ETV Bharat / bharat

Rajouri Encounter: ଯବାନଙ୍କ ଗୁଳିରେ ଆଉ ଜଣେ ଆତଙ୍କୀ ସଫା - ଏନକାଉଣ୍ଟରରେ ଆତଙ୍କୀ ମୃତ

ରଜୌରୀରେ ଜାରି ରହିଥିବା ଏନକାଉଣ୍ଟରରେ ଆଉ ଜଣେ ଆତଙ୍କୀ ନିପାତ । ଅଧିକ ପଢନ୍ତୁ

ଜମ୍ମୁ-କାଶ୍ମୀର ଏନକାଉଣ୍ଟର
ଜମ୍ମୁ-କାଶ୍ମୀର ଏନକାଉଣ୍ଟର
author img

By ETV Bharat Odisha Team

Published : Sep 13, 2023, 1:32 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀର ରଜୌରୀରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଛି । ନର୍ଲା ଅଞ୍ଚଳରେ ଜାରି ରହିଥିବା ଆତଙ୍କୀ ବିରୋଧି ଅପରେସନରେ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ଆଜି ପୁଣି ଜଣେ ଆତଙ୍କୀର ମୃତ୍ୟୁ ହୋଇଛି । ଏନେଇ ଜମ୍ମୁର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ADGP) ମୁକେଶ ସିଂହ ସୂଚନା ଦେଇଛନ୍ତି । ଗତକାଲି(ମଙ୍ଗଳବାର) ଏଠାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା । ଆଜି ଏହି ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି ।

ଜମ୍ମୁ ADGP କହିଛନ୍ତି, ''ରଜୌରୀର ନର୍ଲା ଅଞ୍ଚଳରେ ଜାରି ରହିଥିବା ଏନକାଉଣ୍ଟରରେ ଆଜି ସକାଳେ ଦ୍ବିତୀୟ ଆତଙ୍କବାଦୀର ମୃତ୍ୟୁ ହୋଇଛି ।'' ମଙ୍ଗଳବାର ଜଣେ ଶୀର୍ଷ ପୋଲିସ ଅଧିକାରୀ କହିଥିଲେ ଯେ, ନର୍ଲା ଗ୍ରାମ ଆଖପାଖରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ପୋଲିସ ଓ ସୁରକ୍ଷାବାହିନୀ ପକ୍ଷରୁ ମିଳିତ ଅପେରସନ ଆରମ୍ଭ ହୋଇଥିଲା । ଆତଙ୍କୀ ସୁରକ୍ଷାବଳ ଉପରକୁ ଗୁଳି ଚଳାଇବାରୁ ପାଲଟା ଜବାବ ଦିଆଯାଇଥିଲା । ଏହି ଗୁଳି ବିନିମୟରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିଲା । ମୃତକ ଜଣେ ପାକିସ୍ତାନୀ ଆତଙ୍କୀ ହୋଇଥିବା ସନ୍ଦେହ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: Encounter in JK: ଜଣେ ଆତଙ୍କୀ ନିପାତ, 3 ଯବାନ ଆହତ, ଆଖି ବୁଜିଲା ସେନା କୁକୁର

ତେବେ ଏନକାଉଣ୍ଟରରେ ସେନାର ଜଣେ ଯବାନ ମଧ୍ୟ ଶହୀଦ ହୋଇଯାଇଥିଲେ । ଏଥିସହ ଜଣେ ସ୍ପେଶାଲ ପୋଲିସ ଅଫିସରଙ୍କ ସମେତ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ଏହି ଅପରେସନରେ ନିୟୋଜିତ ଥିବା ଆର୍ମିର ୬ ବର୍ଷର ଏକ କୁକୁରର ମୃତ୍ୟୁ ହୋଇଥିଲା । ଏହାପରେ ଗତକାଲି ଠାରୁ ନର୍ଲା ଓ ଏହାର ଆଖପାଖ ଅଞ୍ଚଳରେ ସେନା ପକ୍ଷରୁ ରାତି ସାରା ସର୍ଚ୍ଚ ଅପରେସନ ଜାରି ରହିଥିଲା । ରାତିରେ ନିୟମିତ ବ୍ୟବଧାନରେ ଗୁଳି ଫୁଟିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ତେବେ ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ଜଣେ ଆତଙ୍କ ନିପାତ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରଜୌରୀ ନର୍ଲା ଗ୍ରାମ ଆଖପାଖରେ ଦୁଇ ସନ୍ଦିଗ୍ଧ ଆତଙ୍କୀଙ୍କ ଗତିବିଧି ସମ୍ପର୍କରେ ସୂଚନା ମିଳିବା ପରେ ଗତ ସୋମବାର ଠାରୁ ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସୋମବାର ଦିନ କେଇ ରାଉଣ୍ଡ ଫାୟାରିଂ ମଧ୍ୟ ହୋଇଥିଲା । ହେଲେ ଘନ ଅନ୍ଧାରର ସୁଯୋଗରେ ଦୁଇ ସନ୍ଦିଗ୍ଧ ଫେରାର୍ ହୋଇଯାଇଥିଲେ । ୩ ଦିନ ଧରି ଜାରି ରହିଥିବା ଏହି ଅପରେସନରେ ୨ ଜଣ ଆତଙ୍କୀ ଟଳିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.