ETV Bharat / bharat

କୋରୋନାରେ ଆଖି ବୁଜିଲେ ଗିରଫ ବାହୁବଳୀ ନେତା ଶାହାବୁଦ୍ଦିନ

author img

By

Published : May 1, 2021, 10:04 AM IST

Updated : May 1, 2021, 12:55 PM IST

ବାହୁବଳୀ ନେତା ତଥା ତିହାର ଜେଲରେ ସଜା କାଟୁଥିବା ପୂର୍ବତନ ସାଂସଦ ଶାହାବୁଦ୍ଦିନଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ଶାହାବୁଦ୍ଦିନଙ୍କ କୋରୋନାରେ ମୃତ୍ୟୁ
ଶାହାବୁଦ୍ଦିନଙ୍କ କୋରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ବାହୁବଳୀ ନେତା ତଥା ତିହାର ଜେଲରେ ସଜା କାଟୁଥିବା ପୂର୍ବତନ ସାଂସଦ ଶାହାବୁଦ୍ଦିନଙ୍କ ମୃତ୍ୟୁ । ଶାହାବୁଦ୍ଦିନଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଶାହାବୁଦ୍ଦିନ ଗତ ସପ୍ତାହେ ଧରି ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ସୂଚନାନୁଯାୟୀ, ତିହାର ଜେଲରେ କୋରୋନା ସଂକ୍ରମଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଠାରେ ଥିବା ବନ୍ଦୀ ମାନେ କେବଳ ସଂକ୍ରମିତ ନୁହଁନ୍ତି ବରଂ ସେମାନଙ୍କ ଜୀବନ ମଧ୍ୟ ଯାଉଛି । ସୂଚନାନୁସାରେ, 200ରୁ ଅଧିକ କଏଦୀ ଜେଲରେ ସଂକ୍ରମିତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରେ ବିହାରର ବାହୁବଳୀ ନେତା ତଥା ପୂର୍ବତନ ସାଂସଦ ଶାହାବୁଦ୍ଦିନ ମଧ୍ୟ ଥିଲେ ।

ଜେଲରେ ଥିବା ଶାହାବୁଦ୍ଦିନ ପ୍ରାୟ ସପ୍ତାହେ ପୂର୍ବରୁ କୋରୋନାରେ ସଂକ୍ରମିତ ହୋଇଥିଲେ । ତିହାର ଜେଲରେ ଏପର୍ଯ୍ୟନ୍ତ 6 ଜଣ କଏଦୀଙ୍କର କୋରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି । 4 ଜଣ କଏଦୀଙ୍କ ଗତ 4 ଦିନ ମଧ୍ୟରେ ମୃତ୍ୟୁ ଘଟିଛି । ଏଥିସହ ଗତ ବର୍ଷ ଦୁଇଜଣ କଏଦୀଙ୍କ ମୃତ୍ୟୁ ଘଟିଥିଲା । 200ରୁ ଅଧିକ ଜେଲର କଏଦୀ ସଂକ୍ରମିତ ଅଛନ୍ତି, ଯାହାର ଚିକିତ୍ସା ବିଭିନ୍ନ ଡାକ୍ତରଖାନାରେ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 1, 2021, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.