ETV Bharat / bharat

ଅପନୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କୀ - ଆତଙ୍କୀ ଆକ୍ରମଣ

କୁଲଗାମରେ ଅପନୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କୀ । ମୃତକ ଅପନୀ ପାର୍ଟିର ଜୋନାଲ ଅଧ୍ୟକ୍ଷ ଗୁଲାମ ହସନ ଲୋନ । ଅଧିକ ପଢନ୍ତୁ...

ଅପନୀ ପାର୍ଟି ନେତାଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କୀ

author img

By

Published : Aug 19, 2021, 8:12 PM IST

ଶ୍ରୀନଗର: ଜମ୍ମୁକାଶ୍ନୀରରେ ଥମୁନି ଆତଙ୍କୀ କାର୍ଯ୍ୟକଳାପ । କୁଲଗାମରେ ଅପନୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କୀ । ମୃତକ ଅପନୀ ପାର୍ଟିର ଜୋନାଲ ଅଧ୍ୟକ୍ଷ ଗୁଲାମ ହସନ ଲୋନ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଲୋନଙ୍କ ଘରେ ପଶି ଗୁଳି ଚଳାଇଥିଲେ ଆତଙ୍କବାଦୀ । ଗୁଳିମାଡରେ ଗୁରୁତ ଆହତ ହୋଇଥିଲେ ଲୋନ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ଅଣାଯାଉଥିବା ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଯାଇଛି ।

ଲୋନ ଚାରି ମାସ ପୂର୍ବରୁ ପିଡିପିରୁ ଇସ୍ତଫା ଦେଇ ଅପନୀ ପାର୍ଟିରେ ଯୋଗ ଦେଇଥିଲେ। ଘଟଣାକୁ ନେଇ ଜମ୍ମୁକାଶ୍ମୀର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । 15 ଦିନ ମଧ୍ୟରେ ଏହା ତୃତୀୟ ଘଟଣା, ଯେଉଁଥିରେ ପୁଣି ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କୀ ।

ମଙ୍ଗଳବାର ଜମ୍ମୁ କାଶ୍ମୀର କୁଲଗାମରେ ଭାରତୀୟ ଜନତା ପାର୍ଟି ନେତାଙ୍କୁ ହତ୍ୟା କରିଥିଲେ ଆତଙ୍କୀ । ମୃତ ବିଜେପି ନେତା ଜାଭେଦ ଅହମଦ ଡାର କୁଲଗାମ ହୋମଶାଲୀବାଗ ଅଞ୍ଚଳର ବିଜେପିର ନିର୍ବାଚନ ଇନଚାର୍ଜ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.