ETV Bharat / bharat

ଅସ୍ତ୍ରବିରତୀ ଉଲ୍ଲଂଘନର କଡା ଜବାବ ଦେଲେ ଭାରତୀୟ ଯବାନ, 11 ପାକିସ୍ତାନୀ ସୈନିକ ନିହତ

author img

By

Published : Nov 13, 2020, 5:02 PM IST

Updated : Nov 14, 2020, 4:45 AM IST

ଜମ୍ମୁ ଓ କାଶ୍ମୀର ଦକ୍ଷିଣାଞ୍ଚଳରେ ଥିବା ଉରୀର ହାଜିପୁର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଏହି ଗୁଳି ବିନିମୟରେ 3 ଜଣ ବିଏସଏଫ(bsf) ସବ ଇନ୍ସପେକ୍ଟର ଶହୀଦ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

ଅସ୍ତ୍ରବିରତୀ ଉଲ୍ଲଂଘନର କଡା ଜବାବ ଦେଲେ ଭାରତୀୟ ଯବାନ, 11 ପାକିସ୍ତାନୀ ସୈନିକ ନିହତ
ଅସ୍ତ୍ରବିରତୀ ଉଲ୍ଲଂଘନର କଡା ଜବାବ ଦେଲେ ଭାରତୀୟ ଯବାନ, 11 ପାକିସ୍ତାନୀ ସୈନିକ ନିହତ

ଶ୍ରୀନଗର: ସୀମାରେ ପାକିସ୍ତାନ ପକ୍ଷରୁ ହୋଇଥିବା ଅସ୍ତ୍ରବିରତୀ ଉଲ୍ଲଂଘନର କଡା ଜବାବ ଦେଇଛି ଭାରତୀୟ ସେନା । ଭାରତୀୟ ଯବାନଙ୍କ ପାଲଟା ଜବାବରେ ପାକିସ୍ତାନର 11 ସୈନିକ ନିହତ ହୋଇଥିବା ବେଳେ 12 ଜଣ ଆହତ ହୋଇଥିବା ଜଣାପଡିଛି ।

ଜମ୍ମୁ ଓ କାଶ୍ମୀର ଦକ୍ଷିଣାଞ୍ଚଳରେ ଥିବା ଉରୀର ହାଜିପୁର ସେକ୍ଟରରେ ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ କରିଥିଲା । ପାକିସ୍ତାନ ସନ୍ୟମାନେ ଉତ୍ତର କାଶ୍ମୀରର ଅନେକ ସ୍ଥାନରେ ପ୍ରବଳ ଗୁଳି ବର୍ଷା କରିଥିଲେ । ଏଥିରେ ଯେଉଁଥିରେ 5 ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଥିବା ବେଳେ 10 ଜଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା । ଶହୀଦଙ୍କ ମଧ୍ୟରେ ଦୁଇ ଜଣ ବିଏସଏଫ(bsf) ସବ ଇନ୍ସପେକ୍ଟର ସାମିଲ ଅଛନ୍ତି । ତେବେପାଲଟା ଜବାବରେ ଭାରତୀୟ ସେନା ଉତ୍ତର କାଶ୍ମୀରର ଏଲଓସିରେ ଆଣ୍ଟି ଟ୍ୟାଙ୍କ ଗାଇଡ ମିସାଇଲ ଏବଂ ତୋପ ସହାୟତାରେ ପଡୋଶୀ ଦେଶରେ ଅନେକ ଟାର୍ଗେଟକୁ ଧ୍ବଂସ କରିଛି ।

ଭାରତୀୟ ସେନା ଦ୍ବାରା ଜାରି ଅନେକ ଭିଡିଓରୁ ଜଣାପଡିଛି ଯେ ପାଲଟା ଜବାବରେ ପାକିସ୍ତାନର ଅନେକ ଟାର୍ଗେଟ ଏବଂ ବଙ୍କର ନଷ୍ଟ ହୋଇଛି । ଭାରତର ଅତର୍କିତ କାର୍ଯ୍ୟାନୁଷ୍ଠାନ ଦେଖି ବିଚଳିତ ହୋଇପଡିଛି ପାକିସ୍ତାନ ।

