ETV Bharat / bharat

ରାମଚରିତ ମାନସ ବିବାଦୀୟ ପ୍ରସଙ୍ଗ: ସପା ନେତା ସ୍ବାମୀ ପ୍ରସାଦ ମୌର୍ୟାଙ୍କୁ ମାଡ ମାରିଲେ ପୁରସ୍କାର ଘୋଷଣା କଲା ହିନ୍ଦୁ ସଂଗଠନ

ରାମଚରିତ ମାନସ ସମ୍ପର୍କରେ ବିବାଦୀୟ ପ୍ରସଙ୍ଗ ଦେଇଥିବା ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ୟାଙ୍କୁ ମାଡ ଚେତାବନୀ ଦେଲା ଅଖଣ୍ଡ ଆର୍ଯ୍ୟବର୍ତ୍ତ ସାମଜ । ସଂଗଠନ ମୁଖ୍ୟ କହିଲେ ଜୋତାରେ ପିଟିଲେ ମିଳିବ ଆର୍ଥିକ ପୁରସ୍କାର । ଅଧିକ ପଢନ୍ତୁ

author img

By

Published : Jan 23, 2023, 5:42 PM IST

ରାମଚରିତ ମାନସ ବିବାଦୀୟ ପ୍ରସଙ୍ଗ
ରାମଚରିତ ମାନସ ବିବାଦୀୟ ପ୍ରସଙ୍ଗ
ସପା ନେତା ସ୍ବାମୀ ପ୍ରସାଦ ମୌର୍ୟାଙ୍କୁ ମାଡ ମାରିଲେ ପୁରସ୍କାର ଘୋଷଣା କଲା ହିନ୍ଦୁ ସଂଗଠନ

ହାଇଦ୍ରାବାଦ: ହିନ୍ଦୁ ଧର୍ମ ଗ୍ରନ୍ଥ ରାମଚରିତ ମାନସ ସମ୍ପର୍କରେ ବିବାଦୀୟ ବୟାନ ଦେବା ପ୍ରସଙ୍ଗରେ ଉତ୍ତର ପ୍ରଦେଶ ରାଜନୀତି ଉଷ୍ମ ହେବାରେ ଲାଗିଛି । ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ୟାଙ୍କ ବିରୋଧରେ ଏକାଧିକ ହିନ୍ଦୁ ସଂଗଠନ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଜି ଏହାରି ମଧ୍ୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ସପା ନେତା ସ୍ବାମୀ ପ୍ରସାଦ ମୌର୍ୟାଙ୍କୁ ଜୋତାରେ ମାଡ ମାରିଲେ ଆର୍ଥିକ ପୁରସ୍କାର ପ୍ରଦାନ କରିବା ପାଇଁ ଘୋଷଣା କରିଛି ଅଖଣ୍ଡ ଆର୍ଯ୍ୟବର୍ତ୍ତ ନିର୍ମାଣ ସଂଘ । ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୁପେଶ ଶର୍ମା ସପା ନେତା ମୌର୍ୟାଙ୍କୁ 5ଥର ଜୋତାରେ ମାରିଲେ ସଂଗଠନ ପକ୍ଷରୁ 5,100 ଟଙ୍କା ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ।

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ବିଧାନ ପରିଷଦ ସଦସ୍ୟ ସ୍ବାମୀ ପ୍ରସାଦ ମୌର୍ୟା ରାମଚରିତ ମାନସକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ରାମଚରିତ ମାନସର ରଚୟିତା ତୁଳସୀ ଦାସ ଏଥିରେ ହିନ୍ଦୁ ସମାଜର ଏକ ବୃହତ ଅଂଶ ଦଳିତ ସମ୍ପ୍ରଦାୟକୁ ଭୁଲ ଭାବେ ଚିତ୍ରଣ କରିଥିବା ସେ କହିଥିଲେ । ଏହି ଗ୍ରନ୍ଥରେ ଦଳିତ, ପଛୁଆବର୍ଗ ଓ ମହିଳାଙ୍କୁ ଅପମାନ କରାଯାଇଛି । ଏଥିରେ 52 ପ୍ରତିଶତ ଲୋକସଂଖ୍ୟା ସମ୍ପର୍କରେ ଭୁଲ ତତ୍ତ୍ବ ଲେଖାଯାଇଛି ବୋଲି ମୋର୍ୟା କହିଥିଲେ । ଗଣମାଧ୍ୟମରେ ଏ ସମ୍ପର୍କରେ ଏପରି ପ୍ରତିକ୍ରିୟା ରଖିବା ପରେ ଏହାକୁ ନେଇ ଧର୍ମୀୟ ଉତ୍ତେଜନା ବଢିବାରେ ଲାଗିଥିଲା । ଉତ୍ତର ପ୍ରଦେଶ ସମେତ ବହୁ ସ୍ଥାନରେ ଅନେକ ହିନ୍ଦୁ ସଂଗଠନ ଏହାକୁ ତୀବ୍ର ବିରୋଧ କରିଥିଲେ । କିଛି ସ୍ଥାନରେ ମୋର୍ୟାଙ୍କ ବିରୋଧରେ ପ୍ରତିବାଦ କରାଯିବା ସହ ତାଙ୍କୁ ଦଳରୁ ନିଲମ୍ବିତ କରିବା ପାଇଁ ଦାବି ଉଠିଥିଲା । ତମାମ ପ୍ରତିବାଦ ପରେ ମଧ୍ୟ ସମାଜବାଦୀ ପାର୍ଟି ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନଥିଲା ।

ଆଜି ଅଖଣ୍ଡ ଆର୍ଯ୍ୟବର୍ତ୍ତ ନିର୍ମାଣ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୁପେଶ ଶର୍ମା ସ୍ବାମୀ ପ୍ରସାଦ ମୌର୍ୟାଙ୍କୁ ଜୋତାରେ ମାରିଲେ 5 ହଜାର ଶହେ ଟଙ୍କା ପୁରସ୍କାର ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି । କେହି ବି ହିନ୍ଦୁ ଧର୍ମ ସମ୍ପର୍କରେ ବିବାଦୀୟ କିମ୍ବା ଅପମାନଜନକ ମନ୍ତବ୍ୟ ଦେଲେ ତାହା ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ସଂଗଠନ ମୁଖ୍ୟଙ୍କ ଏପରି ଖୋଲା ଧମକକୁ ନେଇ ମଧ୍ୟ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି । ପୋଲିସ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.