ETV Bharat / bharat

Border Clash With China: ଗୃହମନ୍ତ୍ରୀଙ୍କ ବିବୃତ୍ତି ପରେ ବଡ ବୟାନ ଦେଲେ ଅରୁଣାଚଳ ମୁଖ୍ୟମନ୍ତ୍ରୀ

author img

By

Published : Dec 13, 2022, 6:00 PM IST

ଆଉ 1962ର ସ୍ଥିତି ନାହିଁ, ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କଲେ ମୁହଁତୋଡ ଜବାବ ଦେବା ପାଇଁ ସେନା ସକ୍ଷମ ବୋଲି କହିଲେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ (Arunachal Chief Minister On Border Clash)। 9 ତାରିଖରେ ଚୀନର ଅନୁପ୍ରବେଶ ଉଦ୍ୟମ ପରେ ହୋଇଥିଲା ସଂଘର୍ଷ । ଅଧିକ ପଢନ୍ତୁ

Border Clash With China: ଆଉ 1962ର ସ୍ଥିତି ନାହିଁ, ମୁହଁତୋଡ ଜବାବ ମିଳିବ କହିଲେ ଅରୁଣାଚଳ ପ୍ରଦେଶ

ହାଇଦ୍ରାବାଦ: ଭାରତ-ଚୀନ ସୀମା ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ 9 ତାରିଖରେ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ହୋଇଥିବା ସଂଘର୍ଷ ନେଇ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି (Arunachal Chief Minister On Border Clash)। ବର୍ତ୍ତମାନ 1962 ପରି ସ୍ଥିତି ଆଉ ନାହିଁ । ଯଦି କେହି ଭାରତୀୟ ସୀମାରେ ଅନୁପ୍ରବେଶ କରିବାର ପ୍ରୟାସ କରେ, ତେବେ ତାକୁ ମୁହଁତୋଡ ଯବାବ ମିଳିବ । ସେମାନଙ୍କୁ ଉଚିତ ଜବାବ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ସକ୍ଷମ ବୋଲି ମୁଖ୍ୟମନ୍ତ୍ରୀ ଖାଣ୍ଡୁ କହିଛନ୍ତି ।

  • "Yangtse is under my assembly constituency & every year I meet the Jawans & villagers of the area. It’s not 1962 anymore. If anyone tries to transgress, our brave soldiers will give a befitting reply": Arunachal Pradesh CM Pema Khandu pic.twitter.com/5qYxK8TIaA

    — ANI (@ANI) December 13, 2022 " class="align-text-top noRightClick twitterSection" data=" ">

ଖାଣ୍ଡୁ କହିଛନ୍ତି,‘‘ୟାଙ୍ଗସେ (Yangtse) ମୋ ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି । ମୁଁ ପ୍ରତିବର୍ଷ ସେନାର ଯବାନ ଓ ସୀମାନ୍ତ ଗ୍ରାମବାସୀଙ୍କ ସହ ସାକ୍ଷାତ କରେ । ଆଉ 1962 ପରି ସ୍ଥିତି ନାହିଁ । ଏବେ ଭାରତୀୟ ସେନା କୌଣସି ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସକ୍ଷମ । ଯଦି କେହି ସୀମାରେ ଅନୁପ୍ରବେଶ ଉଦ୍ୟମ ପରେ ତେବେ ସେମାନଙ୍କୁ ଭାରତୀୟ ସୁରକ୍ଷା ବଳ କଡା ଜବାବ ଦେବ ।’’ୟାଙ୍ଗସେ ହେଉଛି ଭାରତ-ଚୀନ ସୀମା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥିତ ଅଞ୍ଚଳ ଯାହା ମୁଖ୍ୟମନ୍ତ୍ରୀ ଖାଣ୍ଡୁଙ୍କ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି (Arunachal Chief Minister On Border Clash)।

9 ତାରିଖରେ ପ୍ରାୟ 300 ଚୀନ୍‌ ଯବାନ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ପ୍ରସ୍ତୁତି ସହ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଏହାକୁ ଦୃଢତାର ସହ ପ୍ରତିରୋଧ କରିଥିଲେ ସେଠାରେ ମୁତୟନ ଥିବା ଭାରତୀୟ ଯବାନ । ଉଭୟ ପକ୍ଷର ସେନା ମଧ୍ୟରେ ସଘଂର୍ଷ ହୋଇଥିଲା । ଏଥରେ ଭାରତ ଅପେକ୍ଷା ଚୀନର ଅଧିକ ସୈନ୍ୟ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଘଟଣା ପରେ ଦ୍ବିପାକ୍ଷିକ ସାମରିକ ଆଲୋଚନା ଜାରି ରହିଥିବା ବେଳେ ସ୍ଥଳସେନା ଓ ବାୟୁସେନା ମଧ୍ୟ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ବିବୃତ୍ତି ରଖି ସଂସଦକୁ ଅବଗତ ମଧ୍ୟ କରିଛନ୍ତି ।

2020 ରେ ଗଲଓ୍ବାନ ଘାଟି ସଂଘର୍ଷ ପରେ ଏହା ହେଉଛି ଭାରତ ଓ ଚୀନ ସେନା ମଧ୍ୟରେ ଦ୍ବିତୀୟ ସଂଘର୍ଷ । ଗଲଓ୍ବାନ ସଂଘର୍ଷରେ 20 ଭାରତୀୟ ଯବାନ ଶହୀଦ ହୋଇଥିଲା ବେଳେ ଚୀନର ମଧ୍ୟ ବହୁ ଯବାନ ନିହତ ହୋଇଥିଲେ । ସେବେଠାରୁ ଦୀର୍ଘ ଦୁଇ ବର୍ଷ ଧରି ପୂର୍ବ-ଲଦାଖ କ୍ଷେତ୍ରରେ ଦୁଇ ସେନା ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି । ଏହାରି ମଧ୍ୟରେ ପୁଣି ଥରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାର ଉଦ୍ୟମ କରିଛି ଚୀନ । ଯାହାକୁ ଭାରତୀୟ ଯବାନ ମୁହଁତୋଡ ଜବାବ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.