ETV Bharat / bharat

ଦୁଇ ଦିନିଆ କାଶ୍ମୀର ଗସ୍ତରେ ସ୍ଥଳସେନା ମୁଖ୍ୟ, ସୁରକ୍ଷା ସ୍ଥିତିର କରିବେ ସମୀକ୍ଷା - ସ୍ଥଳସେନା ମୁଖ୍ୟ

ବୁଧବାର ସ୍ଥଳସେନା ମୁଖ୍ୟ ଦୁଇ ଦିବସୀୟ ଜମ୍ମୁକାଶ୍ମୀର ଗସ୍ତରେ ବାହାରିଛନ୍ତି । ଜମ୍ମୁକାଶ୍ମୀରରେ ସ୍ଥଳସେନା ମୁଖ୍ୟ ଏଲଓସିର ସ୍ଥିତି ସମୀକ୍ଷା କରିବା ସହିତ ଭାରତୀୟ ସେନାର ଅପରେସନାଲ ପ୍ରସ୍ତୁତି ବିଷୟରେ ଅବଗତ ହେବେ । ଅଧିକ ପଢନ୍ତୁ...

ଦୁଇ ଦିନିଆ କାଶ୍ମୀର ଗସ୍ତରେ ସ୍ଥଳସେନା ମୁଖ୍ୟ, ସୁରକ୍ଷା ସ୍ଥିତିର କରିବେ ସମୀକ୍ଷା

author img

By

Published : Jun 2, 2021, 3:53 PM IST

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଏଲଓସିରେ ଶାନ୍ତି ଚୁକ୍ତିକୁ ବିତିଛି 100 ଦିନ । ଏହି ଅବସରରେ ଜମ୍ମୁକାଶ୍ମୀରରେ ଉପସ୍ଥିତ ରହିବେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାଣେ । ବୁଧବାର ସ୍ଥଳସେନା ମୁଖ୍ୟ ଦୁଇ ଦିବସୀୟ ଜମ୍ମୁକାଶ୍ମୀର ଗସ୍ତରେ ବାହାରିଛନ୍ତି । ଜମ୍ମୁକାଶ୍ମୀରରେ ସ୍ଥଳସେନା ମୁଖ୍ୟ ଏଲଓସିର ସ୍ଥିତି ସମୀକ୍ଷା କରିବା ସହିତ ଭାରତୀୟ ସେନାର ଅପରେସନାଲ ପ୍ରସ୍ତୁତି ବିଷୟରେ ଅବଗତ ହେବେ ।

ଚଳିତ ବର୍ଷ 25 ଫେବୃଆରୀରେ ଭାରତ ଓ ପାକିସ୍ତାନର ଡିଜିଏମଓ ତଥା ଡାଏରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ ମଧ୍ୟରେ ଅସ୍ତ୍ରବିରତି ଉପରେ ସହମତି ପ୍ରକାଶ ପାଇଥିଲା । ଏହି ଚୁକ୍ତି ଆଧାରରେ ଦୁଇ ଦେଶର ସେନା ଲାଇନ ଅଫ କଣ୍ଟ୍ରୋଲ(ଏଲଓସି)ରେ ଶାନ୍ତି ବଜାୟ ରଖିବା ସହ ଗୁଳିବିନିମୟ ହେବ ନାହିଁ ବୋଲି ସହମତ ହୋଇଥିଲେ ।

ଯଦିଓ ଯବାନମାନେ ଏଭଳି କରନ୍ତି, ତେବେ ଉଭୟ ଦେଶର କମାଣ୍ଡରସ୍ତରୀୟ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯିବ । ଏହି ଚୁକ୍ତିନାମା ପରଠାରୁ ଏଲଓସିରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିନାହିଁ । ତେବେ ଜମ୍ମୁକୁ ଲାଗିଥିବା ଅନ୍ତରାଷ୍ଟ୍ରୀୟ ସୀମାରେ କିଛିଟା ଛୋଟମୋଟ ଘଟଣା ସାମ୍ନାକୁ ଆସିଛି ।

ଭାରତୀୟ ସେନା ଅନୁଯାୟୀ, ଯଦିଓ ଗତ ତିନିମାସ ମଧ୍ୟରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ନାହିଁ, କିନ୍ତୁ ଏଭଳି ରିପୋର୍ଟ ନିଶ୍ଚିତ ଭାବେ ଆସୁଛି ଯେ ପାକିସ୍ତାନ ସେନା ଏଲଓସି ସଂଲଗ୍ନ ଅଞ୍ଚଳରେ ଏହାର ମୁତୟନକୁ ମଜବୁତ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.