ETV Bharat / bharat

SSC scam: ଅର୍ପିତା ମୁଖାର୍ଜୀଙ୍କ କାର ଦୁର୍ଘଟଣାଗ୍ରସ୍ତ - ଅର୍ପିତା ମୁଖାର୍ଜୀଙ୍କ କାର ଦୁର୍ଘଟଣାଗ୍ରସ୍ତ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଧିକ ପଢନ୍ତୁ

ଅର୍ପିତା ମୁଖାର୍ଜୀଙ୍କ କାର ଦୁର୍ଘଟଣାଗ୍ରସ୍ତ
ଅର୍ପିତା ମୁଖାର୍ଜୀଙ୍କ କାର ଦୁର୍ଘଟଣାଗ୍ରସ୍ତ
author img

By

Published : Jul 25, 2022, 8:37 AM IST

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ବଙ୍କଶାଳ କୋର୍ଟରୁ ସିସିଓ କମ୍ପ୍ଲେକ୍ସ ଆସୁଥିବା ବେଳେ ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି । ଅର୍ପିତାଙ୍କ କାର ବିପରିତ ଦିଗରୁ ଆସୁଥିବା ଅନ୍ୟ ଏକ କାର ସହ ଧକ୍କା ହୋଇଥିଲା । ଅର୍ପିତା କାର ଆଗରେ ବସିଥିବାରୁ ସାମାନ୍ୟ ଆହତ ହୋଇଛନ୍ତି । ଏନେଇ କୌଣସି ମାମଲା ରୁଜ୍ଜୁ ହୋଇନାହିଁ ।

ଏହା ବି ପଢନ୍ତୁ...SSC scam: ଦିନିକିଆ ED ରିମାଣ୍ଡକୁ ଗଲେ ଅର୍ପିତା ମୁଖାର୍ଜୀ

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଦୁର୍ନୀତିରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଅର୍ପିତାଙ୍କୁ ଗତକାଲି (ରବିବାର) ଅପରାହ୍ନରେ କୋର୍ଟରେ ହାଜର କରାଯାଇଥିଲା । ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ପରିଷଦ ଓ ପଶ୍ଚିମବଙ୍ଗ ସ୍କୁଲ ଶିଭା ସେବା କମିଶନ ନିଯୁକ୍ତି ପରୀକ୍ଷା ଦୁର୍ନୀତି ତଦନ୍ତ କରିବାକୁ ଯାଇ ଇଡି ଚଢାଉ କରିଥିଲା । ଅର୍ପିତାଙ୍କ ଘରୁ 20 କୋଟି ଟଙ୍କା ଜବତ ହୋଇଥିଲା । ଜବତ ଟଙ୍କା ଏସଏସସି ସ୍କାମରେ ଲିଙ୍କ ଥିବା ଅନୁମାନ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.