ଭୋପାଳ: ଭୋପାଳର ଭାରତ ଭବନର ଏହି ସୁନ୍ଦର ଚିତ୍ର ଉପରେ ଟିକେ ଆଖି ପକାନ୍ତୁ। ଏ କୌଣସି ସାଧାରଣ ଚିତ୍ର ନୁହେଁ, ଏ ହେଉଛି ଜଣେ ଦିନ ମଜୁରିଆ ମହିଳା କଳାକାରଙ୍କ ସଂଘର୍ଷର ଗାଥା। ପ୍ରତ୍ୟେକ ଚିତ୍ରରେ ଲୁଚି ରହିଛି ମହିଳାଙ୍କ ଭୋକ, ଶୋଷ ଓ ଗାଁରୁ ସହର ପର୍ଯ୍ୟନ୍ତ ପହଞ୍ଚିବାର ସଂଘର୍ଷର କାହାଣୀ । ଏହି ସଂଘର୍ଷ ହିଁ ଏହି ଦିନ ମଜୁରିଆ ମହିଳାଙ୍କୁ ପଦ୍ମଶ୍ରୀ ସମ୍ମାନରେ କରାଇଛି ସମ୍ମାନିତ। ଆମେ ଆପଣଙ୍କୁ କହୁଛୁ ଭୁରି ବାଇଙ୍କ କଥା... ଭାରତ ଭବନ ନିର୍ମାଣରେ ଦିନେ ମଜୁରିଆ ଭାବରେ କାମ କରୁଥିବା ପଦ୍ମଶ୍ରୀ ଭୁରି ବାଇ ଆଜି ହୋଇ ପାରିଛନ୍ତି ସେଠାକାର ମୁଖ୍ୟ ଅତିଥି।
ମଧ୍ୟ ପ୍ରଦେଶର ଝାବୁଆ ଜିଲ୍ଲା ପିଟୋଲ ଗାଁରେ ଜନ୍ମ ନେଇଥିବା ଭୁରି ଭାଇ ପିଲାଟି ଦିନରୁ ଚିତ୍ର ଆଙ୍କିବାରେ ସଉକ ରଖୁଥିଲେ। ନିଜ ଘର କାନ୍ଥରେ ସେ ଆଙ୍କୁଥିଲେ ସୁନ୍ଦର ସୁନ୍ଦର ଚିତ୍ର। କେବେ ସେ ପୁରସ୍କାର ଅପେକ୍ଷାରେ ରହି ନାହାନ୍ତି। ଖୁବ କମ ବୟସରେ ହିଁ ଜୀବନ ତାଙ୍କୁ ସଂଘର୍ଷ ଦେଖାଇ ଦେଇଥିଲା। ମାତ୍ର ଦଶ ବର୍ଷ ହୋଇଥିବା ବେଳେ ପରିବାର ସହ ସେ ବାହାରି ପଡ଼ିଥିଲେ ଦିନ ମଜୁରିଆ ଭାବେ କାମ କରିବାକୁ । ଦିନେ ତାଙ୍କ ଘରେ ନିଆଁ ଲାଗିଗଲା, ଏହି ଅଗ୍ନିକାଣ୍ଡରେ ଘରେ ସବୁକିଛି ଜଳି ପୋଡ଼ି ପାଉଁଶ ହୋଇଗଲା।
17 ବର୍ଷ ବୟସରେ ଭୁରି ବାଇଙ୍କ ବିବାହ ହୋଇଗଲା। ବିବାହ ପରେ ତାଙ୍କ ସ୍ବାମୀ ତାଙ୍କୁ ଦିନମଜୁରିଆ ଭାବେ ଖଟିବାକୁ ଭୋପାଳ ନେଇ ଆସିଲେ। ସେହି ସମୟରେ ଭାରତ ଭବନ ନିର୍ମାଣ ହେଉଥିଲା। ସେଠାରେ ତାଙ୍କୁ ଦିନମଜୁରିଆ ଭାବରେ କାମ ମିଳିଗଲା। ଏହି ସମୟର ଜୟ ସ୍ବାମୀ ନାଥନଙ୍କ ସହ ତାଙ୍କର ଦେଖାହୁଏ। ଜୟ ସ୍ବାମୀନଥନ ଭୁରି ବାଇଙ୍କୁ ଚିତ୍ର ଆଙ୍କିବାକୁ ପ୍ରେରଣା ଦେଇଥିଲେ। ବାସ୍... ଜୀବନର ସଂଘର୍ଷର କାହାଣୀକୁ ଚିତ୍ର ତୂଳୀରେ ଆଙ୍କି ଦେଲେ ଭୁରି ବାଇ। ଏହାକୁ ସ୍ବମୀନାଥନ ଖୁବ ପସନ୍ଦ କରିଥିଲେ। ଏଠାରୁ ହିଁ ଭୁରି ବାଇଙ୍କ କଳାକୃତିକୁ ପରିଚୟ ମିଳିବାକୁ ଲାଗିଲା।
