ETV Bharat / bharat

ଶାହଙ୍କ ଗସ୍ତ ପୂର୍ବରୁ TMC ରେ ଇସ୍ତଫା ମହାପର୍ବ, ଦଳ ଛାଡିଲେ ଆଉଜଣେ ବିଧାୟକ - ଗୃହମନ୍ତ୍ରୀ ଅମିତ ଶାହ

ଗୋଟିଏ ପକ୍ଷେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତର କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧିନ ତୃଣମୂଳ କଂଗ୍ରେସରେ ଆରମ୍ଭ ହୋଇଯାଇଛି ଇସ୍ତଫାର ମହାପର୍ବ । ଅଧିକ ପଢନ୍ତୁ...

ଶାହଙ୍କ ଗସ୍ତ ପୂର୍ବରୁ TMC ଟ୍ୟାବୁଲରେ ଗଦା ହେଉଛି ଇସ୍ତଫା ପତ୍ର, ମମତାଙ୍କୁ ଆଉ ଏକ ଝଟକା

author img

By

Published : Dec 18, 2020, 10:55 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ରହିଛି ରାଜ୍ୟ ରାଜନୀତି । ଗୋଟିଏ ପକ୍ଷେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତର କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧିନ ତୃଣମୂଳ କଂଗ୍ରେସରେ ଆରମ୍ଭ ହୋଇଯାଇଛି ଇସ୍ତଫାର ମହାପର୍ବ ।

ରାଜ୍ୟ ବିଧାନସଭା ନିର୍ବାତନକୁ ଆଉ ମାତ୍ର କିଛି ମାସ ବାକିଥିବା ବେଳେ କ୍ଷମତାସୀନ ତୃଣମୂଳ କଂଗ୍ରେସରୁ ଗୋଟିଏ ପରେ ଗୋଟିଏ ନେତା ଦେଉଛନ୍ତି ଇସ୍ତଫା । ଏହାରି ମଧ୍ୟରେ ସମ୍ପୂର୍ଣ୍ଣ ଦୋହଲିଯାଇଛି ଦଳ । ମମତାଙ୍କ ପାଦ ତଳୁ ଖସିଯାଉଛି ମାଟି । ଶୁଭେନ୍ଦୁ ଅଧିକାରୀ, ଶୀଳଭଦ୍ର ଦତ୍ତ, ଜିତେନ୍ଦ୍ର ତିୱାରୀ ଓ କବିରୁଲ ଇସଲାମଙ୍କ ପରେ ଏବେ ଉତ୍ତର କାନ୍ତି ବିଧାୟକ ବନାଶ୍ରୀ ମୈତୀ ମଧ୍ୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଇଛନ୍ତି ଇସ୍ତଫା ।

ଏହା ପୂର୍ବରୁ ଶୁକ୍ରବାର ସକାଳେ ବାରାକପୁରରୁ ବିଧାୟକ ଶୀଳଭଦ୍ର ଦତ୍ତ ଦଳ ଛାଡିବାକୁ ଘୋଷଣା କଲେ । ପୁଣି ଦ୍ବିପ୍ରହର ହେଉ ହେଉ ସଂଖ୍ୟାଲଘୁ ସମ୍ପ୍ରଦାୟ ମୋର୍ଚ୍ଚାର ମହାସଚିବ କବିରୁଲ ଇସଲାମ ମଧ୍ୟ ଇସ୍ତଫା ଦେଇଦେଲେ । ନିକଟରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କ ହାତ ଛାଡିବା ପରେ ତୃଣମୂଳ କଂଗ୍ରେସର ଟେବୁଲ ଉପରେ ଇସ୍ତଫା ପତ୍ର ଗଦା ହେବାରେ ଲାଗିଛି ।

ଗୋଟିଏ ପରେ ଗୋଟିଏ ବିଧାୟକଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ବଢାଇଦେଇଛି । ଗତ କିଛି ଦିନରୁ ବିଦ୍ରୋହୀ ଆଭିମୁଖ୍ୟ ଆପଣାଇଛନ୍ତି ଟିଏମସି ନେତା । ଏହାରି ମଧ୍ୟରେ ଶନିବାର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତରେ ଯାଉଥିବା ବେଳେ ଟିଏମସିରୁ ଇସ୍ତଫା ଦେଇଥିବା ନେତାମାନେ ତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.