ETV Bharat / bharat

Army Vehicle Accident: ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ସେନା

author img

By

Published : Dec 24, 2022, 9:46 PM IST

Updated : Dec 25, 2022, 6:45 PM IST

ଉତ୍ତର ସିକ୍କିମ ସେନା ଗାଡ଼ି ଦୁର୍ଘଟଣାରେ ଶହୀଦ ହୋଇଥିବା ୧୬ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସିକ୍କିମ ମୁଖ୍ୟମନ୍ତ୍ରୀ ଓ ଭାରତୀୟ ସେନା (Army Officials pay tribute to Jawans Martyred) । ତାଙ୍କୁ ସିକ୍କିମର ଟେକ୍ନିକାଲ ଅଞ୍ଚଳ (Alpha Zone)ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଅଧିକ ପଢନ୍ତୁ

Army Vehicle Accident
Army Vehicle Accident

ଗାଙ୍ଗଟକ: ଉତ୍ତର ସିକ୍କିମରେ ଶୁକ୍ରବାର ଦୁର୍ଘଟଣା (Army Vehicle accident in Sikkim)ରେ ୧୬ ଜଣ ଯବାନ ଶହୀଦ ହୋଇଛନ୍ତି । 1୨ ଜଣ ଶହୀଦ ଯବାନଙ୍କ ପାର୍ଥିବ ଶରୀରକୁ ସିକ୍କିମର ଟେକ୍ନିକାଲ ଅଞ୍ଚଳ (Alpha Zone)ରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆଜି ପଶ୍ଚିମବଙ୍ଗ ବାଗଡୋଗରା ବିମାନ ବନ୍ଦରକୁ ଅଣାଯାଇଥିଲା । ଆଲଫା ଜୋନକୁ ବାୟୁସେନା ପାଇଁ ଉତ୍ସର୍ଗୀକୃତ କରାଯାଇଥିବା ବେଳେ ମେଜର ଅଞ୍ଜନକୁମାର ବାସୁମତାରି ଓ ଅନ୍ୟ ସେନା ଅଧିକାରୀ ଶହୀଦ ଯବାନଙ୍କୁ ସେଠାରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ (Army Officials pay tribute to Jawans Martyred) ।

Army Officials pay tribute to Jawans Martyred
ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ସେନା

ଆଲଫା ଜୋନରେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ (ପି, ଏସ ଗୋଲେ) ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ଉତ୍ତର ସିକ୍କିମ ଅଞ୍ଚଳରୁ ଲିବିଙ୍ଗ ହେଲିପ୍ୟାଡ ଜରିଆରେ ପଶ୍ଚିମବଙ୍ଗର ବାଗଡ଼ୋଗରା ବିମାନ ବନ୍ଦରକୁ ଅଣାଯାଇଥିଲା । ସୂଚନା ଥାଉ କି ଗତକାଲି (ଶୁକ୍ରବାର) ଉତ୍ତର ସିକ୍କିମର ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନା ଗାଡ଼ି (Sikkim Road Accident) । ଏହି ଦୁର୍ଘଟଣାରେ ୧୬ ଯବାନ ଶହୀଦ (16 jawans martyred) ହୋଇଥିବା ବେଳେ ୪ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଉତ୍ତର ସିକ୍କିମର ଦୁର୍ଗମାଞ୍ଚଳରେ ସେନା ଗାଡ଼ି ପ୍ରାୟ ୧୦୦ ଫୁଟ ଖାଇକୁ ଖସିଥିଲା ।

ଏହା ବି ପଢନ୍ତୁ- Sikkim Road Accident: ଖାଇକୁ ଖସିଲା ସେନା ଗାଡ଼ି, ୧୬ ଯବାନ ଶହୀଦ, ମୋଦିଙ୍କ ଶୋକ ପ୍ରକାଶ

