ETV Bharat / bharat

କୁସ୍ତିଯୋଦ୍ଧା ଦିବ୍ୟା କକ୍ରନ ଓ ସ୍ବାମୀଙ୍କ ବିରୋଧରେ ସାବୁନ ବେଡସିଟ ଚୋରି ଅଭିଯୋଗ

ଜଣାଶୁଣା କୁସ୍ତିଯୋଦ୍ଧା ଦିବ୍ୟା କକ୍ରନ ଓ ସ୍ବାମୀଙ୍କ ବିରୋଧରେ ଆସିଲା ଚୋରି ଅଭିଯୋଗ । ଭଡ଼ା ଘରୁ ଟିଭି ରିମୋଟ ସାବୁନ ଚୋରି କରିଥିବା ନେଇ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 30, 2023, 10:20 PM IST

ଲକ୍ଷ୍ନୌ: ଅର୍ଜୁନ ପୁରସ୍କାର ବିଜୟିନୀ ତଥା କୁସ୍ତିଯୋଦ୍ଧା ଦିବ୍ୟା କକ୍ରନ ଓ ସ୍ବାମୀଙ୍କ ବିରୋଧରେ ଆସିଲା ଚୋରି ଅଭିଯୋଗ । ଭଡାଘରୁ ସାବୁନ, ବେଡସିଟ୍, ଟିଭି ରିମୋଟ ଭଳି ଅନେକ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି । ଏ ନେଇ ପୋଲିସ ମଧ୍ୟ ଦିବ୍ୟା ଓ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡିଛି । ଏହି ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ଆସନ୍ତାକାଲି (ଶନିବାର) ପଚରାଉଚରା ଲାଗି ଦମ୍ପତିଙ୍କୁ ପୋଲିସ ଷ୍ଟେସନ ଡକାଯାଇଥିବା କହିଛି ପୋଲିସ ।

ଦିବ୍ୟା ଜଣେ ଜଣାଶୁଣା କୁସ୍ତିଯୋଦ୍ଧା ହୋଇଥିବା ବେଳେ ସ୍ବାମୀ ସଚିନ ପ୍ରତାପ ସିଂ ଜାତୀୟ ସ୍ତରର ବଡିବିଲ୍ଡର । ଉଭୟ ମିରଟ ନୌଚଣ୍ଡି ଥାନା ଅଧୀନସ୍ଥ ବସେରା ଆପାର୍ଟମେଣ୍ଟ ଏକ ଭଡ଼ା ଘରେ ରହୁଥିଲେ । ଘର ମାଲିକାଣୀ ବବିତାଙ୍କ ଅଭିଯୋଗ ଅନୁସାରେ ଏହି ଦମ୍ପତି ପ୍ରତି ମାସକୁ ଭଡା ଉଦ୍ଦେଶ୍ୟରେ ୧୫ ହଜାର ଟଙ୍କା ଦେଇଥାନ୍ତି । ହେଲେ ଗତ ୧୫ ତାରିଖରେ ଉଭୟ ହଠାତ ଘର ଖାଲି କରିଥିଲେ । ଏହାପରେ ପ୍ରପଟି ଡିଲର ହର୍ଷିତଙ୍କୁ ଘର ଚାବି ହସ୍ତାନ୍ତର କରିଥିଲେ । ଏହାସହିତ ଏହି ଦମ୍ପତି ଘରୁ ଟିଭି ରିମୋଟ, ସାବୁନ, ବେଡସିଟ ଭଳି ଅନେକ ସାମଗ୍ରୀ ଚୋରି କରି ନେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- Funny Incident: ଚୋରି ପରିବର୍ତ୍ତେ ପ୍ରେମୀଯୁଗଳଙ୍କୁ 100 ଟଙ୍କା ଦେଲେ ଚୋର, ତଥାପି ଗିରଫ

ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଦିବ୍ୟା ଓ ସ୍ବାମୀ ସଚିନ । ଦିବ୍ୟାଙ୍କ କହିବା କଥା ସେମାନେ ସମସ୍ତ ପ୍ରକାର ସୂଚନା ଦେବା ପରେ ଘର ଛାଡ଼ିଛନ୍ତି । ଘର ଛାଡ଼ିବା ସମୟରେ ଘର ମାଲିକଙ୍କୁ ସିକ୍ୟୁରିଟି ପାଇଁ ନେଇଥିବା ଅର୍ଥ ଫେରସ୍ତ କରିବା ଲାଗି କହିଥିଲେ । ମାତ୍ର ଘର ମାଲିକ ଉକ୍ତ ଟଙ୍କା ଫେରସ୍ତ କରିନଥିବା ବେଳେ ବିଜୁଳି ଦର ଓ ଅନ୍ୟାନ୍ୟ ଜିନିଷ ଲାଗି ଆଉ ଅଧିକ ଟଙ୍କା ଦେବାକୁ କହିଥିଲେ ବୋଲି କହିଛନ୍ତି ଦିବ୍ୟା । ସେପଟେ ସ୍ବାମୀ ସଚିନ କହିଛନ୍ତି ଘର ମାଲିକ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ତାଙ୍କୁ ବଦନାମ କରିବା ଲାଗି ସେମାନେ ଏପରି ଅଭିଯୋଗ ଆଣିଛନ୍ତି ।

ବେଡସିଟ, ସାବୁନ ଆଦି ତାଙ୍କ ବ୍ୟବହାର ଲାଗି ଦିଆଯାଇଥିଲା । ଘରେ ଅନେକ ଜିନିଷ ପୁରୁଣା ବା ନଷ୍ଟ ହୋଇଯାଇଥିବା ବେଳେ ରହଣି ସମୟରେ ତାହାକୁ ଦମ୍ପତି ବଦଳାଇ ନୂଆ ଜିନିଷ ଲଗାଇଥିଲେ । ଘର ମାଲିକ ସିକ୍ୟୁରିଟି ଡିପୋଜିଟ ଫେରାଇବା ବଦଳରେ ତାଙ୍କୁ ବଦନାମ କରିବା ଲାଗି ଏପରି ଅଭିଯୋଗ କରୁଛନ୍ତି । ଆସନ୍ତାକାଲି ପଚରାଉଚରା ଲାଗି ସେ ନୌଚଣ୍ଡି ଇନସପେକ୍ଟରଙ୍କୁ ଭେଟିବେ । ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ସଚିନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.