ପାକିସ୍ତାନର ଗ୍ରେନେଡ ମାଡ଼ ବିଏସଏଫ(bsf) ସବ ଇନ୍ସପେକ୍ଟର ରାକେଶ ଡୋଭାଲ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଚିକିତ୍ସା ପାଇଁ ନେବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ରାକେଶ ଉତ୍ତରାଖଣ୍ଡ ଡେହରାଡୁନର ବୋଲି ଜଣାପଡିଛି । ସେହିଭଳି ଆଉ ଜଣେ ଯବାନ ମଧ୍ୟ ଶହୀଦ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣ ଯୋଗୁଁ ଅନ୍ୟ ଦୁଇଜଣ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ସେହିପରି ଏହି ଆକ୍ରମଣରେ 3 ଜଣ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଏହାସହ ବହୁ ସ୍ଥାନୀୟ ବାସିନ୍ଦା ଆହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ପାକିସ୍ତାନୀ ରେଞ୍ଜର୍ସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ନେଇ ସୂଚନା ମିଳିଛି। ଜମ୍ମୁର ଉରୀ, ପୁଞ୍ଛ ଓ କେରାନ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ଅନ୍ୟପଟେ ଆଜି(ଶୁକ୍ରବାର) କେରାନ ସେକ୍ଟରରେ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ନେଇ ସୂଚନା ମିଳିଛି। ତେବେ ସୁରକ୍ଷାବହିନୀ ପକ୍ଷରୁ ଏହି ଉଦ୍ୟମକୁ ପଣ୍ଡ କରାଯାଇଛି। ହାଜିପୁର ସହ କେରାନ ସେକ୍ଟରରେ ମଧ୍ୟା ଆଜି ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ପାକିସ୍ତାନ। ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନରୁ କିଛି ଆତଙ୍କୀ ଏହି ଅଞ୍ଚଳ ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏନେଇ ସୁରକ୍ଷାକର୍ମୀ ସଜାଗ ରହିଥିଲେ। ଅନୁପ୍ରବେଶକାରୀଙ୍କ ଉପରେ ପାଲଟା ଗୁଳିଚାଳନା କରିଥିଲେ ବିଏସଏଫ ଯବାନ। ଫଳରେ ପାକିସ୍ତାନର ଏହି ଅନୁପ୍ରବେଶ ଉଦ୍ୟମ ଫେଲ ମାରିଛି। ଘଟଣାସ୍ଥଳରୁ ବିପୁଳ ମାତ୍ରା ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ସୁରକ୍ଷାକର୍ମା। ଅନୁପ୍ରବେଶକାରୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି।

ଗତ 7ରୁ 8 ଦିନ ମଧ୍ୟରେ ପାକିସ୍ତାନ ପକ୍ଷରୁ ଲଗାତାର ଅସ୍ତ୍ର ବିରତି ଉଲ୍ଲଂଘନ ହୋଇ ଆସୁଛି। ଏହସହ 7 ଦିନ ମଧ୍ୟରେ ପାକିସ୍ତାନର ଆତଙ୍କବାଦୀମାନେ ଦ୍ବିତୀୟ ଥର ପାଇଁ ଅନୁପ୍ରବେଶ ଉଦ୍ୟମ କରିଛନ୍ତି। ଏହା ପୂର୍ବରୁ ଜମ୍ମୁର ମାଖଲ ସେକ୍ଟରରେ ମଧ୍ୟ ପାକିସ୍ତାନ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ପାଲଟା ଗୁଳି ବିନିମୟ ବେଳେ 3 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଆତଙ୍କବାଦୀଙ୍କ ସମସ୍ତ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବାକୁ ସେନା ପ୍ରସ୍ତୁତ ଥିବା ନେଇ ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 14, 2020, 4:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.