ଶ୍ରୀନଗର: କୋରୋନା ସଙ୍କଟ ସମୟରେ ପୁଣି ଉଦାରତା ଦେଖାଇଲା ଭାରତୀୟ ସେନା । ଜାମ୍ମୁ-କାଶ୍ମୀରବାସୀଙ୍କ ଉଦ୍ଦେଶ୍ୟରେ ଶନିବାର ସେନା ପକ୍ଷରୁ 50 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ଏହି ହସ୍ପିଟାଲ ସୁବିଧା ବାଟୱାରାର 216 ଟ୍ରାଞ୍ଜିଟ କ୍ୟାମ୍ପରେ ପ୍ରତିଷ୍ଠିତ ହୋଇଥିବାବେଳେ ଶ୍ରୀନଗର ଡେପୁଟି କମିଶନର ମହମ୍ମଦ ଆଇଜାଜ ଆସାଦ ଏହାକୁ ଉଦଘାଟନ କରିଛନ୍ତି ।
ଉକ୍ତ କୋଭିଡ ହସ୍ପିଟାଲରେ ଭେଣ୍ଟିଲେଟର ସୁବିଧା ସହିତ 10 ଟି ICU ବେଡ୍, 20ଟି ହାଇ ଡିଫେନ୍ସି ୟୁନିଟ ବେଡ୍, ଅକ୍ସିଜେନ, 20ଟି ଅକ୍ସିଜେନ ବେଡ୍, ଗୋଟିଏ ଲାବୋରେଟୋରୀ, ରାଡିଓଲୋଜି ବିଭାଗ ଏବଂ ବ୍ଲଡ ଗ୍ୟାସ ଆଲାଲାଇଜର ରହିଛି । ଏଥିସହ ଉତ୍ତମ ଡାକ୍ତର, ମିଲିଟାରୀ ନର୍ସ, ପାରାମେଡିକାଲ ଷ୍ଟାଫ୍ ସମେତ ସମସ୍ତ ପ୍ରକାର ସହଯୋଗ ଯୋଗାଇବାକୁ ଭାରତୀୟ ସେନା ସୁନିଶ୍ଚିତ କରିଛି । ତେବେ ତୃତୀୟ ଲହରର ମୁକାବିଲା ପାଇଁ ଏହି ଭୂଖଣ୍ଡ ପ୍ରସ୍ତୁତ ରହିଥିବା କହିଛି ଭାରତୀୟ ସେନା ।
@ANI