ETV Bharat / bharat

AIADMKର ପୂର୍ବତନ ମନ୍ତ୍ରୀ କାମରାଜଙ୍କ 49 ଠିକଣାରେ DVAC ରେଡ୍‌ - ଏଆଇଡିଏମକେର ପୂର୍ବତନ ମନ୍ତ୍ରୀଙ୍କ ଘରେ ଚଢାଉ

AIADMKର ପୂର୍ବତନ ମନ୍ତ୍ରୀ କାମରାଜଙ୍କ ଘରେ ଚଢାଉ କରିଛି ଦୁର୍ନୀତି ନିବାରଣ ବିଭାଗ । ଅଧିକ ପଢନ୍ତୁ

AIADMKର ପୂର୍ବତନ ମନ୍ତ୍ରୀ କାମରାଜଙ୍କ ବାସଭବନରେ ଚଢାଉ

author img

By

Published : Jul 8, 2022, 12:28 PM IST

ଚେନ୍ନାଇ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ AIADMKର ପୂର୍ବତନ ମନ୍ତ୍ରୀ କାମରାଜଙ୍କ ବାସଭବନରେ ଆୟକର ବିଭାଗର ଚଢାଉ କରିଛି । ତାମିଲନାଡୁର ଦୁର୍ନୀତି ନିବାରଣ ବ୍ୟୁରୋ ଭିଜିଲାନ୍ସ ପକ୍ଷରୁ ଆଜି (ଶନିବାର) ଏହି ଚଢାଉ କରାଯାଇଛି । ତାଙ୍କ ନାମରେ ଏବଂ ତାଙ୍କ ସାଙ୍ଗଙ୍କ ନାମରେ ମୋଟ 588 କୋଟି 44 ଲକ୍ଷ 38 ହଜାର 252 ମୂଲ୍ୟର ସମ୍ପତ୍ତି ଥିବା ଅଭିଯୋଗ ହୋଇଛି ।

ବିଭାଗର ସୂଚନା ମୁତାବକ, କାମରାଜଙ୍କ 49ଟି ଠିକଣାରେ ଏବଂ ଚେନ୍ନାଇର 6 ଟି ସ୍ଥାନରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ଏହାସହ ତିରୁଭରୁର ଜିଲ୍ଲାର ମନ୍ନାରଗୁଡା ସ୍ଥିତ ବାସଭବନ ସମେତ ସମ୍ପର୍କୀୟଙ୍କ ସହ ମୋଟ ୪୯ ସ୍ଥାନରେ ଚଢାଉ ଜାରି ରହିଛି ।

ସୂଚନାଅନୁସାରେ, AIADMKର ମନ୍ତ୍ରୀ ନିଜ ପଦବୀର ଦୂରୁପଯୋଗ କରିବା ସହ ବେଆଇନ କାରବାର ନେଇ ଅଭିଯୋଗ ହୋଇଥିଲା । ସେହି ଆଧାରରେ ଚେନ୍ନାଇ, କୋଏମ୍ବାଟୁର, ତ୍ରିଚି, ଥାନଜାଭୁର ଏବଂ ତିରୁଭରୁର ଜିଲ୍ଲାର ୪୯ ସ୍ଥାନରେ ଚଢାଉ ଜାରି ରହିଛି । ଏହାସହ ମନ୍ତ୍ରୀ, ପୁଅ ଇନିୟାନ, ଇନବାନ୍ ସହ ୬ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ କରିଛି ଦୁର୍ନୀତି ନିବାରଣ ପୋଲିସ । ଅନ୍ୟପଟେ କାମରାଜଙ୍କ ବାସଭବନରେ ଚଢାଉକୁ ନେଇ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.