ETV Bharat / bharat

କାଶ୍ମୀର ପୋଲିସକୁ ସଫଳତା; ISJKର ଜଣେ ସକ୍ରିୟ ସଦସ୍ୟ ଗିରଫ

author img

By

Published : Apr 15, 2021, 9:54 AM IST

ଇସଲାମିକ ଷ୍ଚେଟ ଅଫ ଜାମ୍ମୁ କାଶ୍ମୀର ଅନ୍ୟ ଜଣେ ସଦସ୍ୟ ଆକିବ ବାସିର ପାରିକୁ ଗିରଫ କରିଛି କାଶ୍ମୀର ପୋଲିସ । ଅଧିକ ପଢନ୍ତୁ...

ISJKର ଜଣେ ସଦ୍ୟସ ଗିରଫ
ISJKର ଜଣେ ସଦ୍ୟସ ଗିରଫ

ଶ୍ରୀନଗର: କାଶ୍ମୀର ପୋଲିସକୁ ସଫଳତା । ଇସଲାମିକ ଷ୍ଚେଟ ଅଫ ଜାମ୍ମୁ କାଶ୍ମୀର ଅନ୍ୟ ଜଣେ ସଦସ୍ୟକୁ ଗିରଫ କରିଛି କାଶ୍ମୀର ପୋଲିସ ।

ସୂଚନାଅନୁସାରେ, ବୁଧବାର ବିଳମ୍ବିତ ରାତିରେ କାଶ୍ମୀର ପୋଲିସ ଆଇଏସଜେକେର ଜଣେ ସଦସ୍ୟକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲା ଆକିବ ବାସିର ପାରି । ସେ ହାଣ୍ଡୱାର ଜିଲ୍ଲାର ବୋଲି ଜଣାପଡିଛି । ବାସିର ଆଏସଜେକେ କମାଣ୍ଡଙ୍କ ନିର୍ଦ୍ଦେଶରେ ଅପରେଟିଭ ଭାବରେ କାମ କରୁଥିଲା ବୋଲି ପୋଲିସ ସୂଚନା ଦେଇଛି ।

ଜାମ୍ମୁରେ ଜଣେ ଆତଙ୍କୀ ଗିରଫ ହେବା ପରେ କାଶ୍ମୀର ପୋଲିସ ଓ ସ୍ବତନ୍ତ୍ର ପୋଲିସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ପରେ ଝାଝରର କୋଟି ଅଞ୍ଚଳରୁ ଜଣେ ଆଇଏସଜେକେ ଆତଙ୍କୀକୁ ଗିରଫ କରିଛି ପୋଲିସ । ପୂର୍ବରୁ ଆଇଏସଜେକେର ଗିରଫ ହୋଇଥିବା ଜଣେ ଆତଙ୍କୀଠାରୁ ଏକ ପିସ୍ତଲ, ଆଠଟି ଅଫୁଟା ଗୁଳି ଓ 1ଲକ୍ଷ 13 ହଜାର ନଗଦ ଟଙ୍କା ଜବତ କରିଥିଲା କାଶ୍ମୀର ପୋଲିସ ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.