ETV Bharat / bharat

ଦିନିକିଆ ରିମାଣ୍ଡ ପରେ ସ୍ପେଶାଲ କୋର୍ଟରେ ହାଜର ଅର୍ପିତା ମୁଖାର୍ଜୀ - କୋର୍ଟରେ ହାଜର ହେଲା ଅର୍ପିତା

ସରିଲା ଅର୍ପିତା ମୁଖାର୍ଜୀଙ୍କ ଦିନିକିଆ ରିମାଣ୍ଡ । ପୁଣି ସ୍ବତନ୍ତ୍ର କୋର୍ଟରେ ହାଜର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଘରୁ ୨୦ କୋଟି ଟଙ୍କା ଜବତ ହେବା ପରେ ଗତକାଲି ହୋଇଥିଲେ ଗିରଫ । ଅଧିକ ପଢନ୍ତୁ

ଦିନିକିଆ ରିମାଣ୍ଡ ସରିବା ପରେ ସ୍ପସାଲ କୋର୍ଟରେ ହାଜରେ ହେଲେ ଅର୍ପିତା ମୁଖାର୍ଜୀ

author img

By

Published : Jul 25, 2022, 4:49 PM IST

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ଗିରଫ ହୋଇ ଦିିନିକିଆ ରିମାଣ୍ଡରେ ଯାଇଥିବା ଅର୍ପିତା ମୁଖାର୍ଜୀଙ୍କୁ ଆଜି (ସୋମବାର) କୋଲକାତାର ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଗତକାଲି ତାଙ୍କୁ ଗିରଫ ପରେ କୋର୍ଟରେ ହାଜର କରିଥିଲା ଇଡି । ତେବେ ଅଧିକ ପଚରାଉଚରା ପାଇଁ ତାଙ୍କୁ ଗତକାଲି ଦିନିକିଆ ରିମାଣ୍ଡରେ ପଠାଇଥିଲେ କୋର୍ଟ ।

ଆଜି ରିମାଣ୍ଡ ଶେଷ ହେବା ପରେ ପୁଣି ଥରେ କୋଲକାତାର ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି । ଅଧିକ ଜେରାର ଆବଶ୍ୟକତା ଥିବା ଦର୍ଶାଇ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ରିମାଣ୍ଡ ଆବେଦନ କରିବାର ସମ୍ଭାବନା ରହିଛି । ଘଟଣାକ୍ରମ ଅନୁସାରେ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଦୁର୍ନୀତିରେ ପଶ୍ଚିମବଙ୍ଗ କ୍ୟାବିନେଟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ତାଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଘରେ ମଧ୍ୟ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ।

ଏହା ମଧ୍ୟ ପଢନ୍ତୁ :-SSC scam: ଦିନିକିଆ ED ରିମାଣ୍ଡକୁ ଗଲେ ଅର୍ପିତା ମୁଖାର୍ଜୀ

ଅର୍ପିତାଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଗତକାଲି (ରବିବାର) ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବାବେଳେ ତାଙ୍କ ଜାମିନ ଖାରଜ ହୋଇଥିଲା । ପରେ କୋର୍ଟ ଅର୍ପିତାଙ୍କୁ ଦିନିକିଆ ED ରିମାଣ୍ଡରେ ପଠାଇଥିଲେ । ଆଜି ତାଙ୍କ ରିମାଣ୍ଡ ଅବଧି ସରିବା ପରେ ପୁଣି ତାଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.