ETV Bharat / bharat

ତୃତୀୟ ମୋର୍ଚ୍ଚାର ପାୱାର ବ୍ୟାଙ୍କ୍‌ ନା କଂଗ୍ରେସ କରେଣ୍ଟରେ ଚାର୍ଜ ହେବେ ପାୱାର ? - ଗ୍ରେସ କରେଣ୍ଟ

ଏନସିପି ମୁଖିଆ ଶରଦ ପାୱାରଙ୍କ ବୈଠକକୁ ନେଇ ବଢିବାରେ ଲାଗିଛି ରାଜନୈତିକ କଳ୍ପନାଜଳ୍ପନା । ଜାଣନ୍ତୁ କଂଗ୍ରେସକୁ ନେଇ କଣ କହିଲେ ପାୱାର...

ତୃତୀୟ ମୋର୍ଚ୍ଚାର ପାୱାର ବ୍ୟାଙ୍କ୍‌ ନା କଂଗ୍ରେସ କରେଣ୍ଟରେ ଚାର୍ଜ ହେବେ ପାୱାର ?

author img

By

Published : Jun 25, 2021, 10:39 PM IST

ନୂଆଦିଲ୍ଲୀ: ଏନସିପି ମୁଖିଆ ଶରଦ ପାୱାରଙ୍କ ବୈଠକକୁ ନେଇ ବଢିବାରେ ଲାଗିଛି ରାଜନୈତିକ କଳ୍ପନାଜଳ୍ପନା । 2024 ଲୋକସଭା ନିର୍ବାଚନ ପାଇଁ ପାୱାର ଏବେଠୁ ପ୍ରସ୍ତୁତିରେ ଲାଗିପଡିଥିବା କୁହାଯାଉଛି ।

ଶୁକ୍ରବାର କଳ୍ପନାଜଳ୍ପନାକୁ ନେଇ ଉତ୍ତର ରଖିଛନ୍ତି ଏନସିପି ଅଧ୍ୟକ୍ଷ । ଶରଦ ପାୱାର କହିଛନ୍ତି, ରାଷ୍ଟ୍ରମଞ୍ଚ ବୈଠକ ସମୟରେ ମେଣ୍ଟ ଉପରେ କୌଣସି ଚର୍ଚ୍ଚା ହୋଇନାହିଁ । ହେଲେ ଯଦି ବିକଳ୍ପ ପ୍ରସ୍ତୁତ ହୁଏ, ତେବେ କଂଗ୍ରେସକୁ ସାଙ୍ଗରେ ନ ନେଇ କିଛି ବି ସମ୍ଭବ ନୁହେଁ ।

ଶରଦ ପାୱାରଙ୍କ ଘରେ ହୋଇଥିବା ବିରୋଧୀ ଦଳର ବୈଠକ ପରେ କଂଗ୍ରେସର ଭୂମିକାକୁ ନେଇ ଆଲୋଚନା ହୋଇଥିଲା। ବର୍ତ୍ତମାନ ପାୱାର ନିଜେ ଏହାର ଉତ୍ତର ଦେଇଛନ୍ତି।

ନୂଆ ବିରୋଧୀ ମେଣ୍ଟର ତେହେରା ହେବା ପ୍ରଶ୍ନ ଉପରେ ପାୱାର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହି ବିଷୟ ଉପରେ ଚର୍ଚ୍ଚା ହୋଇନାହିଁ । ହେଲେ ଏବେ ସାମୁହିକ ନେତୃତ୍ବ ସହ ଯିବା ଉଚିତ ବୋଲି ସେ କହିଛନ୍ତି । ସମସ୍ତଙ୍କ ସାଥିରେ ନେଇ ଯିବା ଉପରେ ଧ୍ୟାନ ଦେଉଥିବା କହିଛନ୍ତି ପାୱାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.