ETV Bharat / bharat

ହାଇଦ୍ରାବାଦରେ ପୁଣି ଅନର କିଲିଂ, ଜ୍ବାଇଁକୁ ହତ୍ୟାକଲେ ପତ୍ନୀଙ୍କ ପରିବାର !

author img

By

Published : May 21, 2022, 1:31 PM IST

ପୁଣି ହାଇଦ୍ରବାଦରେ ଆଉ ଏକ ଅନର କିଲିଂ(Honor Killing) । ଅନ୍ୟ ଜାତିରେ ବିବାହ କରିବାରୁ ବିଚ୍‌ ରାସ୍ତାରେ ଯୁବକଙ୍କୁ ବିଭତ୍ସ ହତ୍ୟା । ଅଧିକ ପଢନ୍ତୁ

ହାଇଦ୍ରବାଦରେ ଆଉ ଏକ ଅନର କିଲିଂ, ଯୁବକଙ୍କୁ ବିଚ ରାସ୍ତାରେ ନିର୍ମମ ହତ୍ୟା

ହାଇଦ୍ରାବାଦ: ପୁଣି ହାଇଦ୍ରାବାଦରେ ଅନର କିଲିଂ(Honor Killing) । ଅନ୍ୟ ଜାତିରେ ବିବାହ କରିବାରୁ ବିଚ୍‌ ରାସ୍ତାରେ ଯୁବକଙ୍କୁ ବିଭତ୍ସ ହତ୍ୟା । ମୃତକ ଜଣଙ୍କ ହେଉଛନ୍ତି ନୀରଜ ପାନୱାର । ବେଗମ୍ ବଜାରର ମାଛି ମାର୍କେଟରେ ତାଙ୍କୁ ତାଙ୍କ ପତ୍ନୀଙ୍କ ପରିବାରର ୫ଜଣ ସଦସ୍ୟ ବିଭତ୍ସ ଭାବେ ହତ୍ୟା କରିଛନ୍ତି । ଏନେଇ ନୀରଜଙ୍କ ବାପାଙ୍କ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି । ଶାହିନୟାଥଗୁଞ୍ଜ ପୋଲିସର ସୂଚନା ଅନୁସାରେ, ଯୁବକ ଜଣଙ୍କ ଏକ ବର୍ଷ ପୂର୍ବେ ଅନ୍ୟ ଏକ ଜାତିର ଜଣେ ଝିଅଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଏକ ତିନି ମାସର ଏକ ଛୋଟ ସନ୍ତାନ ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ:-Saroornagar Honor Killing: ୨ ଅଭିଯୁକ୍ତଙ୍କୁ ଗିରଫ କଲା ରଚାକୋଣ୍ଡୋ ପୋଲିସ

ତେବେ ବିବାହ ପରେ ପତ୍ନୀଙ୍କ ପରିବାର ସଦସ୍ୟ ବାରମ୍ବାର ଯୁବକଙ୍କୁ ଧମକ ଦେଉଥିଲେ ବୋଲି ଜଣାପଡିଛି । ୨ଦିନ ତଳେ ମାଛି ମାର୍କେଟରେ ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ତାଙ୍କୁ ଏକ ଛୁରୀରେ ପତ୍ନୀଙ୍କ ସମ୍ପର୍କୀୟମାନେ ହତ୍ୟା କରିଥିଲେ । ଏନେଇ ନୀରଜଙ୍କ ବାପା ଥାନାରେ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୋଧରେ IPC ଧାରା 302 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଆରମ୍ଭ ହୋଇଥିବା ପୋଲିସ କହିଛି ।

ତେବେ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଗତକାଲି ନୀରଜଙ୍କ ପରିବାର ଓ ସମ୍ପର୍କୀୟମାନେ ବେଗମ ବଜାରରେ ପୋଲିସ ବିରୋଧରେ ଆନ୍ଦୋଳନ କରିଥିଲେ । ୧୫ ଦିନ ପୂର୍ବରୁ ହାଇଦ୍ରବାଦର ସରୋର ନାଗର ପୋଲିସ ଷ୍ଟେସନ ଏକ ଅନର କିଲିଂ ଘଟଣା ସାମ୍ନାକୁ ଆସିଥିଲା, ଯାହାକି ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣା ମନରୁ ଲିଭିନଥିବାବେଳେ ପୁଣି ଏକ ଅନର କିଲିଂ ମାମଲା ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.