ETV Bharat / bharat

Apple CEO meets PM Modi: ମୋଦିଙ୍କୁ ଭେଟିଲେ କୁକ୍‌, କହିଲେ ଭାରତରେ କରିବେ ନିବେଶ - ଆପଲ ସିଇଓ ଟିମ୍ କୁକ୍

ବୁଧବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଆପଲ ସିଇଓ ଟିମ୍ କୁକ୍ । ଭାରତରେ ନିବେଶ ପାଇଁ ଆମେ ପ୍ରତିବଦ୍ଧ ସେ କହିଛନ୍ତି । ଅଧିକ ପଢନ୍ତୁ

Apple CEO meets PM Modi
Apple CEO meets PM Modi
author img

By

Published : Apr 20, 2023, 7:56 AM IST

ନୂଆଦିଲ୍ଲୀ: ନିକଟରେ ବିଶ୍ବର ସବୁଠୁ ଦାମୀ କମ୍ପାନୀ ଆପଲ୍ ଭାରତରେ ଗୋଟିଏ ଷ୍ଟୋର ଖୋଲିଛି । ଏହାରି ଭିତରେ ଗତକାଲି(ବୁଧବାର) ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଆପଲ୍ ସିଇଓ ଟିମ୍ କୁକ୍ । ତେବେ ସାରା ଦେଶରେ ନିବେଶ କରିବା ପାଇଁ ଆପଲ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି କୁକ ।

  • Apple CEO Tim Cook meets Prime Minister Narendra Modi.

    "Thank you Prime Minister Narendra Modi for the warm welcome. We share your vision of the positive impact technology can make on India’s future — from education and developers to manufacturing and the environment, we’re… pic.twitter.com/fqrvujUq5U

    — ANI (@ANI) April 19, 2023 " class="align-text-top noRightClick twitterSection" data=" ">

ଏନେଇ ସିଇଓ ଟିମ କୁକ ମଧ୍ୟ ମୋଦିଙ୍କ ସହ ନିଜର ଏକ ଫଟୋକୁ ଟ୍ବିଟ କରିଛନ୍ତି । ସେ ଲେଖିଛନ୍ତି, "ମୋତେ ଭବ୍ୟ ସ୍ବାଗତ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ । ଭାରତର ଭବିଷ୍ୟତ ଉପରେ ପ୍ରଯୁକ୍ତିର ପ୍ରଭାବ ନେଇ ଆପଣଙ୍କ ସହ ଆମେ ଏକମତ ଅଛୁ । ଭାରତର ରୂପାନ୍ତରଣରେ ଟେକ୍ନୋଲୋଜିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶରେ ଉନ୍ନତି ଏବଂ ନିବେଶ କରିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ ।"

  • Thank you Prime Minister @narendramodi for the warm welcome. We share your vision of the positive impact technology can make on India’s future — from education and developers to manufacturing and the environment, we’re committed to growing and investing across the country. pic.twitter.com/xRSjc7u5Ip

    — Tim Cook (@tim_cook) April 19, 2023 " class="align-text-top noRightClick twitterSection" data=" ">

ଆପଲର ସିଇଓ ଭାବରେ ମୋଦିଙ୍କ ସହ କୁକଙ୍କର ଏହା ଦ୍ୱିତୀୟ ସାକ୍ଷାତ ଥିଲା । ଏହାପୂର୍ବରୁ ସେ 2016 ମସିହାରେ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଜାତୀୟ ରାଜଧାନୀରେ ଆପଲର ପ୍ରଥମ ଷ୍ଟୋର ଉଦଘାଟନ କରିବାକୁ କୁକ୍ ଦିଲ୍ଲୀରେ ଅଛନ୍ତି। ଆଜି (ଗୁରୁବାର) ଦିନ ସେ ଦିଲ୍ଲୀର ସାକେତରେ ଆପଲ୍ ଷ୍ଟୋର୍‌ର ଉଦଘାଟନୀ ଉତ୍ସବରେ ଯୋଗଦେବେ । ଏହାପୂର୍ବରୁ ମଙ୍ଗଳବାର ଦିନ ସେ ମୁମ୍ବାଇରେ ଭାରତରେ ଆପଲର ପ୍ରଥମ ଷ୍ଟୋର୍‌ର ଉଦଘାଟନ କରିଥିଲେ ।

ତେବେ କୁକଙ୍କ ଭାରତ ଗସ୍ତ ଏବଂ ଆପଲ ଷ୍ଟେର ଖୋଲିବା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ । ଆପଲ ହେଉଛି ବିଶ୍ବର ଦ୍ବିତୀୟ ସର୍ବବୃହତ ବଜାର । ଭାରତରେ ଚୀନ ନିର୍ମିତ ଫୋନର ପତିଆରା ଭାରତରେ ରହିଥିବା ବେଳେ ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସହାୟ ହୋଇଛି । ତେବେ ଏଭଳି ସ୍ଥିତିରେ ସମ୍ପ୍ରସାରଣ ଯୋଜନା କ୍ଷେତ୍ରରେ ଭାରତକୁ ପ୍ରଥମ ସ୍ଥାନରେ ରଖିଛି ।

ଭାରତକୁ ନିଯୁକ୍ତି କ୍ଷେତ୍ରରେ ସାହାଯ୍ୟ କରିବ ଆପଲ: ଆଇଫୋନ ନିର୍ମାଣ କରୁଥିବା ସଂସ୍ଥା ଆପଲ ଭାରତରେ ନିଜର ଷ୍ଟୋର ଖୋଲିଥିବା ବେଳେ ନିଯୁକ୍ତି ଦେବା କ୍ଷେତ୍ରରେ ପରିବର୍ତ୍ତନ କରିବାରେ ବୋଲି ଆଲୋଚନା ହେଉଛି । ୨ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ ବୋଲି ଆଲୋଚନା ହେଉଛି । ସରକାରୀ ସୂତ୍ରରୁ ଜଣାପଡିଛି ଯେ, ଆପଲ ଭାରତରେ ନିଜର ବ୍ୟବସାୟ ବିସ୍ତାର କରିବା ପାଇଁ ସରକାରଙ୍କ ସହାୟତା ଲୋଡିଛନ୍ତି । ଆପଲ୍ ଭାରତରେ ଏକ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି । କିନ୍ତୁ ପରବର୍ତ୍ତୀ ସମୟରେ ଖୁବ ଶୀଘ୍ର ତାହା ଦ୍ବିଗୁଣିତ ହୋଇପାରେ ବୋଲି ଆଶା କରାଯାଉଛି ।

ପ୍ରକାଶଥାଉକି, ଆପଲ ସିଇଓ କୁକ ଦେଶର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ଉଭୟଙ୍କର ମଧ୍ୟରେ ଇଲେକ୍ଟ୍ରାନିକ୍ସ ରପ୍ତାନି, ଅର୍ଥନୀତି, ଦକ୍ଷତା, ନିରନ୍ତରତା, ମହିଳାଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଭାରତ ସହ ଆପଲର ସମ୍ପର୍କ ଆହୁରି କିଭଳି ମଜଭୁତ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.