ETV Bharat / bharat

ଦାତାଙ୍କୁ ସଲାମ, ୧୬ ମାସ ଶିଶୁର ଚିକିତ୍ସା ପାଇଁ ଦେଲେ ୧୧ କୋଟି ଟଙ୍କା - ଚିକିତ୍ସା ପାଇଁ ୧୧ କୋଟି ଦାନ

ଏସଏମଏ ରୋଗରେ ପୀଡିତ କେରଳର ୧୬ ମାସର ଶିଶୁ । ଚିକିତ୍ସା ପାଇଁ ସାଢେ ୧୭ କୋଟି ଟଙ୍କାର ଆବଶ୍ୟକତା ରହିଥିବା ବେଳେ ଜଣେ ଅଜଣା ବ୍ୟକ୍ତି ଭଗବାନଙ୍କ ରୂପରେ ୧୧କୋଟି ଟଙ୍କା ଦାନ କରିଛନ୍ତି । ଅଧିକ ପଢନ୍ତୁ

anonymous person donates crore
anonymous person donates crore
author img

By

Published : Feb 22, 2023, 1:41 PM IST

ଥିରୁଅନନ୍ତପୁରମ: ଭଗବାନ କେତେବେଳେ କେଉଁ ରୂପରେ ଆସି ଅସହାୟଙ୍କୁ ସାହାଯ୍ୟ କରିବେ ତାହା କାହାକୁ ବି ଜଣାନଥାଏ । କଥାରେ ଅଛି ସହାୟତା ପାଇଁ ଲୋଡାନଥାଏ ରକ୍ତର ସମ୍ପର୍କ । କେବଳ ଯେ ରକ୍ତ ସମ୍ପର୍କ ଥିଲେ ଜଣେ ସହାୟତାର ହାତ ବଢାଏ ତାହା ନୁହେଁ ବରଂ ଜଣେ ସହୃଦୟ ବ୍ୟକ୍ତି ମଧ୍ୟ ଅସହାୟକୁ ହୃଦୟ ଖୋଲି ସାହାଯ୍ୟ କରିଥାନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କେରଳରୁ । ଜଣେ ୧୬ ମାସର ଶିଶୁ ନିର୍ବାନ ବିରଳ ରୋଗରୁ ଚିକିତ୍ସା କରି ରକ୍ଷା କରିବା ପାଇଁ ଜଣେ ବ୍ୟକ୍ତି ୧୧ କୋଟି ଟଙ୍କା ଦାନ କରିଛନ୍ତି । ତେବେ ଟଙ୍କା ସାହାଯ୍ୟ କରିଥିବା ବ୍ୟକ୍ତି ଜଣକ ନିଜ ନାମକୁ ଗୋପନରେ ରଖିଛନ୍ତି ।

ସୂଚନାଅନୁସାରେ, କେରଳର ୧୬ ମାସିର ଶିଶୁ ନିର୍ବାନ ମେରୁଦଣ୍ଡ ମାଂସପେଶୀ ଜନିତ ଏକ ବିରଳ ରୋଗରେ ପୀଡିତ ହୋଇଛି । ଏହି ରୋଗର ଏକ ଇଞ୍ଜେକ୍ସନ ରହିଛି ଯାହାର ମୂଲ୍ୟ ସାଢେ ୧୭ କୋଟି ଟଙ୍କା ଅଟେ । ତେବେ ଏତେ ପରିମାଣର ଟଙ୍କା ଦେବା ପାଇଁ ଅସମର୍ଥ ହେବାରୁ ସେମାନେ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ଗୁହାରି କରିଥିଲେ । ତେବେ ଚାରିଆଡୁ ସହଯୋଗର ହାତ ବଢିଥିବା ବେଳେ ଜଣେ ବ୍ୟକ୍ତି ନିର୍ବାନଙ୍କ ଚିକିତ୍ସା ପାଇଁ ୧୧ କୋଟି ଟଙ୍କା ପଠାଇଥିଲେ । ତେବେ ସବୁଠାରୁ ବଡ କଥା ହେଲା ଏତେ ଟଙ୍କା ସହଯୋଗ କରିଥିବା ବ୍ୟକ୍ତି ଜଣକ କିନ୍ତୁ ନିଜର ନାମକୁ ଗୋପନ ରଖିଛନ୍ତି । ଲୋକେ ୧ଟଙ୍କା ଦେଇ ନିଜର ପରିଚୟ ଦେଉଥିବା ବେଳେ ଏଠାରେ ଜଣେ ବ୍ୟକ୍ତି ଏତେ ପରିମାଣର ଟଙ୍କା ଦେଇ ମଧ୍ୟ ନିଜ ପରିଚୟ ଗୋପନ ରଖି ମହାନତାର ପରିଚୟ ଦେଇଛନ୍ତି । କ୍ରାଉଡ ଫଣ୍ଡିଙ୍ଗ ଜରିଆରେ ନିର୍ବାନଙ୍କ ପରିବାରକୁ ଏତେ ଟଙ୍କା ବିଦେଶରୁ ଆସିଥିବା ଜଣାପଡିଛି । ତେବେ ଟଙ୍କାକୁ ଦେଖି ନିର୍ବାନଙ୍କ ପରିବାରକୁ ଟିକେ ଶାନ୍ତି ମିଳିଛି ।

