପ୍ରଶଂସା ସାଉଣ୍ଟିଲେ ବଲିଉଡ ବାଦଶାହଙ୍କ ପୁଅ ଆର୍ଯ୍ୟନ ଖାନ

author img

By ETV Bharat Odisha Team

Published : Oct 21, 2023, 10:43 PM IST

ପୁଣି ଚର୍ଚ୍ଚାରେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ସୋସିଆଲ ମିଡିଆରେ ଆର୍ଯ୍ୟନଙ୍କୁ ଛୁଟୁଛି ପ୍ରଶଂସାର ସୁଅ । ଅଧିକ ପଢନ୍ତୁ

helping nature of aryan
ଚର୍ଚ୍ଚାରେ ଆର୍ଯ୍ୟନ ଖାନ

ମୁମ୍ବାଇ: ପୁଣି ଚର୍ଚ୍ଚାରେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ହେଲେ ଏଥର କୌଣସି ବିବାଦ ନୁହେଁ, ବରଂ ମାନବିକତାର ପରିଚୟ ଦେଇ ପ୍ରଶଂସା ସାଉଣ୍ଟିଛନ୍ତି ଆର୍ଯ୍ୟନ । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ରାସ୍ତାରେ ଟଙ୍କା ମାଗୁଥିବା କିଛି ଗରିବ ମହିଳାମାନଙ୍କ ପ୍ରତି ଉଦାରତା ଦେଖାଉଥିବାର ନଜର ଆସିଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ପ୍ରଶଂସା କରିଛନ୍ତି ୟୁଜର୍ସ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଦେଖିବାକୁ ମିଳିଛି ଯେ, ଆର୍ଯ୍ୟନ ଖାନଙ୍କ କାର ଟ୍ରାଫିକରେ ଅଟକି ରହିଛି । ଠିକ୍ ଏହି ସମୟରେ ଭିକ୍ଷା ବୃତ୍ତି କରୁଥିବା କିଛି ମହିଳା ତାଙ୍କ ଗାଡି ନିକଟକୁ ଆସି ଟଙ୍କା ମାଗୁଛନ୍ତି । ରାସ୍ତା ମଝିରେ ଅଟକି ରହିଥିବା ଆର୍ଯ୍ୟନ ଖାନଙ୍କ କାରର ଝରକା ବାଡେଇଥିଲେ । ସେହି ସମୟରେ ଆର୍ଯ୍ୟନ ନିଜ ପର୍ସ ଡ୍ରାଇଭରଙ୍କୁ ଦେଇ ସେହି ମହିଳାମାନଙ୍କୁ ଟଙ୍କା ପ୍ରଦାନ କରିବାକୁ କହିଥିଲେ ।

ଆର୍ଯ୍ୟନ୍ ଖାନଙ୍କ ଏହି ଉଦାରତା ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ନିଜର ଉଦାରତା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି ଏହି ଷ୍ଟାର କିଡ୍ । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସମାନେ ଆର୍ଯ୍ୟନଙ୍କ ପ୍ରଶଂସା କରି ଅନେକ କମେଣ୍ଟ କରିଥିବାର ଦେଖିବାକୁ ମିଳିଛି । ଜଣେ ୟୁଜର୍ସ ଲେଖିଛନ୍ତି, 'ବାଃ.. ଆର୍ଯ୍ୟନ୍' । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, 'ଏହା ଶାହାରୁଖଙ୍କ ପରିବାରର ପରମ୍ପରା' । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, 'ଆର୍ଯ୍ୟନ ଖାନ୍ ତାଙ୍କ ପିତାଙ୍କ ପରି' । ପୋଷ୍ଟରେ ଏହିଭଳି ଅନେକ କମେଣ୍ଟ ଆସିଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...IPL 2023: କିଙ୍ଗ ଖାନଙ୍କଠୁ ନାଚ ଶିଖିଲେ କିଙ୍ଗ କୋହଲି

ତେବେ ଆର୍ଯ୍ୟନ ଖାନଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ସେ ଖୁବଶୀଘ୍ର ଏକ ୱେବ ସିରିଜର ଲେଖକ ଭାବରେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଯାହାର ନାମ ହେଉଛି 'ଷ୍ଟାରଡମ୍' । ସୂଚନା ଅନୁଯାୟୀ, ଆର୍ଯ୍ୟନ ଖାନ ବିଲାଲଙ୍କ ସହ ମିଶି ଏହି ସିରିଜର ସଂଳାପ ଲେଖିଛନ୍ତି। ଏହା ସହିତ ଆର୍ଯ୍ୟନ୍ ଖାନ୍ ମଧ୍ୟ ନିଜର ଏକ ବ୍ରାଣ୍ଡର ପ୍ରମୋସନ ପାଇଁ ପ୍ରଥମ ବିଜ୍ଞାପନ କରିଛନ୍ତି। ତାଙ୍କର ଏହି ପୋଷାକ ବ୍ରାଣ୍ଡର ନାମ ହେଉଛି D'YAVOL X ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.