ETV Bharat / bharat

ଦ୍ବେତ ଯୁଦ୍ଧ ପାଇଁ ପ୍ରସ୍ତୁତ, ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁ: ସ୍ଥଳସେନା ମୁଖ୍ୟ - annual press conference

ସେନା ପାଇଁ ବର୍ଷ 2020 ଥିଲା ଅନେକ ଆହ୍ବାନର ବର୍ଷ । ସମସ୍ତ ଆହ୍ବାନକୁ ସେନା ମୁକାବିଲା କରିଛି । ଏବେ ଦ୍ବେତ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛୁ । ସୀମା ସୁରକ୍ଷିତ ଅଛି । ଯବାନଙ୍କ ମନୋବଳ ଉଚ୍ଚ ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Army chief
indian Army chief
author img

By

Published : Jan 12, 2021, 3:23 PM IST

ନୂଆଦିଲ୍ଲୀ: ସ୍ଥଳସେନା ଅଧ୍ୟକ୍ଷ ଏମଏମ ନରଭାଣେ କହିଛନ୍ତି ସେନା ଖାଲି ପୂର୍ବ ଲଦାଖରେ ନୁହେଁ ବଂର ଦେଶର ସମସ୍ତ ସୀମାରେ ସଜାଗ ସତର୍କ ଅଛି । ସ୍ଥଳସେନା ଅଧ୍ୟକ୍ଷ ଆଜି ତାଙ୍କ ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗତ ବର୍ଷ ସେନା ପାଇଁ ଆହ୍ବାନର ବର୍ଷ ଥିଲା । ବର୍ଡରରେ ଅଶାନ୍ତ ଓ ଆଶଙ୍କା ଥିବାବେଳେ ଦେଶରେ କୋରୋନା ମହାମାରୀ ସଂକ୍ରମଣ ବିପଦ ରହିଥିଲା । ଏହାସତ୍ବେ ସେନା ନିଜ ଦାୟିତ୍ବ ସାମର୍ଥ୍ୟ ଓ ସଦଭାବନାକୁ ବଜାୟ ରଖିବାରେ ସଫଳ ହୋଇଛି ।

ସେନା ମୁଖ୍ୟ କହିଛନ୍ତି ପାକିସ୍ତାନ ଚୀନ ମିଳିତ ଭାବେ ଭାରତ ପାଇଁ ବିପଦ ସୃଷ୍ଟି କରିବାରେ ଲାଗିଛନ୍ତି । ଯେଉଁଥିପାଇଁ ଆମେ ଦ୍ବେତ ଯୁଦ୍ଧ ଲଢେଇ ପାଇଁ ପ୍ରସ୍ତୁତି ଜାରି ରଖିଛୁ । ଲଦାଖ ସମେତ ସମଗ୍ର ଉତ୍ତର ପୂର୍ବ ଭାରତରେ ସର୍ବୋତ୍ତମ ଭିତ୍ତିଭୂମି ଓ ଆବଶ୍ୟକତା ପୂରଣ କରାଯାଉଛି ।

ଦ୍ବେତ ଯୁଦ୍ଧ ପାଇଁ ପ୍ରସ୍ତୁତ; ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁ: ସ୍ଥଳସେନା ମୁଖ୍ୟ

ସେହିପରି ସେନା ପ୍ରମୁଖ କହିଛନ୍ତି ଲଦାଖ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଥଣ୍ଡାକୁ ନେଇ ସେନା ସ୍ବତନ୍ତ୍ର ପ୍ରସ୍ତୁତି କରିଛି । ସେହିଭଳି ଲଦାଖ ସୀମା ବିବାଦକୁ ନେଇ କହିଛନ୍ତି ଆମେ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଜାରି ରଖିଛୁ । ଏହାସହ କୌଣସି ଆକସ୍ମିକ ଆକ୍ରମଣକୁ ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ ।

ସେହିଭଳି ପୂର୍ବ ଲଦାଖରେ ଆମେ ପୂର୍ବ ଭଳି ଆମର ସୀମାରେ ଅତୁଟ ଅଟଳ ଅଛୁ । କୌଣସି ସ୍ଥିତିରେ ଆମେ ଆମ ସୀମାରେ ଅନୁପ୍ରବେଶର ସୁଯୋଗ କୌଣସି ବାହ୍ୟଶତ୍ରୁଙ୍କୁ ଦେବୁନାହିଁ । ଚୀନ ସହ ବିବାଦର ସମାଧାନ ପାଇଁ କର୍ପୋସ କମାଣ୍ଡରସ୍ତରୀୟ ଆଲୋଚନା ଅଷ୍ଟମ ପର୍ଯ୍ୟାୟ ଶେଷ ହୋଇଛି, ପରବର୍ତ୍ତୀ ଆଲୋଚନାକୁ ଅପେକ୍ଷା କରିଛୁ । ଆଶା ରଖିଛୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ ହେବ ।

ସେହିପରି ଆତଙ୍କବାଦ ପ୍ରସଙ୍ଗରେ ମତ ରଖି ସ୍ଥଳସେନା ଅଧ୍ୟକ୍ଷ କହିଛନ୍ତି, ଆତଙ୍କବାଦ ବିରୋଧରେ ଆମର ସ୍ପଷ୍ଟନୀତି । ଭାରତ ବିରୋଧରେ ଷଡଯନ୍ତ୍ର କଲେ ପରିଣାମ କଣ ହେବ ତାହା ଆତଙ୍କବାଦୀ ଓ ଆତଙ୍କବାଦ ପୃଷ୍ଠପୋଷକଙ୍କୁ ଭଲଭାବେ ଜଣା । ପରୋକ୍ଷରେ ପାକିସ୍ତାନକୁ ସଂକେତ ଦେଇ କହିଥିଲେ କୌଣସି ଆତଙ୍କି କାର୍ଯ୍ୟକଳାପ କଲେ ସ୍ଥିତି ଭୋଗିବାକୁ ପଡିବ ।

ସୀମାରେ ମୁତୟନ ଥିବା ଯବାନଙ୍କୁ ଉଚ୍ଚ ପ୍ରଶଂସା କରି ସ୍ଥଳସେନା ଅଧ୍ୟକ୍ଷ କହିଛନ୍ତି । ଆମର ଯବାନଙ୍କ ମନୋବଳ ବେଶ ଉଚ୍ଚରେ ରହିଛି । ଯବାନଙ୍କ ପାଇଁ ଆବଶ୍ୟକ ସମସ୍ତ ପ୍ରକାର ଭିତ୍ତିଭୂମି ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥେଷ୍ଟ ମାତ୍ରାରେ ମହଜୁଦ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.