ଖବରଅନୁସାରେ, ସେନା କର୍ମଚାରୀ ସାରଙ୍ଗ ଏବଂ ଅତିଥିଙ୍କ ପୁତ୍ର ହେଉଛନ୍ତି ନିର୍ବାନ । ତେବେ ଜନ୍ମ ହେବାର ୧୫ ମାସ ପରେ ମଧ୍ୟ ଚାଲିବାରେ ଅସମର୍ଥ ହେବାରୁ ଡାକ୍ତରଙ୍କୁ ପରାମର୍ଶ କରିଥିଲେ । ତେବେ ପରୀକ୍ଷା କରିବା ଦ୍ବାରା ସେ ଏସଏମଏ-୨(ମେରୁଦଣ୍ଡ ମାଂସପେଶୀ) ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ବର୍ତ୍ତମାନ ନିର୍ବାନଙ୍କ ବୟସ ୧୬ ମାସ । ତେବେ ନିର୍ବାନଙ୍କୁ ଭଲ କରିବାକୁ ହେଲେ ତାଙ୍କୁ ୨ ବର୍ଷ ହେବା ଭିତରେ ଏହି ରୋଗର ନିରାକରଣ ଇଞ୍ଜେକସନ ଦେବାକୁ କହିଥିଲେ ।

ଏହି ଇଞ୍ଜେକ୍ସନ କେବଳ ଆମେରିକାରେ ହିଁ ମିଳିଥାଏ । ହେଲେ ଏହି ୮ ମାସ ଭିତରେ ଏତେ ପରିମାଣର ଟଙ୍କା ଯୋଗାଡ କରିବା ତାଙ୍କ ପାଖରେ ଅସମର୍ଥ ଥିଲା । ଏହାପରେ ସେ ଅନ୍ୟର ସାହାଯ୍ୟ ଲୋଡିଥିଲେ । ଏହି ସମୟରେ ବିଦେଶରୁ ତାଙ୍କ ନିକଟକୁ କେହି ୧୧ କୋଟ ଟଙ୍କା ଦେଇଥିବା ନେଇ ସେମାନେ କହିଛନ୍ତି । ଏହାସହ ୭୨ ହଜାର ଲୋକେ ୫.୪୨ କୋଟି ଟଙ୍କା ଦାନ କରିଛନ୍ତି । ଆଉ ୮୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିବା ଯୋଗୁଁ ତାହା ମଧ୍ୟ ଲୋକେ ସାହାଯ୍ୟ କରିବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି । ତେବେ ନିର୍ବାନଙ୍କ ଚିକିତ୍ସା ପରେ ସୁନା ପରି ୧୧କୋଟି ଟଙ୍କା ଦେଇଥିବା ଲୋକଙ୍କୁ ଭେଟିବେ ବୋଲି କହିଛନ୍ତି ତାଙ୍କ ବାପାମାଆ ।

ପ୍ରକାଶଥାଉକି, ଏସଏମଏ-୨ ଏକ ମେରୁଦଣ୍ଡ ମାଂସପେଶୀଜନିତ ରୋଗ ଅଟେ । ଯାହାର ଚିକିତ୍ସା ବର୍ତ୍ତମାନ ସୁଦ୍ଧା ଭାରତରେ ସମ୍ଭବ ହୋଇପାରି ନାହିଁ । ଏହାର ଇଞ୍ଜେକ୍ସନ ଆମେରିକାରେ ମିଳୁଥିବା ବେଳେ ଦାମ ୧୫ କୋଟି ଟଙ୍କାରୁ ଅଧିକ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.