ନୂଆଦିଲ୍ଲୀ: କୋରିଆ ଓ ଭାରତର ସାମରିକ ସମ୍ପର୍କକୁ ମଜବୁତ କରିବାକୁ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ସୋମବାର ତିନି ଦିନିଆ କୋରିଆ ଗସ୍ତରେ ଯାଇଛନ୍ତି । ଏହି ଗସ୍ତରେ ନରୱଣେ କୋରିଆର ବରିଷ୍ଠ ସାମରିକ ଏବଂ ସାଧାରଣ ନାଗରିକଙ୍କୁ ଭେଟି ଆଲୋଚନା କରିବେ ।
ଏହି ଗସ୍ତରେ ସିଓଲରେ ସ୍ମାରକୀ ପରିଦର୍ଶନ କରିବା ସହିତ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାସହ ରାଷ୍ଟ୍ରୀୟ ପ୍ରତିରକ୍ଷା ମନ୍ତ୍ରୀ, ଦକ୍ଷିଣ କୋରିଆର ସେନା ମୁଖ୍ୟ ଓ ପ୍ରତିରକ୍ଷା ଅଧିଗ୍ରହଣ ଯୋଜନା ପ୍ରଶାସନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସାକ୍ଷତାକାରରେ ସେ ଭାରତ ଓ କୋରିଆର ପ୍ରତିରକ୍ଷା ସମ୍ପର୍କକୁ ସୃଦୁଢ କରିବା ନେଇ ଆଲୋଚନା କରିବେ ।
ଏହା ସହ ସେନା ମୁଖ୍ୟ ଗଙ୍ଗୱାନ ପ୍ରଦେଶର ଥିବା କୋରିଆ ଯୁଦ୍ଧ ତାଲିମ କେନ୍ଦ୍ର ଏବଂ ଡେଜିଓନ୍ରେ ଆଡଭାନ୍ସ ଡିଫେନ୍ସ ଡେଭଲପମେଣ୍ଟ (ଏଡିଡି) ପରିଦର୍ଶନ କରିବେ। ଏହା ପୂର୍ବରୁ ନରୱେନ ସାଉଦି ଆରବ ଏବଂ ୟୁଏଇକୁ ଗସ୍ତ କରି ଦ୍ବିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିଥିଲେ । ସେନା ମୁଖ୍ୟଙ୍କର ଏହି ଗସ୍ତ ଭାରତ ରଣନୈତିକ ସମ୍ପର୍କ ପ୍ରତିଫଳନ ଏବଂ ପ୍ରତିରକ୍ଷା ତଥା ସୁରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ନୂତନ ରାସ୍ତା ଖୋଲିବା ।
@IANS