ETV Bharat / bharat

ସେନା ଷ୍ଟାଫ୍ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ସେନାମୁଖ୍ୟ ଏମଏମ ନରୱାଣେ

author img

By

Published : Dec 16, 2021, 12:33 PM IST

୩ ସେନା ବାହିନୀ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି ଏମଏମ ନରୱାଣେ (Army Chief Gen Naravane takes charge as chairman of Chiefs Staff Committee)। ଦେଶର ପରବର୍ତ୍ତୀ ସିଡିଏସ ହେବା ନେଇ ଧରିଥିବା ଚର୍ଚ୍ଚା ଆଗକୁ ସତ ହେବାକୁ ଯାଉଛି । ପୂର୍ବରୁ ଏହି ପଦବୀରେ ସିଡିଏସ୍‌ ବିପିନ ରାୱତଙ୍କ ପାଖରେ ଥିଲା । ହେଲେ ତାଙ୍କ ଅବର୍ତ୍ତମାନରେ ଜେନେରାଲ ନରୱାଣେ ଏହି ଦାୟିତ୍ୱ ପାଇଛନ୍ତି ।

ସେନା ଷ୍ଟାଫ୍ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ସେନାମୁଖ୍ୟ ଏମଏମ ନରୱାଣେ
ସେନା ଷ୍ଟାଫ୍ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ସେନାମୁଖ୍ୟ ଏମଏମ ନରୱାଣେ

ନୂଆଦିଲ୍ଲୀ: ୩ ସେନା ବାହିନୀ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି ଏମଏମ ନରୱାଣେ (Army Chief Gen Naravane takes charge as chairman of Chiefs Staff Committee) । ଦେଶର ପରବର୍ତ୍ତୀ ସିଡିଏସ ହେବା ନେଇ ଧରିଥିବା ଚର୍ଚ୍ଚା ଆଗକୁ ସତ ହେବାକୁ ଯାଉଛି । ପୂର୍ବରୁ ଏହି ପଦବୀରେ ସିଡିଏସ୍‌ ବିପିନ ରାୱତଙ୍କ ପାଖରେ ଥିଲା । ହେଲେ ତାଙ୍କ ଅବର୍ତ୍ତମାନରେ ଜେନେରାଲ ନରୱାଣେ ଏହି ଦାୟିତ୍ୱ ପାଇଛନ୍ତି । ତେଣୁ ବରିଷ୍ଠତା ଦୃଷ୍ଟିରୁ ଜେନେରାଲ ନରୱାଣେଙ୍କୁ (Army Chief Gen Naravane) ଏହି ପଦ ମିଳିପାରେ ସେ ହିଁ ଦେଶର ପରବର୍ତ୍ତୀ ସିଡିଏସ୍‌ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

ସେନାମୁଖ୍ୟ ଜେନେରାଲ ନରୱାଣେ ୩ ସେନା ପ୍ରମୁଖଙ୍କ ମଧ୍ୟରେ ସବୁଠାରୁ ବରିଷ୍ଠ । ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଭିଆର ଚୌଧୁରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ତାଙ୍କ ଠାରୁ କନିଷ୍ଠ । ତେଣୁ ବରିଷ୍ଠତା ଦୃଷ୍ଟିରୁ ଜେନେରାଲ ନରୱାଣେଙ୍କୁ ତିନି ସେନା ବାହିନୀ ପାଇଁ ଗଠିତ କମିଟିର ମୁଖ୍ୟ କରାଯାଇଛି । ୨୦୧୯ରେ ଭାରତ ସରକାର ସିଡିଏସ ପଦ ସୃଷ୍ଟି କରିବା ପୂର୍ବରୁ ୩ ସେନା ବାହିନୀ ମଧ୍ୟରେ ବରିଷ୍ଠ ଅଧିକାରୀ ହିଁ ଏହି କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ କିନ୍ତୁ ସିଡିଏସ୍‌ ହେବା ପରେ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଖାଲି ପଡିଥିଲା ।

୨୦୧୯ ମସିହା ଡିସେମ୍ବର ୩୧ରେ ଜେନେରାଲ ନରୱାଣେ ସ୍ଥଳ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଜେନେରାଲ ବିପିନ ରାୱତଙ୍କ ପରେ ସେ ସ୍ଥଳର ସେନାର ମୁଖ୍ୟ ହୋଇଥିଲେ । ତେଣୁ ତାଙ୍କ ଭାରତ ସରକାର ଦେଶର ପରବର୍ତ୍ତୀ ସିଡିଏସ୍‌ ମଧ୍ୟ କରିପାରନ୍ତି ବୋଲି କୁହାଯାଉଛି । ଷ୍ଟାଫ୍ କମିଟି (କୋଏସସି) ମଙ୍ଗଳବାର ଦିନ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ଏବଂ ସମସ୍ତ ୧୪ ଜଣ ଯୋଦ୍ଧାଙ୍କୁ ଦେହାନ୍ତରେ ସମବେଦନା ଜଣାଇଛି । ଏହି ଦୁର୍ଘଟଣାର ଏକାକୀ ବଞ୍ଚିଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ବୁଧବାର ବେଙ୍ଗାଲୁରୁର ଏକ ସାମରିକ ଡାକ୍ତରଖାନାରେ ନିଧନ ହୋଇଛି ।

ଏହି ସମୟରେ, ସେନାମୁଖ୍ୟ ନରୱାଣେ ସାଉଦି ସଶସ୍ତ୍ର ବାହିନୀର କମାଣ୍ଡର ଲେଫ୍ଟ ଜେନେରାଲ ଫାହଦ୍ ବିନ୍ ଅବଦୁଲ୍ଲା ଅଲ-ମୁଟାୟରଙ୍କ ସହ ଏକ ଟେଲିଫୋନ୍ ବାର୍ତ୍ତାଳାପ କରିଥିଲେ । ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ପ୍ରସଙ୍ଗରେ ସେମାନେ ଆଲୋଚନା କରିଛନ୍ତି ବୋଲି ସେନା କହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.