ETV Bharat / bharat

ହିମାଚଳପ୍ରଦେଶ ବିଧାନସଭା ଫାଟକରେ ଖଲିସ୍ତାନୀ ପତାକା ଲାଗିବା ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

ହିମାଚଳପ୍ରଦେଶ ବିଧାନସଭା ମୁଖ୍ୟ ଫାଟକ ଓ ପାଚେରୀରେ ଖଲିସ୍ତାନୀ ପତାକା ଲାଗିବା ଘଟଣାରେ ପଞ୍ଜାବରୁ ଆଉ ଜଣେ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ହିମାଚଳପ୍ରଦେଶ ବିଧାନସଭା ଗେଟରେ ଖଲିସ୍ତାନୀ ପତାକା ଲାଗିବା ଘଟଣା;ବନ୍ଧା ହେଲା ଆଉ ଜଣେ ଅଭିଯୁକ୍ତ

author img

By

Published : May 14, 2022, 2:18 PM IST

ସିମଲା: ଧର୍ମଶାଳାରେ ହିମାଚଳପ୍ରଦେଶ ବିଧାନସଭା ମୁଖ୍ୟ ଫାଟକ ଓ ପାଚେରୀରେ ଖଲିସ୍ତାନୀ ପତାକା ଲାଗିବା ଘଟଣାରେ ପଞ୍ଜାବରୁ ଆଉ ଜଣେ ଅଭିଯୁକ୍ତ ଗିରଫ । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଭିନିତ ସିଂ ବୋଲି ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ପଞ୍ଜାବରୁ ହରବିନ୍ଦର ସିଂ ନାମକ ଜଣେ ଅଭିଯୁକ୍ତକୁ ବାନ୍ଧିଥିଲା ପୋଲିସ । ଏନେଇ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର(Chief Minister Jai Ram Thakur ) ସୂଚନା ଦେଇଛନ୍ତି ।

ରବିବାର ଦିନ ଏ ୨ ଅଭିଯୁକ୍ତ ଧର୍ମଶାଳାରେ ହିମାଚଳପ୍ରଦେଶ ବିଧାନସଭା ମୁଖ୍ୟ ଫାଟକ ଓ ପାଚେରୀରେ ଖଲିସ୍ତାନୀ ପତାକା ଲାଗାଇଥିଲେ । ରାଜ୍ୟରେ ଖାଲିସ୍ତାନ ପତାକା ଠାବ ହେବା ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଉଚ୍ଚସ୍ତରୀୟ ପୋଲିସ ଅଧିକାରୀଙ୍କୁ ନେଇ ଗଠିତ ଏକ ଟିମ ଘଟଣାର ଅନୁସନ୍ଧାନ ଆରମ୍ଭ ମଧ୍ୟ କରିଥିଲା । ଏନେଇ ମୁଖ୍ୟମନ୍ତ୍ରୀ ଏକ ଟୁଇଟ ମଧ୍ୟ କରିଛନ୍ତି ।

ହିମାଚଳ ପ୍ରଦେଶର ବାସିନ୍ଦା ଦେଶ ବିଭାଜନ କରୁଥିବା ବାହିନୀ ବିରୋଧରେ ଏକଜୁଟ ହୋଇଛନ୍ତି । ହିମାଚଳ ପ୍ରଦେଶ ପୋଲିସ ଶିକ୍ସ ଫର ଜଷ୍ଟିସ 'Sikhs for Justice' (SJF) ନେତା ଗୁରୁପଟୱାଣ୍ଟ ସିଂ ପନ୍ନୁନ୍ (SJF leader Gurpatwant Singh Pannun)ଙ୍କୁ ଗିରଫ କରିଥିଲା । ଏହାସହ ରାଜ୍ୟର ସୀମା ଗୁଡିକୁ ମଧ୍ୟ ସିଲ କରିଥିଲା । SJF ହେଉଛି ଏକ ନିଷିଦ୍ଧ ଉଗ୍ରବାଦୀ ଗୋଷ୍ଠୀ । ଯାହା ଏକ ସ୍ବତନ୍ତ୍ର ଖାଲିସ୍ତାନୀ ରାଜ୍ୟ ଦାବି କରୁଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.