ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସେନା କ୍ୟାମ୍ପରେ ସେନାଧିକାରୀଙ୍କ ଆତ୍ମହତ୍ୟା । ଆଜି (ରବିବାର) କାଶ୍ମୀରର ରମ୍ବାନ ଜିଲ୍ଲାରେ ଥିବା ସେନା କ୍ୟାମ୍ପରେ ଜଣେ ଉଚ୍ଚସ୍ତରୀୟ ଅଧିକାରୀ ନିଜ ସର୍ଭିସ ରାଇଫଲରୁ ଗୁଳି ଚଲାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ପୋଲିସ କହିଛି । ଆତ୍ମହତ୍ୟା କରିଥିବା ଜଣେ ଅଧିକାରୀ ଜଣେ ମେଜର ପାହ୍ୟାର ଅଧିକାରୀ ବୋଲି ସ୍ପଷ୍ଟ ହୋଇଛି ।
ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ କ୍ୟାମ୍ପ ଭିତରେ ଅଧିକାରୀଜଣଙ୍କ ନିଜକୁ ଗୁଳି କରିଥିବାବେଳେ ଅନ୍ୟ ସହଯୋଗୀମାନେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ । ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
@ IANS