ETV Bharat / bharat

କୃଷ୍ଣ ପ୍ରେମରେ ମୁସଲିମ ଯୁବତୀ ସନମ, ଆଙ୍କୁଛନ୍ତି ହିନ୍ଦୁ ଦେବାଦେବୀଙ୍କ ଅବିକଳ ପ୍ରତିକୃତି

author img

By

Published : Mar 9, 2023, 6:44 AM IST

କେରଳର କାଲିକଟର ମୁସଲିମ ସମ୍ପ୍ରଦାୟର ଯୁବତୀ ସନମ ଫିରୋଜ । ତୁଳୀର ଯାଦୁରେ ହିନ୍ଦୁ ଧର୍ମର ଦେବାଦେବୀଙ୍କ ଚିତ୍ରକୁ ଜୀବନ୍ତ ରୂପେ ସ୍ଥାନ ଦେଇଥାନ୍ତି । ଅଧିକ ପଢ଼ନ୍ତୁ

Muslim woman draws pictures of Hindu gods

ଥିରୁଅନନ୍ତପୁରମ: କଳାକାହ୍ନୁ ଭକ୍ତି ଭାବରେ ବନ୍ଧା ସନମ । କୃଷ୍ଣ ପ୍ରତି ଥିବା ଭକ୍ତି ଅର୍ଘ୍ୟକୁ ଚିତ୍ର ମାଧ୍ୟମରେ ବର୍ଣ୍ଣନା କରୁଛନ୍ତି କେରଳ କାଲିକଟର ମୁସଲିମ ସମ୍ପ୍ରଦାୟର ଯୁବତୀ ସନମ ଫିରୋଜ । ତାଙ୍କ ତୁଳୀରେ ଶ୍ରୀକୃଷ୍ଣ ମୁଖ । ହିନ୍ଦୁ ଦେବାଦେବୀଙ୍କ ଚିତ୍ର ଆଙ୍କିବା ପାଇଁ ତାଙ୍କର ଆଗ୍ରହକୁ ଧାର୍ମିକ ନୀତି ସାଜି ପାରିନଥିଲା ପ୍ରତିବନ୍ଧକ । କାନଭାସରେ ହିନ୍ଦୁ ଦେବାଦେବୀଙ୍କ ନିଖୁଣ ଚିତ୍ର ଆଙ୍କି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବିଶେଷ ଭାବେ କୃଷ୍ଣ ଓ ଗଣେଷଙ୍କ ଚିତ୍ର ଆଙ୍କିବାକୁ ସେ ବହୁତ ପସନ୍ଦ କରନ୍ତି ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବିଗବସ-୧୬ର ଫାଇନାଲିଷ୍ଟ୍‌ ଅର୍ଚ୍ଚନା ଗୌତମଙ୍କୁ ହତ୍ୟା ଧମକ, ପ୍ରିୟଙ୍କା ଗାନ୍ଧୀଙ୍କ ପିଏଙ୍କ ନାଁରେ ଏତଲା

ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ଦିନରୁ ସନମ ଫିରୋଜଙ୍କ କଳା ପ୍ରତି ଥିବା ଦୁର୍ବଳତା ସାମ୍ନାକୁ ଆସିଥିଲା । ହେଲେ ବିବାହ ପରେ କଳା ପ୍ରତି ସେ ଆକୃଷ୍ଟ ହୋଇଥିଲେ । ଏହାପରେ ପ୍ରସିଦ୍ଧ କଳାକାର ସତୀଶ ଥାୟତଙ୍କଠାରୁ ସେ ତାଲିମ ନେଇଥିଲେ । ସେବେଠାରୁ ସେ ଆଉ ପଛକୁ ଚାହିଁନାହାଁନ୍ତି । ତାଙ୍କର ତୁଳୀର ଯାଦୁରେ ହିନ୍ଦୁ ଧର୍ମର ଦେବାଦେବୀଙ୍କ ଚିତ୍ରକୁ ଜୀବନ୍ତ ରୂପେ ସ୍ଥାନ ଦେଇଥାନ୍ତି । ଖାଲି ସେତିକି ନୁହେଁ ସନମ ବାଉଁଶ ଡାଳ, ମାଟି, ଶାଢ଼ୀ, ସାର୍ଟ ଏବଂ ଧୋତିରେ ମଧ୍ୟ ଅତି ଆକର୍ଷଣୀୟ ଚିତ୍ର ଆଙ୍କିଥାନ୍ତି । ସନମଙ୍କ ହାତ ସ୍ପର୍ଶରେ ଜୀବନ୍ତ ହୋଇ ଉଠୁଛିି କୃଷ୍ଣଙ୍କ କଳାକୃତି । ତାଙ୍କର କଳାକୃତି ଯିଏ ଦେଖିବ, ସିଏ ଘଡ଼ିଏ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିବ ।

ଏହା ମଧ୍ୟ ପଢ଼ନ୍ତୁ: Delhi Liquor Policy case: କେସିଆରଙ୍କ ଝିଅଙ୍କୁ EDର ସମନ, ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ

ଏନେଇ ସନମ ଫିରୋଜ କହିଛନ୍ତି, "ଚିତ୍ରକଳା ହେଉଛି ମୋ ଦୁର୍ବଳତା । ମୁଁ କଷ୍ଣଙ୍କ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିଛି । ସେଥିରୁ ଅନୁଭବ କଲି, ଏହା ମୋତେ ସକରାତ୍ମକ ଶକ୍ତି ପ୍ରଦାନ କରୁଛି । ଏହି କଳାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ହେଉଛି ମୂଳ ଉଦ୍ଦେଶ୍ୟ । ଅନେକ ଚିତ୍ର ମାଧ୍ୟମରେ ଭଗବାନ କୃଷ୍ଣଙ୍କ ଅବତାର ଆଙ୍କିବାକୁ ଯୋଜନା କରୁଛି ।" ତାଙ୍କର ଏହି ପ୍ରତିଭାକୁ ନେଇ ପରିବାର ଲୋକେ ମଧ୍ୟ ଖୁସି ଥିବା ସହ ପ୍ରୋତ୍ସାହିତ କରିଥିବା ସନମ ଫିରୋଜ କହିଛନ୍ତି । ତାଙ୍କର ଏହି ପ୍ରତିଭା ସନମ ଫିରୋଜଙ୍କୁ ଏକ ନୂଆ ପରିଚୟ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.