ETV Bharat / bharat

ଧାରା ୩୭୦ ପୁନଃ ଲାଗୁ ହୋଇପାରିବ ନାହିଁ: ଗୁଲାମ ନବି ଆଜାଦ

କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ଆସନ୍ତା ୧୦ ଦିନ ମଧ୍ୟରେ ନୂଆ ଦଳ ଗଢିବେ ପୂର୍ବତନ କଂଗ୍ରେସ ନେତା ଗୁଲାମ ନବି ଆଜାଦ । ଧାରା ୩୭୦ ପୁନଃଲାଗୁକୁ ନେଇ ସେ ଲୋକଙ୍କୁ ବିଭ୍ରାନ୍ତରେ ରଖିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Sep 11, 2022, 7:14 PM IST

Updated : Sep 11, 2022, 8:10 PM IST

ଧାରା ୩୭୦ ପୁନଃ ଲାଗୁ ହୋଇପାରିବ ନାହିଁ: ଗୁଲାମ ନବି ଆଜାଦ
ଧାରା ୩୭୦ ପୁନଃ ଲାଗୁ ହୋଇପାରିବ ନାହିଁ: ଗୁଲାମ ନବି ଆଜାଦ

ଶ୍ରୀନଗର: ପୂର୍ବତନ କଂଗ୍ରେସ ନେତା ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ (Former Congress leader Ghulam Nabi Azad) ଧାରା ୩୭୦ ଉପରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । କାଶ୍ମୀରରେ ଏକ ରାଲିରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ ଧାରା ୩୭୦ ପୁନଃ ଲାଗୁ (Restoration of Article 370) ହୋଇପାରିବ ନାହିଁ । ଏଥିଲାଗି ସଂସଦରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ । ୩୭୦ ନାମରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସେ ଦଳକୁ ଅନୁମତି ଦେବେ ନାହିଁ ବୋଲି କହିଛନ୍ତି ।

ଏ ନେଇ ସେ କହିଛନ୍ତି, " ଧାରା ୩୭୦ ପୁନଃ ଲାଗୁ ହୋଇପାରିବ ନାହିଁ । ଏହା ପୁନଃ ଲାଗୁ ପାଇଁ ସଂସଦରେ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆବଶ୍ୟକ । ଧାରା ୩୭୦ ନାମରେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ସେ ଦଳକୁ ଅନୁମତି ଦେବେ ନାହିଁ । ଏହି ଧାରା ପୁଣି ଫେରିବ ନାହିଁ ।" ସେ ସ୍ଥାନୀୟ ଦଳକୁ ଟାର୍ଗେଟ କରି କହିଛନ୍ତି, " ରାଜନୈତିକ ଶୋଷଣ କାଶ୍ମୀରରେ ୧ଲକ୍ଷ ଲୋକଙ୍କୁ ହତ୍ୟା କରିଛି ଏବଂ ୫ଲକ୍ଷ ପିଲାଙ୍କୁ ଅନାଥ କରିଦେଇଛି । ମିଥ୍ୟା ଏବଂ ଶୋଷଣ ଉପରେ ମୁଁ ଭୋଟ୍ ମାଗିବି ନାହିଁ । ନିର୍ବାଚନରେ ମୋତେ କଷ୍ଟ ହେଲେ ମଧ୍ୟ କ'ଣ ହାସଲ କରି ହେବ ତାହା କହିବି ।"

ତେବେ ସେ ଆସନ୍ତା ୧୦ ଦିନ ମଧ୍ୟରେ ନୂଆ ଦଳ ଘୋଷଣା କରିବେ ବୋଲି ମଧ୍ୟ କହିଛନ୍ତି । ଜାମ୍ମୁ କାଶ୍ମୀରର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ରାଜ୍ୟର ପୁନଃରୁଦ୍ଧାର, ଚାକିରିର ସୁରକ୍ଷା ଏବଂ ଜମିର ସୁରକ୍ଷା ପାଇଁ ସେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଲୋଡ଼ିଛନ୍ତି । କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ପ୍ରଥମ ଜନସଭାରେ ଯୋଗ ଦେଇ ଆଜାଦ କହିଥିଲେ ଯେ ସେ ନୂଆ ଦଳ ଲଞ୍ଚ କରିବେ ଯାହାକି କେବଳ ରାଜ୍ୟକୁ ପୁନଃରୁଦ୍ଧାର ଦିଗରେ ଫୋକସ କରିବ ।

ଏହା ବି ପଢନ୍ତୁ- ଆଜାଦ କଂଗ୍ରେସ ଛାଡିବା ପରେ କଂଗ୍ରେସରେ କମ୍ପନ, ପିସିସି ସଭାପତି କହିଲେ ପଡିବନି ପ୍ରଭାବ

ଏ ନେଇ ସେ କହିଥିଲେ, " ମୁଁ ଏପର୍ଯ୍ୟନ୍ତ ଦଳର ନାମ ସମ୍ପର୍କରେ ନିଷ୍ପତ୍ତି ନେଇନାହିଁ । ଏ ସମ୍ପର୍କରେ ଜାମ୍ମୁ କାଶ୍ମୀର ବାସୀ ନିଷ୍ପତ୍ତି ନେବେ । ଦଳର ଚିହ୍ନ କଣ ରହିବ ସେ ନେଇ ମଧ୍ୟ ସ୍ଥାନୀୟ ଲୋକେ ନିଷ୍ପତ୍ତି ନେବେ । ମାତ୍ର ମୁଁ ଦଳର ନାମ ହିନ୍ଦୁସ୍ତାନୀ ରଖିବାକୁ ଚାହିଁବି, ଯାହାଦ୍ବାରା ସମସ୍ତେ ଏହାର ଅର୍ଥ ବୁଝିପାରିବେ । ମୋ ଦଳ ରାଜ୍ୟର ପୁନଃରୁଦ୍ଧାର, ଚାକିରିର ସୁରକ୍ଷା ଏବଂ ଜମିର ସୁରକ୍ଷା ଉପରେ ଫୋକସ କରିବ । "

ସୂଚନା ଥାଉ କି ଆଜିଦ ଗତ ସପ୍ତାହରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ସେ ଜାମ୍ମୁ କାଶ୍ମୀରରେ ୨୦୦୫ରୁ ୨୦୦୮ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ସେ ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ଦେବା ସମୟରେ ଦଳର ନେତୃତ୍ବ ମୁଖ୍ୟତଃ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ । ଦଳର ସମସ୍ତ ନିଷ୍ପତ୍ତି ରାହୁଲ ଗାନ୍ଧୀ ନେଉଥିବା ବେଳେ ସୋନିଆ ଗାନ୍ଧୀ ଖାଲି ନାମକୁ ମାତ୍ର ମୁଖ୍ୟ ପଦବୀରେ ରହିଛନ୍ତି । ଏପରିକି ରାହୁଲ ଗାନ୍ଧୀଙ୍କ ସୁରକ୍ଷାକର୍ମୀ ଓ ବ୍ୟକ୍ତିଗତ ଆସିଷ୍ଟାଣ୍ଟ ନିଷ୍ପତ୍ତି ନେଉଥିବା ସେ ଅଭିଯୋଗ ଆଣିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 11, 2022, 8:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.