ETV Bharat / bharat

ବମ୍ବେ ହାଇକୋର୍ଟ ରାୟକୁ ଚ୍ଯାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ଅର୍ଣ୍ଣବ ଗୋସ୍ବାମୀ

author img

By

Published : Nov 10, 2020, 9:17 PM IST

ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ରିପବ୍ଲିକ୍ ମିଡିଆ ନେଟୱାର୍କର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ । ଅଧିକ ପଢନ୍ତୁ:

ବମ୍ବୋ ହାଇକୋର୍ଟ ରାୟକୁ ଚ୍ଯାଲେଞ୍ଜ କରି ସୁପ୍ରୀମ କୋର୍ଟ ଗଲେ ଅର୍ନବ ଗୋସ୍ବାମୀ

ମୁମ୍ବାଇ: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ରିପବ୍ଲିକ୍ ମିଡିଆ ନେଟୱାର୍କର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ । ତାଙ୍କ ଜାମିନ ଆବେଦନ ବମ୍ବେ ହାଇକୋର୍ଟ ଖାରଜ କରିବା ପରେ ବମ୍ବେ ହାଇକୋର୍ଟଙ୍କ ରାୟଙ୍କୁ ଚ୍ୟାଲେ଼ଞ୍ଜ କରି ସେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି ।

ଏହାର ଗୋଟିଏ ଦିନ ପୂର୍ବରୁ ବମ୍ବେ ଏଚସିର ଏକ ଡିଭିଜନ୍ ବେଞ୍ଚ ସୋମବାର ଜଷ୍ଟିସ୍ ଏସ୍ ସିନ୍ଦେ ଏବଂ ଏମ୍.ଏସ୍ କର୍ଣ୍ଣିକଙ୍କୁ ନେଇ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର 4 ଦିନ ମଧ୍ୟରେ ସେସନ୍ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଜାମିନ ଆବେଦନ ଘୁଞ୍ଚିଯାଇଥିବାରୁ ଆଲିବାଗ ସେସନ୍ସ କୋର୍ଟ ଶୁକ୍ରବାର ସୁଦ୍ଧା ଏହି ଆବେଦନରେ ରାୟ ଦେବେ।

ସୋମବାର ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ଆବେନ ଖାରଜ କରିଦେବା ସହ 14 ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଫଳରେ ସେ ତାଙ୍କ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଲୟକୁ ସ୍ଥାନାନ୍ତରିତ କରିଛନ୍ତି ।

ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କଲା ବେଳେ ସେ ଆହାତ ହୋଇଥିବା ଦର୍ଶାଇଥିଲେ ଅର୍ଣ୍ଣବଙ୍କ ଓକିଲ । ପୋଲିସ ତାଙ୍କୁ ବଳପୂର୍ବକ ଉଠାଇ ଆଣିଥିବା କହିଥିଲେ ଅର୍ଣ୍ଣବ । ପରେ ଡାକ୍ତରୀ ପରୀକ୍ଷା ପରେ ତାଙ୍କର ସେମିତି କିଛି ଆଘାତ ନଥିବା ଦର୍ଶାଇ ତାଙ୍କ ବେଲ ଆବେଦନ ଖାରଜ କରିବା ସହ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.