ETV Bharat / bharat

Anti-CAA protest: JNU ଛାତ୍ର ଶର୍ଜିଲଙ୍କ ବିରୋଧରେ ଦେଶଦ୍ରୋହ ମାମଲା - ନାରଗିକତା ସଂଶୋଧନ ଆଇନ ଖବର

CAA ଏବଂ ଜାତୀୟ ନାଗରିକ ପଞ୍ଜିକା (NRC) ବିରୋଧରେ ୨୦୧୯ରେ ଦେଶର ବିଭିନ୍ନ ପ୍ରାନ୍ତରେ ହୋଇଥିବା ଉତ୍ତେଜନା ସୃଷ୍ଟିକାରୀ ଭାଷଣ ପାଇଁ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଛାତ୍ର ଶର୍ଜିଲ ଇମାମଙ୍କ ନାମରେ ଦିଲ୍ଲୀର ଏକ କୋର୍ଟ ଚାର୍ଜଫ୍ରେମ କରିଛନ୍ତି । ଅଧିକ ପଢନ୍ତୁ

JNU ଛାତ୍ର ଶର୍ଜିଲଙ୍କ ବିରୋଧରେ ଦେଶଦ୍ରୋହ ମାମଲା

author img

By

Published : Jan 25, 2022, 8:13 AM IST

ନୂଆଦିଲ୍ଲୀ: ନାରଗିକତା ସଂଶୋଧନ ଆଇନ(CAA) ବିରୋଧରେ ଉତ୍ତେଜନାପୂର୍ଣ୍ଣ ବକ୍ତବ୍ୟ ଅଭିଯୋଗରେ ଜେଏନୟୁ ଛାତ୍ର ଶର୍ଜିଲଙ୍କ ବିରୋଧରେ ଚାର୍ଜଫ୍ରେମ । ସିଏଏ ଏବଂ ଜାତୀୟ ନାଗରିକ ପଞ୍ଜିକା(NRC) ବିରୋଧରେ ୨୦୧୯ରେ ଦେଶର ବିଭିନ୍ନ ପ୍ରାନ୍ତରେ ହୋଇଥିବା ଉତ୍ତେଜନା ସୃଷ୍ଟିକାରୀ ଭାଷଣ ପାଇଁ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଛାତ୍ର ଶର୍ଜିଲ ଇମାନଙ୍କ ନାମରେ ଦିଲ୍ଲୀର ଏକ କୋର୍ଟ ଚାର୍ଜଫ୍ରେମ କରିଛନ୍ତି ।

ଦେଶଦ୍ରୋହ ସମେତ ଧର୍ମ ନାମରେ ବିଭେଦ ସୃଷ୍ଟି କରିବା ଏବଂ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ-ୟୁଏପିଏର ଧାରା ୧୩ରେ ଏହି ଚାର୍ଜଫ୍ରେମ ହୋଇଛି । ଏ ନେଇ ଅତିରିକ୍ତ ଦୌରାଜଜ ଅମିତାଭ ରାୱତ ତାଙ୍କ ଆଦେଶରେ କହିଛନ୍ତି । ୨୦୧୯ ଡିସେମ୍ବର ୧୩ରେ ଭାରତରୁ ଆସାମ ଓ ଉତ୍ତର-ପୂର୍ବାଞ୍ଚଳକୁ ବିଚ୍ଛିନ୍ନ କରିବା ପାଇଁ ଶର୍ଜିଲ ଇମାମ ଦିଲ୍ଲୀର ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ ଏବଂ ଉତ୍ତରପ୍ରଦେଶ ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିଲେ । ଧାରା ୧୨୪ଏ(ଦେଶଦ୍ରୋହ), ୧୫୩ଏ( ଧର୍ମ ନାମରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା), ୧୫୩ବି( ଜାତୀୟ ସଂହତି କ୍ଷୂର୍ଣ୍ଣ) ୫୦୫ବି ( ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ) ର ଧାରା ୧୩ରେ ଚାର୍ଜଫ୍ରେମ ହୋଇଛି ।

ଏହା ବି ପଢନ୍ତୁ...Republic Day Parade: CRPF ପ୍ରଜ୍ଞାପନ ମେଢର ନେତୃତ୍ବ ନେବେ ଓଡିଆ ଝିଅ

ଏହାପରେ ଘଟଣାକୁ ନେଇ ୨୦୨୦ରେ କ୍ରାଇମବ୍ରାଞ୍ଚ ପୋଲିସ ଶର୍ଜିଲଙ୍କ ବିରୋଧରେ ଆଇପିସି ଧାରାରେ ବିଭିନ୍ନ ଦଫା ଲଗାଇଥିଲା । ଶର୍ଜିଲ ଦେଇଥିବା ଉତ୍ତେଜନାପୂର୍ଣ୍ଣ ଭାଷଣ ମୋବାଇଲରୁ ମୋବାଇଲ ଘୁରି ବୁଲିଥିଲା । ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ଲୋକଙ୍କୁ ଉସୁକାଉଥିବା ଅଭିଯୋଗ ହୋଇଥିଲା । ଉଦ୍ଦେଶ୍ୟମୂଳକ ଭାବେ କେନ୍ଦ୍ର ସରକାରଙ୍କ ବିରୋଧରେ ଘୃଣା, ଅବମାନନା ଓ ଅସନ୍ତୋଷ ମାହୋଲ ସୃଷ୍ଟି କରୁଥିବା ଅଭିଯୋଗରେ ଦାୟର ହୋଇଥିଲା । ଏହା ପରେ ସେ ବିବାଦ ଭିତରକୁ ଟାଣି ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.