ଶ୍ରୀନଗର: ଦୁଇ ଦିନଆ ଜମ୍ମୁ ଗସ୍ତ କରିଛନ୍ତି ସେନା ମୁଖ୍ୟ ମେଜେର ଜେନେରାଲ ଏମଏମ ନରଓ୍ବାଣେ । ଏହି ଗସ୍ତରେ ନିୟନ୍ତ୍ରଣରେଖା ନିକଟବର୍ତ୍ତୀ ଏକାଧିକ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ସେନା ମୁଖ୍ୟ । ଏହା ଚଳିତ ମାସ ମଧ୍ଯରେ ସେନା ମୁଖ୍ୟଙ୍କର ଦ୍ବିତୀୟ ଗସ୍ତ ଜମ୍ମୁ ଗସ୍ତ । ତେବେ ଆଜି ସେନାମୁଖ୍ୟ ସେଠାରେ ପହଞ୍ଚିବା ପରେ ପୁଞ୍ଚ ଓ ରଜୌରୀ ସେକ୍ଟରରେ ସୁରକ୍ଷା ବ୍ୟବସ୍ଥା ନେଇ ଅଧିକାରୀମାନେ ତାଙ୍କୁ ଅବଗତ କରାଇଛନ୍ତି ।

ଅନୁରୁପ ଭାବେ ଗତମାସରେ ମଧ୍ୟ ମଧ୍ୟ ସେନାମୁଖ୍ୟ ୨ ଦିନିଆ ଜମ୍ମୁ ଗସ୍ତ କରି ସୁରକ୍ଷା ସମ୍ପର୍କରେ ସ୍ଥିତି ସମୀକ୍ଷା କରିଥିଲେ । ସେନାର ଆତଙ୍କୀ ବିରୋଧୀ ଅପରେସନ ଜାରି ରହିଥିବାବେଳେ ସେନାମୁଖ୍ୟଙ୍କ ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