ETV Bharat / bharat

ଯୋଧପୁର ଆଇଆଇଟିକୁ ପଶିଲା କୋରୋନା

author img

By

Published : Apr 5, 2021, 11:15 AM IST

ଯୋଧପୁର ଆଇଆଇଟିକୁ ପଶିଲା କୋରୋନା । ଛାତ୍ରଛାତ୍ରୀ, ଅଧ୍ୟାପକ ଓ କଲେଜ କର୍ତ୍ତୃପକ୍ଷଙ୍କୁ ମିଶାଇ ମୋଟ 65ରୁ 70 ଜଣ ସଂକ୍ରମିତ ଥିବା ନେଇ ସୂଚନା । ଅଧିକ ପଢନ୍ତୁ...

Around 70 students test positive for COVID-19 at Rajasthan's IIT-Jodhpur
ଜୋଧପୁର ଆଇଆଇଟିକୁ ପଶିଲା କୋରୋନା

ଜୟପୁର: ଦେଶର ଜାରି ରହିଛି କୋରୋନାର ନୂଆ ଷ୍ଟ୍ରେନ । ଭୟଙ୍କର ହେଉଛି ମହାମାରୀର ସ୍ଥିତି । ଦେଶରେ ଦିନକରେ ଲକ୍ଷେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ ରାଜସ୍ଥାନର ଯୋଧପୁର ଆଇଆଇଟିକୁ ମାଡିଛି ସଂକ୍ରମଣ । ଛାତ୍ରଛାତ୍ରୀ, ଅଧ୍ୟାପକ ଓ କଲେଜ କର୍ତ୍ତୁପକ୍ଷଙ୍କୁ ମିଶାଇ ମୋଟ 65ରୁ 70 ଜଣ ସଂକ୍ରମିତ ହୋଇଛନ୍ତି । ସୂଚନା ଅନୁସାରେ, କୋରୋନାରେ ସଂକ୍ରମିତ ହୋଇଥିବା କିଛି ବ୍ୟକ୍ତି 11 ମାର୍ଚ୍ଚ ଭିତରେ କ୍ୟାମ୍ପସକୁ ଆସିଥିଲେ । ସେମାନେ ସମସ୍ତେ ଗୁଜୁରାଟ, ଜୟପୁର,ଚଣ୍ତିଗଡର ଆଦିବାସୀ ଅଞ୍ଚଳର ହୋଇଥିବା ଜଣାପଡିଛି । ସେମାନଙ୍କ ଠାରୁ କଲେଜରେ କୋରୋନା ବ୍ୟାପିଥିବା କହିଛନ୍ତି ଡେପୁଟି ଚିଫ ମେଡିକାଲ ଅଫିସର ପି.ସିଂହ ।

50ରୁ 60 ସକ୍ରିୟ ମାମଲା ରହିଛି । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଗୁରୁତର ନ ଥିବା ଜଣାପଡିଛି । ସଂକ୍ରମଣ ବୃଦ୍ଧି ହୋଇଥିବାରୁ କ୍ୟାମ୍ପସରେ ବ୍ଲକ୍ ଜି(3)କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଅଧିକାଂଶ ସଂକ୍ରମିତ ହୋଇଥିବା ଛାତ୍ର ଚଣ୍ଡିଗଡ଼, ଗୁଜୁରାଟ ଏବଂ ଜୟପୁରର ହୋଇଥିବା ଜଣାପଡିଛି । ସେମାନେ ଅଳ୍ପଦିନ ହେବ ଘରୁ ଫେରିଥିଲେ । ସେମାନଙ୍କର କଣ୍ଟ୍ରାକ୍ଚ ଟ୍ରେଂସି କରାଯାଇଛି । ଯୋଧପୁରରେ ସଂକ୍ରମିତ ମାମଲା ବଢିବାରେ ଲାଗିଛି । ଏନେଇ ପୋଲିସ ଏବଂ ମେଡିକାଲ ବିଭାଗ ସଜାଗ ରହିଛି। ନମୁନା ସଂଗ୍ରହକୁ ବୃଦ୍ଧି କରାଯାଇଛି । ବାହାରୁ ଆସୁଥିବା ଲୋକଙ୍କ ପାଇଁ ଆରଟିପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଉଛି । ରାଜ୍ୟରେ 11 ହଜାର 738 ସଂକ୍ରମିତ ରହିଛନ୍ତି । ଗତ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 1,254 ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଳାୟ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.