ETV Bharat / bharat

ସରକାରଙ୍କୁ ରାହୁଲଙ୍କ ଆହ୍ମାନ, ସାହସ ଅଛି ତ ଗିରଫ କର

ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇ ଲୋକଙ୍କୁ ଗିରଫ କରାଯାଉଥିବା ଖବର ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ....

author img

By

Published : May 16, 2021, 8:32 PM IST

 ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇବା ଅଭିଯୋଗରେ ଲୋକଙ୍କୁ ଗିରଫ କରାଯାଉଥିବା ଖବର ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ରାହୁଲ କହିଛନ୍ତି ସରକାରଙ୍କ ଯଦି ସାହସ ଅଛି ତାହାଲେ ତାଙ୍କୁ ଗିରଫ କରନ୍ତୁ । ରବିବାର ଦିନ ପୋଷ୍ଟରକୁ ଟ୍ୱିଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ମୋତେ ମଧ୍ୟ ଗିରଫ କର। ଅନ୍ୟ କଂଗ୍ରେସ ନେତାମାନେ ସରକାରଙ୍କୁ ଟାର୍ଗେଟ କରି ଏକ ସୋସିଆଲ ମିଡିଆ ଅଭିଯାନ କରୁଛନ୍ତି।

କଂଗ୍ରେସ ନେତା ପୱନ ଖେରା କହିଛନ୍ତି ସରକାରଙ୍କ ଠାରୁ ଲୋକଙ୍କ ଆଶା ଅଛି ଯାହା ଭାଙ୍ଗିଛି । ଲୋକେ ସେମାନଙ୍କ ପ୍ରଶ୍ନ ସରକାରଙ୍କୁ ପଚାରିବେ । ସରକାର ସବୁ କାମର ଶ୍ରେୟ ଯଦି ନେବାକୁ ଚାହୁଛନ୍ତି ତାହାଲେ ଲୋକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦିଅନ୍ତୁ । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଚର ଲଗାଇବା ଘଟଣାରେ ପୋଲିସ 12 ଜଣରୁ ଉର୍ଦ୍ଧ୍ବଙ୍କୁ ଗିରଫ କରିଥିବା ଜଣାପଡିଛି ।

ଦିଲ୍ଲୀ ପୋଲିସ ସୂତ୍ରରୁ ପ୍ରକାଶ ଯେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ସଂପର୍କରେ ପୋଲିସ 17 ରୁ ଅଧିକ ଏଫଆଇଆର ପଞ୍ଜୀକୃତ କରିଛି | ସୂତ୍ରରୁ ପ୍ରକାଶ ଯେ ପୋଲିସ କେନ୍ଦ୍ରୀୟ ଦିଲ୍ଲୀରେ ଦୁଇଟି ଏଫ୍ଆଇଆର୍ ପଞ୍ଜିକୃତ କରି ଚାରି ଜଣଙ୍କୁ ଗିରଫ କରିଛି । ରୋହିଣୀରେ ଦୁଇଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ଏବଂ ଦୁଇ ଜଣଙ୍କୁ ଗିରଫ କରିଛି । ପୂର୍ବ ଦିଲ୍ଲୀରେ ଗୋଟିଏ ଏଫ୍ଆଇଆର୍ ସହ ଚାରି ଜଣଙ୍କୁ ଗିରଫ କରାଯାଇଛି । ଦ୍ୱାରକାଠାରେ ଜଣେ ଏଫ୍ଆଇଆର୍ ଏବଂ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଉତ୍ତର ପୂର୍ବ ଦିଲ୍ଲୀର ଜଣେ ଏଫଆଇଆର ଏବଂ ତିନି ଜଣଙ୍କୁ ଗିରଫ କରାଯାଇଛି ଏବଂ ଶାହାଦାରେ ଏଫଆଇଆର ଆଧାରରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.