2002 ସମିହାରୁ ସେ ଲଗାତାର ଜନଜାତି ସଂଗ୍ରାହଳୟରେ ପେଣ୍ଟିଂ କରି ଆସୁଛନ୍ତି। ବହୁତ ନୂଆ ନୂଆ କାମ ମିଳିଛି ତାଙ୍କୁ। ଯେଉଁଠି ଆଜି ସେ ଅଛନ୍ତି ତା ପଛର କାହାଣୀ ଭାରତ ଭବନର 70 ଫୁଟର ଲମ୍ବା ଓ୍ବାଲ ରହଛି, ସେଥିରେ ସେ ନିଜର ଜୀବନ ଚିତ୍ରିତ କରିଛନ୍ତି। ସେ କେମିତି ଏଠି ପହଞ୍ଚିଲେ, କେମିତି ଏଠାକୁ ଆସିଥିଲେ। ଗାନ୍ଧୀ ଭବନରେ ମଜୁରୀଆ ଭାବରେ ଖଟୁଥିବା ବେଳେ, ଟ୍ରେନରେ କାଠ ବିକିବା ସମୟରେ, ଯେତେବେଳେ ଭାରତ ଭବନ ତିଆରି ହୋଇଥିଲା ଇନ୍ଦିରା ଗାନ୍ଧୀଙ୍କୁ ଭେଟିଥିଲେ। ସେଇଠି ତାଙ୍କୁ ଆୱାର୍ଡ ମିଳିଥିଲା। ସେ ଆମେରିକା ଯିବା ବେଳର ପ୍ଲେନ ମଧ୍ୟ ଚିତ୍ରଣ କରିଛନ୍ତି।
ଭୁରି ବାଇଙ୍କ ପାଇଁ ଏସବୁ ସ୍ବପ୍ନ ଭଳି। ଭାରତ ଭବନରେ ପହଞ୍ଚିବା ପରେ ତାଙ୍କର ସବୁ ପୁରୁଣା କଥା ମନେ ପଡ଼ି ଯାଇଥିଲା। କେମିତି ସେ ଇଟା ଉଠାଉ ଥିଲେ, ଗଛ ଛାଇରେ ବସି ରୁଟି ଖାଉଥିଲେ। ଏବେ ବି ସେହି ସବୁ କଥା ମନେ ପଡ଼ିଗଲେ ଲୁହରେ ଛଳ ଛଳ ହୋଇଯାଏ ତାଙ୍କ ଆଖି। ଯେଉଁ ହାତରେ ଏହି ଅଟ୍ଟାଳିକା ତିଆରି କରିଥିଲେ। ତାହାରି ଛାତ ତଳେ ସେ ଅତିଥି ହୋଇ ଛିଡ଼ା ହୋଇଛନ୍ତି।
ପଦ୍ମଶ୍ରୀ ଭୁରି ବାଇ ଚିତ୍ରକଳା ପାଇଁ କାଗଜ ଓ କାନଭାସ ବ୍ୟବହାର କରୁଥିବା ପ୍ରଥମ ମହିଳା ଭିଲ ଆର୍ଟିଷ୍ଟ। ସେ ଆଙ୍କିଥିବା ଚିତ୍ର ସବୁ ମଧ୍ୟ ପ୍ରଦେଶ ସମେତ ବିଭିନ୍ନ ରାଜ୍ୟ ମ୍ୟୁଜିୟମରେ ସଂରକ୍ଷିତ ହୋଇରହିଛି। କଳା କ୍ଷେତ୍ରରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ। ଆଜି ସେ ଭାରତ ବହୁ ରାଜ୍ୟକୁ ଯାଇ ଭିଲ ଆର୍ଟ ଓ ପିଥୌରା ଆର୍ଟର ୱାର୍କସପ କରୁଛନ୍ତି। ଭାରତର ଏହି ପ୍ରାଚୀନ ଲୋକ କଳାକୁ ଅନ୍ୟ ଚିତ୍ରକାରଙ୍କ ସହ ମିଶି ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି ଭୁରି ବାଇ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