ETV Bharat / bharat

ପାୱାର କଟ୍‌ରୁ ଅତିଷ୍ଠ ଯୁବକ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କୁ ଉଡ଼ାଇଦେବାକୁ ଧମକ - ଦେବେନ୍ଦ୍ର ଫଡନାଭିସଙ୍କୁ ବୋମା ଧମକ

ଘରେ ପାୱାର କଟ୍‌ରୁ ଅତିଷ୍ଠ ଯୁବକ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କୁ ଦେଲା ବୋମା ଧମକ । ଅଧିକ ପଢନ୍ତୁ

bomb threat call to Maharashtra Deputy CM

author img

By

Published : Mar 28, 2023, 9:59 PM IST

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ବୋମା ଧମକ । ଘରେ ପାୱାରକଟରୁ ଅତିଷ୍ଠ ହୋଇପଡ଼ିଥିବା ଯୁବକ ଜଣକ ଏହି ବୋମା ଧମକ ପଛର ମୁଖ୍ୟ ନାୟକ ବୋଲି ଜଣାପଡ଼ିଛି । ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ଉକ୍ତ ଯୁବକକୁ ଗିରଫ କରିଛି । ଯୁବକ ଜଣକ ନାଗପୁର ପୋଲିସ କଣ୍ଟ୍ରୋଲ ରୁମକୁ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ବେଳେ କଲ୍‌ କରି ଏହି ବୋମା ଧମକ ଦେଇଥିଲା ।

ଯୁବକ ଜଣକ ନାଗପୁର କଣ୍ଟ୍ରୋଲ ରୁମ୍‌କୁ କଲ୍‌ କରି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଘରେ ବୋମା ଥିବା ନେଇ ସୂଚନା ଦେଇଥିଲା । ଏହି ଖବର ପାଇବା ମାତ୍ରେ ନାଗପୁର ପୋଲିସର ଟେକ୍ନିକାଲ ଟିମ ଆକ୍ସନ ମୋଡକୁ ଆସିଥିଲା ଏବଂ ଏହି ଫୋନକଲ୍‌କୁ ଟ୍ରେସ କରିବା ଆରମ୍ଭ କରିଥିଲା । ଏହାପରେ ଯୁବକଙ୍କ ଘର ଠିକଣା ମିଳିବା ପରେ ପୋଲିସ ଉକ୍ତ ଯୁବକଙ୍କୁ ଚିହ୍ନଟ କରିବା ପରେ ଗିରଫ କରିଥିବା ଜଣାପଡ଼ିଛି । ଉକ୍ତ ଯୁବକ ଜଣକ ନାଗପୁର ନିକଟ କାନହନ ଅଞ୍ଚଳର ବୋଲି ଜଣାପଡ଼ିଛି । ତଦନ୍ତ ବେଳେ ଏହି ମିଥ୍ୟା ଧମକର କାରଣ କହିଥିଲା ଯୁବକ ।

ଏହା ବି ପଢନ୍ତୁ-Threat Calls To Gadkari: ପୁଣି ଗଡକରୀଙ୍କୁ ଫୋନ କଲରେ ଧମକ, ଅଭିଯୁକ୍ତ ମାଗିଲା 10 କୋଟି

ଯୁବକର କହିବାନୁସାରେ ଘରେ ବାରମ୍ବାର ପାୱାର କଟ୍‌ ଯୋଗୁଁ ସେ ଅତିଷ୍ଠ ହୋଇପଡ଼ିଥିଲା । ଏହାପରେ ସେ ରାଜ୍ୟ ସରକାରଙ୍କ ଉପରେ କ୍ରୋଧାନ୍ବିତ ହୋଇ ଏପରି କରିଥିଲା । ସୂଚନା ଥାଉ କି ଗତ ୧ ସପ୍ତାହ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତିନ ଗଡକରିଙ୍କୁ ମଧ୍ୟ ବୋମା ଧମକ ଆସିଥିଲା ଏବଂ ତାଙ୍କୁ ୧୦ କୋଟି ଟଙ୍କା ଦେବାକୁ ଦୁର୍ବୃତ୍ତମାନେ ଦାବି କରିଥିଲେ । ଏହି ବୋମା ଧମକ ଆସିବା ପରେ ନୀତିନଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା ସ୍ଥାନୀୟ ପୋଲିସ । ପୋଲିସର କହିବାନୁସାରେ ଉକ୍ତ ଯୁବକ ଜଣକ ନିଜର ନାମ ଜୟେଶ କାନ୍ଥା ଓରଫ ପୂଜାରୀ ବୋଲି କହିଥିଲା ।

ଗତ ୨୧ ତାରିଖରେ ଉକ୍ତ ଦୁର୍ବୃତ୍ତ ଜଣକ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲ୍ୟାଣ୍ଡ ଲାଇନ୍‌କୁ କଲ୍‌ କରି ଏହି ବିପୁଳ ଅର୍ଥ ଦେବା ଲାଗି ଦାବି କରିଥିଲା । ଏନେଇ ଗଡ଼କରିଙ୍କ ଷ୍ଟାଫ୍‌ ପୋଲିସକୁ ସୂଚିତ କରିଥିଲେ । ଏହାପରେ ପୋଲିସ ତଦନ୍ତ କରିଥିଲା । ମାତ୍ର ଦୁର୍ବୃତ୍ତର ପ୍ରକୃତ ପରିଚୟ ଜଣାପଡ଼ିନଥିବା ପୋଲିସ କହିଛି । ହେଲେ ଏଠାରେ ଫଡନାଭିସଙ୍କୁ ବୋମା ଧମକ ଖବର ସାଧାରଣତଃ ବିରଳ ହୋଇଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.