ETV Bharat / bharat

4 ଦିନିଆ ବ୍ରିଟେନ ଓ ଇଟାଲି ଗସ୍ତରେ ସ୍ଥଳସେନା ମୁଖ୍ୟ

author img

By

Published : Jul 4, 2021, 5:48 PM IST

4 ଦିନିଆ ବିଦେଶ ଗସ୍ତରେ ସ୍ଥଳସେନା ମୁଖ୍ୟ ମେଜର ଜେନେରାଲ ଏମଏମ ନରଓ୍ବାଣେ । ବ୍ରିଟେନ ଓ ଇଟାଲି ସହ ହେବ ସାମରିକ ଆଲୋଚନା । ଦୁଇ ଦେଶ ସହ ଭାରତର ସାମରିକ ସମ୍ପର୍କ ଓ ସହଯୋଗ ପାଇଁ ହେବ ବୈଠକ । ଅଧିକ ପଢନ୍ତୁ...

4 ଦନିଆ ବ୍ରିଟେନ ଓ ଇଟାଲି ଗସ୍ତରେ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ : 4 ଦିନିଆ ବିଦେଶ ଗସ୍ତରେ ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରଓ୍ବାଣେ । ଏହି ଗସ୍ତରେ ସେ ଇଟାଲି ଓ ବ୍ରିଟେନ ପରିଦର୍ଶନ କରିବା ସହ ଦୁଇ ଦେଶର ସାମରିକ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରଖାଯାଇଛି । ଏହି ଗସ୍ତ ଦୁଇ ପର୍ଯ୍ୟାୟରେ ବିଭକ୍ତ କରାଯାଇଥିବାବେଳ ଦୁଇ ଦେଶର ସାମରିକ ସମ୍ପର୍କ ଓ ସହଯୋଗ ନେଇ ପର୍ଯ୍ୟାୟ କ୍ରମେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମେଜର ଜେନେରାଲ ନରଓ୍ବାଣେ ଦୁଇ ଦେଶର ଶୀର୍ଷ ସ୍ତରର ସାମରିକ ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ବ୍ରିଟେନରେ ପହଞ୍ଚିବା ସହ ବ୍ରିଟେନର ପ୍ରତିରକ୍ଷା ସଚିବ ଓ ସେନାମୁଖ୍ୟଙ୍କ ସମେତ ଅନ୍ୟ କିଛି ବରିଷ୍ଠ ସାମରିକ କର୍ତ୍ତୃପକ୍ଷଙ୍କ ସହ ଆଲୋଚନାରେ ଭାଗ ନେବେ । ଏହି ଅବସରରେ ବିଭିନ୍ନ ସାମରିକ ଘାଟି ପରିଦର୍ଶନ କରିବା ସହ ଉଭୟ ସେନା ମଧ୍ୟରେ ସହଯୋଗ ଓ ଜ୍ଞାନକୌଶଳ ଆଦାନ ପ୍ରଦାନ କରିବା ଉପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ ।

ସେହିପରି ଗସ୍ତର ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥାତ 7 ଓ 8 ତାରଖରେ ସେ ଇଟାଲି ଗସ୍ତ କରିବା ସହ ସେଠାକାର ସାମରିକ କର୍ତ୍ତୃପକ୍ଷ ଓ ସେନାମୁଖ୍ୟଙ୍କ ସହ ଆଲୋଚନା କରିବେ । ଇଟାଲି ଓ ଭାରତ ମଧ୍ୟରେ ସାମରିକ ସହଯୋଗ ପ୍ରତିଷ୍ଠା ବାବାଦରେ ଦୁଇ ସାମରିକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଇଟାଲିର ପ୍ରସିଦ୍ଧ କାଶିନୋ ସହରରେ ଏକ ଯୁଦ୍ଧ ସ୍ମାରକୀ ମଧ୍ୟ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.