ETV Bharat / bharat

Aryan Khan bribery case: ସମୀର ୱାଙ୍ଖଡେଙ୍କୁ ସିବିଆଇ ସମନ, ଆଜି ହେବେ ହାଜର - ଆର୍ୟ୍ୟନ ଖାନ ଗିରଫ ମାମଲା

କ୍ରୁଜ୍ ଡ୍ରଗ୍ ଲାଞ୍ଚ ମଗାଯିବା ମାମଲାରେ ପୂର୍ବତନ ସିବିଆଇ ଅଧିକାରୀ ସମୀର ଓ୍ବାଙ୍ଖଡେଙ୍କୁ ସିବିଆଇ ସମନ । ଆଜି ହେବେ ହାଜର । ଶାହରୁଖ ଖାନଙ୍କ ପରିବାରରୁ 25 କୋଟି ମାଗିଥିବା ସିବିଆଇର ଅଭିଯୋଗ । ଅଧିକ ପଢନ୍ତୁ

Aryan Khan bribery case: ଆସନ୍ତାକାଲି ହାଜର ହେବାକୁ ସମୀର ଓ୍ବାଙ୍ଖଡେଙ୍କୁ ସିବିଆଇ ସମନ

author img

By

Published : May 18, 2023, 9:24 AM IST

ମୁମ୍ବାଇ: ଆର୍ଯ୍ୟନ ଖାନ କ୍ରୁଜ୍ ଡ୍ରଗ୍ ମାମଲାରେ ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ସମନ ଜାରି କରିଛି ସିବିଆଇ । ତାଙ୍କୁ ଆଜି(ଗୁରୁବାର) ମୁମ୍ବାଇ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ସମନରେ ନିର୍ଦ୍ଦେଶ ମିଳିଛି । ଆର୍ଯ୍ୟନ ଖାନ ଗିରଫ ହେବା ବେଳେ ସମୀର ଓ୍ବାଙ୍ଖଡେ ଏନସିବି ଜୋନାଲ ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଥିବା ସହ ମାମଲାର ତଦନ୍ତକାରୀ ଅଧିକାରୀ ମଧ୍ୟ ଥିଲେ । ମାମଲାର ରଫାଦଫା କରିବା ପାଇଁ ସେ ଶାହାରୁଖ ପରିବାରକୁ 25 କୋଟି ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ନିକଟରେ ସିବିଆଇ ତାଙ୍କ ବିରୋଧରେ ଏତଲା ମଧ୍ୟ ଦାଏର କରିଛି ।

ସିବିଆଇ ଅଭିଯୋଗ ଅନୁସାରେ, ଏହି ବହୁଚର୍ଚ୍ଚିତ ମାମଲାର ରଫାଦଫା ପାଇଁ ଶାହାରୁଖଙ୍କ ପରିବାର ଠାରୁ 25 କୋଟି ଟଙ୍କା ଦାବି କରାଯାଇଥିଲା । ତତ୍କାଳୀନ ଏନସିବି ଅଧିକାରୀ ତଥା ଘଟଣାର ତଦନ୍ତକାରୀ ଅଧିକାରୀ ଥିବା ସମୀର ଓ୍ବାଙ୍ଖେଡ ଓ ତାଙ୍କର ସହଯୋଗୀ ଅଧିକାରୀଙ୍କ ସମେତ ମାମଲାରେ ସାକ୍ଷୀ ଭାବେ ବ୍ୟବହାର ହୋଇଥିବା ବ୍ୟକ୍ତି ମଧ୍ୟ ଏଥିରେ ସାମିଲ ଥିଲେ ।

2021 ଅକ୍ଟୋବରରେ ଏକ କ୍ରୁଜ ଜାହାଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ଅଭିଯୋଗରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଥିଲା ଏନସିବି ଟିମ । ମାମଲାର ତଦନ୍ତ କରୁଥିବା ତତ୍କାଳୀନ ମୁମ୍ବାଇ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେ ଶାହାରୁଖଙ୍କ ପରିବାର ନିକଟରୁ 25 କୋଟି ଟଙ୍କା ଦାବି କରିଥିଲେ । ଏହି ମାମଲାରେ ଓ୍ବାଙ୍ଖଡେ ଓ ଆଶିଷ ରଞ୍ଜନ ନାମକ ଅନ୍ୟ ଜଣେ ଏନସିବି ଅଧିକାରୀ ଏହି ଅର୍ଥରାଶି ଦାବି କରିଥିଲେ । ଟଙ୍କା ନଦେଲେ ଆର୍ଯ୍ୟନଙ୍କ ବିରୋଧରେ ନାର୍କୋଟିକ୍ସ ମାମଲାରେ ଚାର୍ଜଫ୍ରେମ କରାଯିବା ନେଇ ସେ ଧମକ ମଧ୍ୟ ଦେଇଥିବା ସିବିଆଇ ଅଭିଯୋଗରେ ଦର୍ଶାଇଛି ।

ଏହା ମଧ୍ୟ ପଢନ୍ତୁ:- ଶାହାରୁଖଙ୍କ ପରିବାରକୁ ସମୀର ଓ୍ବଙ୍ଖଡେ ମାଗିଥିଲେ 25 କୋଟି ! ମାମଲା ରୁଜୁ କଲା CBI

ତେବେ 15 ତାରିଖରେ ଅଧିକାରୀ ସମୀର ଓ୍ବାଙ୍ଖଡେଙ୍କ ନାମରେ କେନ୍ଦ୍ରୀୟ ସଂସ୍ଥା ମାମଲା ଦାଏର କରିବା ପରେ ଗତକାଲି(ବୁଧବାର) ତାଙ୍କୁ ସମନ ଜାରି କରି ଆଜି ହାଜର ହେବା ପାଇଁ କୁହାଯାଇଛି । ପୂର୍ବାହ୍ନରେ ଓ୍ବାଙ୍ଖଡେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇପାରନ୍ତି । ତେବେ ସନ୍ତୋଷଜନକ ଉତ୍ତର ନପାଇଲେ ସିବିଆଇ ତାଙ୍କୁ ଗିରଫ କରିପାରେ , ଏପରି ଅନୁମାନକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.