ETV Bharat / bharat

ଅଲିବାଗ ସ୍କୁଲରୁ ତାଲୋଜା ସେଣ୍ଟ୍ରାଲ ଜେଲ୍ ଗଲେ ଅର୍ଣ୍ଣବ ଗୋସ୍ବାମୀ

author img

By

Published : Nov 8, 2020, 5:41 PM IST

ରାୟଗଡ ପୋଲିସ ରବିବାର ରିପବ୍ଲିକ ଟିଭି ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆଲିବାଗ ସ୍କୁଲରୁ ଜିଲ୍ଲାର ତାଲୋଜା ସେଣ୍ଟ୍ରାଲ ଜେଲକୁ ସ୍ଥାନାନ୍ତର କରିଛି ବୋଲି ଅଧିକାରୀ କହିଛନ୍ତି।

ଅର୍ଣ୍ଣବ ଗୋସ୍ବାମୀ
ଅର୍ଣ୍ଣବ ଗୋସ୍ବାମୀ

ମୁମ୍ବାଇ: ରାୟଗଡ ପୋଲିସ ରବିବାର ରିପବ୍ଲିକ ଟିଭି ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆଲିବାଗ ସ୍କୁଲରୁ ଜିଲ୍ଲାର ତାଲୋଜା ସେଣ୍ଟ୍ରାଲ ଜେଲକୁ ସ୍ଥାନାନ୍ତର କରିଛି ବୋଲି ଅଧିକାରୀ କହିଛନ୍ତି। ନଭେମ୍ବର 4 ରେ ଗିରଫ ହେବା ପର ଠାରୁ ଗୋସ୍ବାମୀଙ୍କୁ ସ୍କୁଲ ପରିସରରେ ରଖାଯାଇଥିଲା । ଏହି ସ୍କୁଲ୍ ଅଲିବାଗ ଥାନାର କଏଦୀଙ୍କ ପାଇଁ ଏକ କୋଭିଡ-19 କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି ।

ଅଲିବାଗ କୋର୍ଟ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ସୁନୈନା ପିଙ୍ଗଲେଙ୍କ ଦ୍ବାରା ଅର୍ଣ୍ଣବଙ୍କୁ ନଭେମ୍ବର 18 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ତାଙ୍କୁ ସ୍ଥାନାନ୍ତର କରିବାକୁ ଏହି ପଦକ୍ଷେପକୁ ସମାଲୋଚନା କରି ପତ୍ନୀ ସାମ୍ୟାବ୍ରତ ରଏ ଗୋସ୍ବାମୀ ଦାବି କରିଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ ଆଜି ସକାଳେ ଏକ କଳା ରଙ୍ଗର ପୋଲିସ ଭ୍ୟାନରେ ମହାରାଷ୍ଟ୍ର ପୋଲିସ ତାଲୋଜା ଜେଲକୁ ନେଇଯାଇଥିଲା।

ସାମ୍ୟାବ୍ରାତ ଚେତାବନୀ ଦେଇ କହିଛନ୍ତି ଯେ ଅର୍ଣ୍ଣବଙ୍କ ଜୀବନ ପ୍ରତି ବିପଦ ଆସିଲେ ଆଇନ ଶୃଙ୍ଖଳା ଅଧିକାରୀ ତଥା ସମଗ୍ର ରାଜ୍ୟ ଏଥିପାଇଁ ଦାୟୀ ରହିବେ । ବିରୋଧୀ ଭାରତୀୟ ଜନତା ପାର୍ଟିର ଉପ-ସଭାପତି କିରିଟ ସୋମ୍ୟା ଜେଲକୁ ଯାଇ ଗୋସ୍ବାମୀଙ୍କ ଉପଯୁକ୍ତ ଯତ୍ନ ଏବଂ ସୁରକ୍ଷା ଦାବି କରିଥିଲେ। ତେବେ ଜେଲରେ ଗୋସ୍ବାମୀଙ୍କୁ କୌଣସି ନିର୍ଯ୍ୟାତନା ଦିଆଯାଉ ନାହିଁ ଏବଂ ଆବଶ୍ୟକ ହେଲେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଜେଲର ମୋତେ ଆଶ୍ବସନା ଦେଇଛନ୍ତି ବୋଲି ସେ କହିଛନ୍ତି।

ଗୋସ୍ବାମୀଙ୍କୁ ବୁଧବାର ସକାଳେ ମୁମ୍ବାଇ ପୋଲିସ ଏବଂ ରାୟଗଡ ପୋଲିସର ଏକ ଟିମ୍ ଗିରଫ କରିଥିଲା । ଇଣ୍ଟେରିୟର ଡିଜାଇନର୍ ଅନଭୈ ନାଏକ ଓ ତାଙ୍କ ମାଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କୁ ପୋଲିସ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.