ବ୍ରାଜାବିଲେ(କଙ୍ଗୋ): ଦକ୍ଷିଣ ଆଫ୍ରିକୀୟ ଦେଶ କଙ୍ଗୋରେ ଜାତିସଂଘ ଶାନ୍ତି ମିଶନ (UN peacekeeping mission in Congo-MONUSCO)ରେ କାର୍ଯ୍ୟକ୍ଷମ ଥିବା ଭାରତୀୟ ସେନାର ଶିବିର ଉପରେ ଆକ୍ରମଣ ହୋଇଛି । ଆଜି (ସୋମବାର) ଅପରାହ୍ନରେ ସ୍ଥାନୀୟ କିଛି ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ଏହି ଆକ୍ରମଣ କରି ସେନା ଶିବିରରେ ଥିବା ଯୁଦ୍ଧାସ୍ତ୍ର ଓ ସେଠାରେ କାର୍ଯ୍ୟକ୍ଷମ ଥିବା ଏକ ହସ୍ପିଟାଲର ଆସବାବପତ୍ର ଓ ଅନ୍ୟ ସାମଗ୍ରୀ ଲୁଟ କରିବାର ଉଦ୍ୟମ କରିଛନ୍ତି ।
-
Indian Army today thwarted attempts by certain civilian armed groups in Congo to loot Indian Army operating bases &Level III hospital by robust actions. The actions by Indian peacekeepers deployed there're strictly in accordance with UN mandate&rules of engagement: Army Officials pic.twitter.com/o0klBPcy2z
— ANI (@ANI) July 25, 2022 " class="align-text-top noRightClick twitterSection" data="
">Indian Army today thwarted attempts by certain civilian armed groups in Congo to loot Indian Army operating bases &Level III hospital by robust actions. The actions by Indian peacekeepers deployed there're strictly in accordance with UN mandate&rules of engagement: Army Officials pic.twitter.com/o0klBPcy2z
— ANI (@ANI) July 25, 2022Indian Army today thwarted attempts by certain civilian armed groups in Congo to loot Indian Army operating bases &Level III hospital by robust actions. The actions by Indian peacekeepers deployed there're strictly in accordance with UN mandate&rules of engagement: Army Officials pic.twitter.com/o0klBPcy2z
— ANI (@ANI) July 25, 2022
ତେବେ ସେଠାରେ କାର୍ଯ୍ୟରତ ଥିବା ଭାରତୀୟ ସେନାର ଯବାନମାନେ ଦୃଢତାର ସହ ସେମାନଙ୍କୁ ପ୍ରତି ଜବାବ ଦେବା ସହ ଆକ୍ରମଣକୁ ପଣ୍ଡ କରିବାରେ ସଫଳ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆକ୍ରମଣରେ କୌଣସି କ୍ଷୟକ୍ଷତି ନେଇ କିଛି ସୂଚନା ମିଳିପାରିନାହିଁ ।
କଙ୍ଗୋରେ ଜାତିସଂଘ ଶାନ୍ତି ମିଶନ (MONUSCO) ରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଭାରତ ମଧ୍ୟ ଏହି ମିଶନର ଏକ ସଦସ୍ୟ ଭାବେ ସେଠାରେ ସେନା ମୂତୟନ କରିବା ସହ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ମଧ୍ୟ ଜାରି ରଖିଛି । ତେବେ ସେଠାରେ ଏପରି ଆକ୍ରମଣ ମଧ୍ୟ ପୂର୍ବରୁ ହୋଇସାରିଛି । ଜାତିସଂଘ ପକ୍ଷରୁ ସେଠାରେ କାର୍ଯ୍ୟରତ ସଦସ୍ୟ ଓ ଭିତ୍ତିଭୂମିର ସୁରକ୍ଷାକୁ ସମ୍ପୂର୍ଣ୍ଣ ପ୍ରାଥମିକତା ପ୍ରଦାନ କରାଯାଉଥିବା ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