ETV Bharat / bharat

ଫାଟିଲା ଗ୍ରେନେଡ, ୨ ସେନା ଅଧିକାରୀ ଶହୀଦ - ଜମ୍ମୁ କାଶ୍ମୀର ଗ୍ରେନେଡ ବ୍ଲାଷ୍ଟ

ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧର ସେକ୍ଟର ଏଲଓସିରେ ବଡ ଅଘଟଣ । ଗ୍ରେନେଡ ଫାଟିବାରୁ ଦୁଇ ଜଣ ସେନା ଅଧିକାରୀ ଆଖି ବୁଜିଛନ୍ତି । ଅଧିକ ପଢନ୍ତୁ

ଫାଟିଲା ଗ୍ରେନେଡ, ୨ ସେନା ଅଧିକାରୀ ଶହୀଦ
ଫାଟିଲା ଗ୍ରେନେଡ, ୨ ସେନା ଅଧିକାରୀ ଶହୀଦ
author img

By

Published : Jul 18, 2022, 10:14 AM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧର ସେକ୍ଟର ଏଲଓସିରେ ଏକ ବଡ ଅଘଟଣ ଘଟିଛି । ଶତ୍ରୁ ପାଇଁ ସୀମାରେ ବିଛାଯାଇଥିବା ଗ୍ରେନେଡ ଦୁର୍ଭାଗ୍ୟବଶତଃ ଫାଟିବାରୁ ଦୁଇ ଜଣ ସେନା ଅଧିକାରୀ ଆଖି ବୁଜିଛନ୍ତି । ବ୍ଲାଷ୍ଟରେ କିଛି ଯବାନ ଆହତ ହୋଇଛନ୍ତି ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ରବିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ନେଇ ସେନା ପକ୍ଷରୁ ସୂଚନା ମିଳିଛି ।

ଆର୍ମି ଯବାନମାନେ ଏଲଓସିରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣାବଶତଃ ଗ୍ରେନେଡ ବିସ୍ଫୋରଣ ହୋଇଥିଲା । ରବିବାର ରାତିରେ ମେନ୍ଧର ସେକ୍ଟର ଏଲଓସିରେ ବିସ୍ଫୋରଣ ହୋଇଛି । ଏହି ଘଟଣାରେ ୬ ଜଣ ସୈନ୍ୟ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ମେନ୍ଧର ସେକ୍ଟରରୁ ଚିକିତ୍ସା ପାଇଁ ଉଦ୍ଧମପୁର ନିଆଯାଇଥିଲା । ଚିକିତ୍ସା ସମୟରେ ଜଣେ ସେନା ଅଫିସର ଓ ଜଣେ ଜେସିଓଙ୍କର ମୃତ୍ୟୁ ହୋଇଥିବା ସ୍ଥଳ ସେନାର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି ।

ଏବେ ବାକି ୪ ଜଣ ଯବାନଙ୍କ ଚିକିତ୍ସା ଚାଲିଛି। ଘଟଣା ପରେ ସୀମାରେ ସତର୍କତା ଅବଲମ୍ବନ କରାଯାଇଛି । ସେହିପରି କେଉଁ ପରିସ୍ଥିତିରେ ଗ୍ରେନେଡ ବିସ୍ଫୋରଣ ହେଲା, ତା’ର ମଧ୍ୟ ତଦନ୍ତ କରାଯାଉଥିବା ମୁଖପାତ୍ର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.