ଶହୀଦ ବୀର ଯବାନଙ୍କ ତାଲିକା

ଆହତ ହୋଇଥିବା ୪ ଯବାନଙ୍କୁ ଏୟାରଲିଫ୍ଟରେ ଉତ୍ତର ବେଙ୍ଗଲର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣା ଜେମା ୩ (Zema 3) ଠାରେ ସକାଳ ପ୍ରାୟ ୮ଟା ସମୟରେ ଘଟିଥିଲା । ଏହି ଦୁର୍ଗମ ଅଞ୍ଚଳଟି ଲାକେନଠାରୁ ୧୫କିମି ଓ ରାଜଧାନୀ ଗାଙ୍ଗଟକଠାରୁ ୧୩୦କିମି ଦୂରରେ ଅବସ୍ଥିତ । ଏନେଇ ଚୁଙ୍ଗଥାଙ୍ଗ ସବଡିଭିଜନାଲ ପୋଲିସ ଅଫିସର (SDPO) ଅରୁଣ ଥାତାଲଙ୍କ ସୂଚନାନୁସାରେ ସେନା ଗାଡ଼ି ୨୦ ଜଣ ଯବାନଙ୍କୁ ନେଇ ବର୍ଡର ପୋଷ୍ଟ ଅଭିମୁଖେ ଯାତ୍ରା କରୁଥିଲା । ଜେମା ୩ ନିକଟରେ ଏକ ଟର୍ଣ୍ଣିଂ ପଏଣ୍ଟରେ ହଠାତ ଗାଡ଼ି ବୁଲିବା ସମୟରେ ଖାଇକୁ ଖସି ପଡିଥିଲା ।

ଶହୀଦ ବୀର ଯବାନଙ୍କ ତାଲିକା:-

  1. ନାୟକ ସୁବେଦାର ଚନ୍ଦନ କୁମାର ମିଶ୍ର, ପାଟନା ବିହାର
  2. ଓମକାର ସିଂ, ପଠାନକୋଟ ପଞ୍ଜାବ
  3. ଗୋପୀନାଥ ମକୁର, ଦୁର୍ଗାପୁର
  4. ସେପ ସୁଖାରାମ, ଯୋଧପୁର ରାଜସ୍ଥାନ
  5. ନାଏକ ରବିନ୍ଦର ସିଂ ଥାପା, ପନ୍ତନଗର ଉତ୍ତରାଖଣ୍ଡ
  6. ନାଏକ ବୈଶାଖ ଏସ୍, ପାଲକ୍କଡ କେରଳ
  7. ନାଏକ ପ୍ରମୋଦ ସିଂ, ଆରା ବିହାର
  8. ଲାନ୍ସ ନାଏକ ଭୁପେନ୍ଦ୍ର ସିଂ, ଇଟା ଉତ୍ତରପ୍ରଦେଶ
  9. ନାୟକ ଶ୍ୟାମ ସିଂ ଯାଦବ, ଉନ୍ନାଓ
  10. ନାଏକ ଲୋକେଶ କୁମାର, ମୁଜ୍ଜଫରପୁର
  11. ଗ୍ରେନେଡିୟର୍ ବିକାଶ କୁମାର, ଫତେହାବାଦ ହରିୟାଣା
  12. ଏଲ /ହାବିଲଦାର ଅରବିନ୍ଦ କୁମାର, ଭିୱାନୀ
  13. ଲାନ୍ସ ନାଏକ ସୋମବୀର ସିଂ, ହିସାର
  14. ସୁବେଦାର ଗୁମାନ ସିଂ, ଜୈସଲମର୍ ରାଜସ୍ଥାନ
  15. ଲାନ୍ସ ନାୟକ ମନୋଜ କୁମାର, ଝୁଞ୍ଜହୁନୁ
  16. ହାଭ ଚରଣ ସିଂ, ଲକ୍ଷ୍ନୌ ଉତ୍ତରପ୍ରଦେଶ

Last Updated : Dec 25, 2022, 6:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.