ହାଇଦ୍ରାବାଦ: ପୁଣି ଉଡାନ୍ତ ବିମାନରେ ମଦ୍ୟପ ଯାତ୍ରୀଙ୍କ ଲଜ୍ଜାଜନକ କାରନାମା । ନ୍ୟୁୟୁର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ମଦ୍ୟପ ଯାତ୍ରୀ ଜଣେ ମହିଳା ଯାତ୍ରୀଙ୍କ କମ୍ବଳ ଉପରେ ପରିସ୍ରା କରିଥିବା ଘଟଣା ସାମ୍ନାକୁ ଆସିଛି । (drunk man urinates on woman blanket)। ଡିସେମ୍ବର 6 ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏବେ ଚର୍ଚ୍ଚାକୁ ଆସିଛି । ନଭେମ୍ବର 26ରେ ମଧ୍ୟ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା । ତାର 10ଦିନ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।
ଡିସେମ୍ବର 6 ତାରିଖରେ ଏହି ଘଟଣା ଘଟିଥିବା ଜଣାପଡିଛି । ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନ 142 ରେ ଯାତ୍ରା କରୁଥିବା ଜଣେ ନିଶାସକ୍ତ ଯାତ୍ରୀ ମହିଳା ସହଯାତ୍ରୀଙ୍କ କମ୍ବଳ ଉପରେ ପରିସ୍ରା କରିଥିଲେ । ତେବେ ଘଟଣା ପରେ ସମ୍ପୃକ୍ତ ମଦ୍ୟପ ଯାତ୍ରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିଲା । ଏପରି ଅଭାବନୀୟ ପରିସ୍ଥିତିର ସାମ୍ନା କରିଥିବା ମହିଳା ଅଭିଯୋଗ କରିବା ପରେ ସମ୍ପୃକ୍ତ ମଦ୍ୟପ କ୍ଷମା ପ୍ରାର୍ଥନା କରିଥିବା ସୂଚନା ମିଳିଥିଲା (drunk man urinates on woman blanket)।
ତେବେ ମହିଳାଜଣଙ୍କ ବିମାନ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ଅବତରଣ ପରେ ପୋଲିସରେ ଅଭିଯୋଗ କରିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ । ବିମାନ ଲ୍ୟାଣ୍ଡି କରିବା ପରେ CISF କର୍ମଚାରୀମାନେ ସମ୍ପୃକ୍ତ ମଦ୍ୟପ ଯାତ୍ରୀଙ୍କୁ ଅଟକ ରଖିଥିଲେ ସୁଦ୍ଧା ମହିଳାଜଣଙ୍କ କୌଣସି ପୋଲିସ ଅଭିଯୋଗ ନକରିବା ଫଳରେ ଏକ ଲିଖିତ କ୍ଷମା ପ୍ରାର୍ଥନା ପରେ ପୁରୁଷ ଯାତ୍ରୀଙ୍କୁ ଛାଡି ଦିଆଯାଇଥିଲା ।
ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଅବତରଣ କରିବା ପରେ ବିମାନର ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଘଟଣା ନେଇ ଅବଗତ ମଧ୍ୟ କରିଥିଲେ । ବିମାନରେ ଯାତ୍ରୀଜଣଙ୍କ ନିଶାସକ୍ତ ଅବସ୍ଥାରେ ଥିଲେ । ମହିଳା ସହଯାତ୍ରୀଙ୍କ କମ୍ବଳରେ ପରିସ୍ରା କରିଥିଲେ । ବିମାନ କ୍ର୍ୟୁ ସଦସ୍ୟ ତାଙ୍କୁ ରୋକିବାକୁ ଚେଷ୍ଟା ମଧ୍ୟ କରିଥିଲେ । ତେବେ ବ୍ୟକ୍ତିଜଣଙ୍କ ଉଡନ୍ତା ବିମାନରେ ବେଶ କିଛି ସମୟ ଧରି ସମସ୍ୟା ସୃଷ୍ଟି କରିଥିବା କହିଥିଲେ ପାଇଲଟ । ହେଲେ ଅଭିଯୋଗ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ମଦ୍ୟପ ଯାତ୍ରୀ ଏୟାରପୋର୍ଟ ଛାଡି ଚାଲିଯାଇ ସାରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